କଙ୍ଗନା କହିଲେ, ଏଠାରେ ସପ୍ତାହେରୁ ଅଧିକ ତିଷ୍ଠି ହେବ ନାହିଁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ସେ ପ୍ରତିଟି ପ୍ରସଙ୍ଗରେ ନିଜ ମତାମତ ରଖିବାକୁ ପଛାନ୍ତି ନାହିଁ, ଯେଉଁ କାରଣରୁ ସେ ବିବାଦରେ ଫସିଯାନ୍ତି । କିଛି ଦିନ ତଳେ କଙ୍ଗନାଙ୍କ ଟ୍ୱିଟର୍ ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଥିଲା । ଯାହା ପରେ ଏବେ କଙ୍ଗନା ଇନଷ୍ଟାଗ୍ରାମରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି । ନିକଟରେ କଙ୍ଗନା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯାହାର ସୂଚନା ସେ ଇନଷ୍ଟାଗ୍ରାମରେ ଦେଇଥିଲେ । […]

kangana-ranaut

kangana-ranaut

Ranjit Kumar Jena
  • Published: Sunday, 09 May 2021
  • Updated: 09 May 2021, 08:07 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ସେ ପ୍ରତିଟି ପ୍ରସଙ୍ଗରେ ନିଜ ମତାମତ ରଖିବାକୁ ପଛାନ୍ତି ନାହିଁ, ଯେଉଁ କାରଣରୁ ସେ ବିବାଦରେ ଫସିଯାନ୍ତି । କିଛି ଦିନ ତଳେ କଙ୍ଗନାଙ୍କ ଟ୍ୱିଟର୍ ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଥିଲା । ଯାହା ପରେ ଏବେ କଙ୍ଗନା ଇନଷ୍ଟାଗ୍ରାମରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି । ନିକଟରେ କଙ୍ଗନା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯାହାର ସୂଚନା ସେ ଇନଷ୍ଟାଗ୍ରାମରେ ଦେଇଥିଲେ । ଏବେ କଙ୍ଗନା ସେହି ପୋଷ୍ଟକୁ ଇନଷ୍ଟାଗ୍ରାମ ଡିଲିଟ୍ କରିଦେଇଛି । ତେବେ ପୋଷ୍ଟ ଡିଲିଟ୍ ହେବା ପରେ କଙ୍ଗନା ଖୁବ୍ ରାଗି ଯାଇଛନ୍ତି ।

କଙ୍ଗନା ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ଇନଷ୍ଟାଗ୍ରାମ ମୋ ପୋଷ୍ଟକୁ ଡିଲିଟ୍ କରିଦେଇଛି, ଯେଉଁଥିରେ ମୁଁ ଧମକ ଦେଇଥିଲି ଯେ କରୋନାକୁ ଶେଷ କରିଦେବି । ଅର୍ଥାତ୍ ଟ୍ୱିଟରରେ ଆତଙ୍କବାଦୀ ଓ କମ୍ୟୁନିଟୀ ଦ୍ୱାରା ସହାନୁଭୂତି କଥା ଶୁଣିଥିଲି, କିନ୍ତୁ କୋଭିଡ୍ ଫ୍ୟାନ୍ କ୍ଲବ୍ କଥା..., ଜବରଦସ୍ତା । ଇନଷ୍ଟାରେ ଦୁଇ ଦିନ ହୋଇଛି, କିନ୍ତୁ ଲାଗୁ ନାହିଁ ଯେ ସପ୍ତାହେରୁ ଅଧିକ ତିଷ୍ଠିପାରିବି ।

Kangana Ranaut Insta Story

କଙ୍ଗନା ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର୍ କରି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ । ସେ ଫଟୋ ଶେଆର୍ କରି ଲେଖିଥିଲେ, ଗତ କିଛି ଦିନ ହେବ ମୋତେ ସାମାନ୍ୟ କ୍ଳାନ୍ତ ଓ ଦୁର୍ବଳ ଲାଗୁଥିଲା ଏବଂ ମୋ ଆଖିରେ ମଧ୍ୟ ପୋଡ଼ାଜଳା ହେଉଥିଲା । ହିମାଚଳ ଯିବା ପୂର୍ବରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି, ଏବେ ଏହାର ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ କ୍ୱାରେଣ୍ଟାଇନ କରିଛି । ମୁଁ ଆଦୌ ଜାଣିନଥିଲି ଯେ ଏହି ଭାଇରସ୍ ମୋ ଶରୀରରେ ଅଛି । ମୁଁ ଜାଣିଛି ଯେ ଏହାକୁ ନିଶ୍ଚୟ ଶେଷ କରିଦେବି । ଯଦି ଆପଣ ଡରିଗଲେ, ତାହେଲେ ଏହା ଆପଣଙ୍କୁ ଅଧିକ ଡରାଇବ । ଆସନ୍ତୁ ଏହି କୋଭିଡ୍‌-୧୯କୁ ଶେଷ କରିବା । ଏହା କିଛି ବି ନୁହେଁ, ଏକ ମାମୁଲୀ ଜ୍ୱର, ଯାହାକୁ ଚପା ଯାଇଥିଲା ଏବଂ ଏବେ ଏହା କିଛି ଲୋକଙ୍କ ଉପରେ ବିଚାର କରୁଛି । ହର୍ ହର୍ ମହାଦେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos