Kangana Ranaut
ବହୁ ବାଦ୍ ବିବାଦ ପରେ ଶେଷରେ ହିନ୍ଦୀ ଫିଲ୍ମ ‘ଏମର୍ଜେନ୍ସି’କୁ ରିଲିଜ ପାଇଁ ଅନୁମତି ମିଳିଛି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ବା CBFC ପକ୍ଷରୁ କଙ୍ଗନା ରାଣାୱତଙ୍କ ଏହି ଫିଲ୍ମକୁ ଏକାଧିକ ସଂଶୋଧନ ପରେ ରିଲିଜ ପାଇଁ ଅନୁମତି ଦିଆଯାଇଛି।
ଏକାଧିକ ସିନ ଓ ଡାଏଲଗକୁ ସିବିଏଫସି ବାଦ ଦେବାକୁ କହିଥିଲେ। ଏହି ସର୍ତ୍ତକୁ ନିର୍ମାଣକାରୀ ସଂସ୍ଥା ପୂରଣ କରିବା ପରେ ପୁଣି ରିଲିଜ ପାଇଁ ଆବେଦନ କରିଥିଲା। ଏହାକୁ ଦେଖିବା ପରେ ସିବିଏଫସି ‘ଏମର୍ଜେନ୍ସି’ ସିନେମାକୁ ଗ୍ରୀନ ସିଗ୍ନାଲ ଦେଇଛି।
ତେବେ ସିନେମାରେ ଥିବା କିଛି ସିନ୍ ଓ ଡାଏଲଗକୁ ନେଇ ଖପ୍ପା ହୋଇଥିଲା CBFC। ଫଳରେ ସିନେମାର ରିଲିଜ୍ ବାରମ୍ବାର ଘୁଞ୍ଚିଛି। ବାସ୍ତବରେ ଏହି ଫିଲ୍ମ ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା। କିନ୍ତୁ ରିଲିଜ ପାଇଁ ସିବିଏଫସି ଅନୁମତି ଦେବାରୁ ଏହା ଅଟକି ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1729183475.jpg)