Advertisment

କଙ୍ଗନାଙ୍କ ‘Emergency' ରିଲିଜ ପାଇଁ ମିଳିଲା ଅନୁମତି

ସିବିଏଫସି ରିଲିଜ ପାଇଁ ଅନୁମତି ଦେଇଥିବାରୁ କଙ୍ଗନା ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ଖୁବଶୀଘ୍ର ରିଲିଜ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି।

author-image
Hemant Lenka
Kangana Ranaut

Kangana Ranaut

ବହୁ ବାଦ୍ ବିବାଦ ପରେ ଶେଷରେ ହିନ୍ଦୀ ଫିଲ୍ମ ‘ଏମର୍ଜେନ୍ସି’କୁ ରିଲିଜ ପାଇଁ ଅନୁମତି ମିଳିଛି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ବା CBFC ପକ୍ଷରୁ କଙ୍ଗନା ରାଣାୱତଙ୍କ ଏହି ଫିଲ୍ମକୁ ଏକାଧିକ ସଂଶୋଧନ ପରେ ରିଲିଜ ପାଇଁ ଅନୁମତି ଦିଆଯାଇଛି। 

Advertisment

ଏକାଧିକ ସିନ ଓ ଡାଏଲଗକୁ ସିବିଏଫସି ବାଦ ଦେବାକୁ କହିଥିଲେ। ଏହି ସର୍ତ୍ତକୁ ନିର୍ମାଣକାରୀ ସଂସ୍ଥା ପୂରଣ କରିବା ପରେ ପୁଣି ରିଲିଜ ପାଇଁ ଆବେଦନ କରିଥିଲା। ଏହାକୁ ଦେଖିବା ପରେ ସିବିଏଫସି ‘ଏମର୍ଜେନ୍ସି’ ସିନେମାକୁ ଗ୍ରୀନ ସିଗ୍ନାଲ ଦେଇଛି। 

Advertisment

ଏ ସମ୍ପର୍କରେ କଙ୍ଗନା ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସିବିଏଫସି ରିଲିଜ ପାଇଁ ଅନୁମତି ଦେଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ଖୁବଶୀଘ୍ର ରିଲିଜ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି। 

୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ସ୍ଥିତି ନେଇ ‘ଏମର୍ଜେନ୍ସି’ ଫିଲ୍ମ ପ୍ରସ୍ତୁତ ହୋଇଛି। କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ତେବେ ସିନେମାରେ ଥିବା କିଛି ସିନ୍ ଓ ଡାଏଲଗକୁ ନେଇ ଖପ୍ପା ହୋଇଥିଲା CBFC। ଫଳରେ ସିନେମାର ରିଲିଜ୍ ବାରମ୍ବାର ଘୁଞ୍ଚିଛି। ବାସ୍ତବରେ ଏହି ଫିଲ୍ମ ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା। କିନ୍ତୁ ରିଲିଜ ପାଇଁ ସିବିଏଫସି ଅନୁମତି ଦେବାରୁ ଏହା ଅଟକି ରହିଥିଲା। 

Kangana Ranaut Emergency