Advertisment

କଙ୍ଗନା କହିଲେ- ଅକ୍ଷୟଙ୍କ ଭଳି ଷ୍ଟାର୍‌ ମୋତେ ଲୁଚିଛପି ଫୋନ୍‌ କରନ୍ତି

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରଣାୱତ। ଖୋଲାଖୋଲି ଭାବେ ପ୍ରତିକ୍ରିୟା ରଖିବା ଏବଂ ମୁହଁତୋଡ ଜବାବ ଦେବାକୁ ନେଇ ସେ ପ୍ରତିଦିନ ବିବାଦରେ ରୁହନ୍ତି। କଙ୍ଗନା ପ୍ରତିଟି ବିଷୟକୁ ନେଇ ନିଜ ବିଚାର ଖୋଲାଖୋଲି ଭାବେ ସର୍ବ ସମ୍ପୁଖରେ ରଖନ୍ତି।  ନିକଟରେ କଙ୍ଗନା ସୋଶାଲ ମିଡିଆରେ ଏକ ବଡ଼ ଖୁଲାସା କରିଛନ୍ତି, ଯାହାକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ପୁଣି ଥରେ କଙ୍ଗନା ମୁଭି ମାଫିଆଙ୍କ ଉପରେ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ […]

ଅଦ୍ୟତନ ହୋଇଛି
କଙ୍ଗନା କହିଲେ- ଅକ୍ଷୟଙ୍କ ଭଳି ଷ୍ଟାର୍‌ ମୋତେ ଲୁଚିଛପି ଫୋନ୍‌ କରନ୍ତି

Akshya Kumar and Kangana

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରଣାୱତ। ଖୋଲାଖୋଲି ଭାବେ ପ୍ରତିକ୍ରିୟା ରଖିବା ଏବଂ ମୁହଁତୋଡ ଜବାବ ଦେବାକୁ ନେଇ ସେ ପ୍ରତିଦିନ ବିବାଦରେ ରୁହନ୍ତି। କଙ୍ଗନା ପ୍ରତିଟି ବିଷୟକୁ ନେଇ ନିଜ ବିଚାର ଖୋଲାଖୋଲି ଭାବେ ସର୍ବ ସମ୍ପୁଖରେ ରଖନ୍ତି।  ନିକଟରେ କଙ୍ଗନା ସୋଶାଲ ମିଡିଆରେ ଏକ ବଡ଼ ଖୁଲାସା କରିଛନ୍ତି, ଯାହାକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି।

Advertisment

ପୁଣି ଥରେ କଙ୍ଗନା ମୁଭି ମାଫିଆଙ୍କ ଉପରେ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ମୁଭି ମାଫିଆଙ୍କୁ ଭୟ କରି ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଭଳି ବଲିଉଡର ଅନେକ  ବଡ ବଡ ଷ୍ଟାରମାନେ ମୋତେ ଲୁଚି ଛପି ଫୋନ୍‌ କରନ୍ତି। ସ୍କ୍ରିନ ରାଇଟର ଅନିରୁଦ୍ଧ ଗୁହା କରିଥିବା ଟୁଇଟ୍‌ର ପ୍ରତିକ୍ରୟା ଦେଇ ସେ ଏଭଳି ଖୁଲାସା କରିଛନ୍ତି।

କଙ୍ଗନା ଆହୁରି କହିଛନ୍ତି ଯେ ``ବଲିଉଡରେ ଏତେ ଶତ୍ରୁ ଭର୍ତ୍ତି ହୋଇ ରହିଛନ୍ତି ଯେ, ଯଦି କିଏ ମୋର ପ୍ରଶଂସା କରନ୍ତି ତେବେ ସେମାନଙ୍କ ଅସୁବିଧା ବଢ଼ିପାରେ। ଅକ୍ଷୟ କୁମାରଙ୍କ ଭଳି ବଡ ବଡ ଷ୍ଟାରମାନଙ୍କ ଠାରୁ ମୋତେ ଅନେକ ସିକ୍ରେଟ କଲ୍‌ ଏବଂ ମେସେଜ ଆସୁଛି । ବଲିଉଡର ମୁଭି ମାଫିଆଙ୍କ ଆତଙ୍କ ଏତେ ବଢ଼ିଛି ଯେ, ସେମାନେ ମୋ ଫିଲ୍ମର ଖୁଲମଖୁଲା ପ୍ରଶଂସା କରିପାରନ୍ତି ନାହିଁ, ଭୟ କରନ୍ତି।''

Advertisment

ମୁଭି ମାଫିଆଙ୍କୁ ନେଇ କଙ୍ଗନାଙ୍କ ଏଭଳି ଖୁଲା ଏବେ ବଲିଉଡ ହଇଚଇ ସୃଷ୍ଟି କରିଛି। ତାଙ୍କ ଟୁଇଟ୍‌କୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି।

ସୂଚନାଯୋଗ୍ୟ ଯେ ନିକଟରେ ଜାତୀୟ ଚଳଚ୍ଚିତ୍ର ବିଜେତା କଙ୍ଗନାଙ୍କ ଅପ୍‌କମିଂ ବାୟୋପିକ୍‌ ଫିଲ୍ମ `ଥଲାଇଭି'ର ଟ୍ରେଲର ରିଲିଜ ହୋଇଛି। ତାମିଲନାଡୁର ପୂର୍ବତନ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ କଙ୍ଗନାଙ୍କୁ ଜୟଲଳିତାଙ୍କା ଚରିତ୍ରରେ ଦେଖିବାକୁ ମିଳିବ।

https://twitter.com/KanganaTeam/status/1379829603422728192?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1379829603422728192%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.abplive.com%2Fentertainment%2Fkangana-ranaut-again-targeted-the-movie-mafia-said-stars-like-akshay-kumar-secretly-call-me-1852115

Bollywood Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe