Advertisment

କଙ୍ଗନାଙ୍କୁ ଝଟକା; ସେପ୍ଟେମ୍ବର ୬ରେ ରିଲିଜ୍ ହେବନି 'ଏମର୍ଜେନ୍ସି'

ମଧ୍ୟପ୍ରଦେଶ ହାଇକୋର୍ଟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବମ୍ବେ ହାଇକୋର୍ଟ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Debibandita Barick
Kangana Ranaut

Kangana Ranaut

କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି'କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସେପ୍ଟେମ୍ବର ୬ରେ ରିଲିଜ୍ ହେବନି ଏହି ଫିଲ୍ମ। ମଧ୍ୟପ୍ରଦେଶ ହାଇକୋର୍ଟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବମ୍ବେ ହାଇକୋର୍ଟ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଅକାଳି ଦଳ ଏବଂ ଶିଖ୍ ସମ୍ପ୍ରଦାୟର କିଛି ଗୋଷ୍ଠୀ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟ ଏ ଉପରେ ଶୁଣାଣି କରି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାପରେ ସିନେମାର ସହ-ନିର୍ମାତା ଜି ଷ୍ଟୁଡିଓ ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। 

ଆଜି ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି କଙ୍ଗନାଙ୍କ 'ଏମର୍ଜେନ୍ସି'କୁ ତୁରନ୍ତ ସାର୍ଟିଫିକେଟ ନଦେବାକୁ ସେଣ୍ଟ୍ରାଲ ବୋର୍ଡ ଫିଲ୍ମ୍ ସାର୍ଟିଫିକେସନ୍ (ସିବିଏଫସି)କୁ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମ ଉପରେ ପୁନଃ ବିଚାର କରି ନିଷ୍ପତ୍ତି ନେବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଏଥିପାଇଁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେଣୁ 

Advertisment

ଶିଖ୍ ସମ୍ପ୍ରଦାୟ 'ଏମର୍ଜେନ୍ସି' ସ୍କ୍ରିନିଂକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତ ଯେ, ସିନେମାରେ ଶିଖ୍ ସମ୍ପ୍ରଦାୟକୁ ନିଷ୍ଠୁର ଭାବେ ପ୍ରଦର୍ଶନ କରାଯାଇଛି। ଏହା ସମାଜରେ ଶିଖ୍ ସମ୍ପ୍ରଦାୟକଙ୍କ ପ୍ରତି ଭୁଲ୍ ଧାରଣ ସୃଷ୍ଟି କରିବ। ସେପ୍ଟେମ୍ବର ୬ରେ 'ଏମର୍ଜେନ୍ସି' ରିଲିଜ୍ ହୋଇପାରିବ ନାହିଁ।

ସେପଟେ ଏହି ପ୍ରତିବନ୍ଧକ ଲାଗିବା ପରେ ସୋଶାଲ ମିଡିଆରେ ପୋଷ୍ଟ ଶେଆର କରି କଙ୍ଗନା କହିଛନ୍ତି, "ମୁଁ ବର୍ତ୍ତମାନ ସମସ୍ତଙ୍କର ଟାର୍ଗେଟ ହୋଇଯାଇଛି। ଏହି ମୂଲ୍ୟ ଶୋଇ ରହିଥିବା ଦେଶକୁ ଜାଗ୍ରତ କରିବା ପାଇଁ ଦେବାକୁ ପଡ଼ୁଛି।" 

Kangana Ranaut Emergency Emergency Release Date