Advertisment

ଘୁଞ୍ଚିଲା କଙ୍ଗନାଙ୍କ 'ଏମରଜେନ୍ସି'

ଚଳିତ ବର୍ଷ ପରଦାକୁ ଆସିବନି ଏମରଜେନ୍ସି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kangana-Ranaut

Kangana-Ranaut

ବଦଳିଲା 'ଏମରଜେନ୍ସି'ର ତାରିଖ। ଘୁଞ୍ଚିଲା ଅପ୍‌କମିଂ ଫିଲ୍ମ 'ଏମରଜେନ୍ସି'ର ରିଲିଜ ଡେଟ୍‌। ଚଳିତ ବର୍ଷ ପରଦାକୁ ଆସିବନି ଏମରଜେନ୍ସି। ଏନେଇ ବଲିଉଡର କୁଇନ୍‌ କଙ୍ଗନା ରଣାଓ୍ୱତ ଖୋଦ୍‌ ସୂଚନା ଦେଇଛନ୍ତି।

Advertisment

କଙ୍ଗନା ପୁଣିଥରେ ତାଙ୍କ ଅପ୍‌କମିଂ ଫିଲ୍ମ 'ତେଜସ୍‌'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାରି ଭିତରେ ତାଙ୍କର ଆଉ ଏକ ଅପ୍‌କମିଂ ଫିଲ୍ମ `ଏମରଜେନ୍ସି'କୁ ନେଇ ସେ ସେୟାର କରିଛନ୍ତି ନୂଆ ଅପ୍‌ଡେଟ୍‌। ଚଳିତ ବର୍ଷ ଫିଲ୍ମ `ଏମରଜେନ୍ସି' ରିଲିଜ ହେବ ନାହିଁ। ଏହି ଫିଲ୍ମର ରିଲିଜ ଡେଟ୍‌କୁ ବଦଳାଇ ଦିଆଯାଇଛି।

ଚଳିତ ବର୍ଷ ନଭେମ୍ବର ୨୪ରେ ଫିଲ୍ମଟି ରିଲିଜ ହୋଇଥାନ୍ତା। ତେବେ ଅତ୍ୟଧିକ କାମ ବ୍ୟବସ୍ତତା ଯୋଗୁ ଆସନ୍ତା ବର୍ଷ ଶେଷ ଆଡକୁ ଏହି ଫିଲ୍ମ ରିଲିଜ ହେବ ବୋଲି କଙ୍ଗନା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଫିଲ୍ମ ମୋ ପୂରା ଜୀବନର ଲର୍ଣ୍ଣିଂ ଆଉ ଅର୍ଣ୍ଣିଂ। ଏହା ମୋ ପାଇଁ କେବଳ ଏକ ଫିଲ୍ମ ନୁହେଁ, ଜଣେ ମଣିଷ ଭାବେ ଏଥିରେ ମୋର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋର ଏହି ଫିଲ୍ମ ଆଉ ଚରିତ୍ରକୁ ବେଶ୍‌ ଭଲପାଇବା ମିଳିଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।

Advertisment

ଉଲ୍ଲେଖଯୋଗ୍ୟ ଏହି ଫିଲ୍ମଟି ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ। କଙ୍ଗନାଙ୍କୁ ଏହି ଫିଲ୍ମରେ ଇନ୍ଦିରା ଗାନ୍ଧୀ ଭୂମିକାରେ ଦେଖିବାକୁ ମିଳିବ। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ନେଇଛନ୍ତି।

Bollywood News Bollywood Kangana Ranaut