Advertisment

‘ଜୀବନରେ ପ୍ରଥମ ଥର ମୁଁ ଟ୍ୟାକ୍ସ ଦେବାରେ ବିଳମ୍ବ କରିଛି’

ମୁମ୍ବାଇ: ଲକଡାଉନ୍ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଖରାପ ସମୟ ଦେଇ ଗତି କରୁଛି। ଅନେକ ସେଲିବ୍ରିଟୀଙ୍କୁ ମଧ୍ୟ କାମ ନମିଳିବା କଥା ସୋଶାଲ ମିଡିଆରେ କହୁଥିବା ଦେଖିବାକୁ ମିଳିଛି। ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କାମ ନଥିବାରୁ ଗତ ବର୍ଷ ଅଧା ଟ୍ୟାକ୍ସ ପୈଠ କରିପାରି ନଥିବା କହିଛନ୍ତି। ବଲିଉଡ୍ ଅଭିନେତ୍ରୀ କଙ୍ଗନା ମଧ୍ୟ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି ଯେ ସେ ଏବେ କଠିନ ସମୟ ଦେଇ ଗତି କରୁଛନ୍ତି। କଙ୍ଗନା ଦାବି […]

author-image
Ranjit Kumar Jena
କରୋନା ଲଢ଼େଇ ଜିତିଲେ କଙ୍ଗନା, କହିଲେ ଭାଇରସକୁ କେମିତି ହରାଇଲି କହିବିନି

kangana-ranaut

ମୁମ୍ବାଇ: ଲକଡାଉନ୍ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଖରାପ ସମୟ ଦେଇ ଗତି କରୁଛି। ଅନେକ ସେଲିବ୍ରିଟୀଙ୍କୁ ମଧ୍ୟ କାମ ନମିଳିବା କଥା ସୋଶାଲ ମିଡିଆରେ କହୁଥିବା ଦେଖିବାକୁ ମିଳିଛି। ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କାମ ନଥିବାରୁ ଗତ ବର୍ଷ ଅଧା ଟ୍ୟାକ୍ସ ପୈଠ କରିପାରି ନଥିବା କହିଛନ୍ତି।

Advertisment

ବଲିଉଡ୍ ଅଭିନେତ୍ରୀ କଙ୍ଗନା ମଧ୍ୟ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି ଯେ ସେ ଏବେ କଠିନ ସମୟ ଦେଇ ଗତି କରୁଛନ୍ତି। କଙ୍ଗନା ଦାବି କରିଛନ୍ତି ଯେ ସେ ଦେଶରେ ସର୍ବାଧିକ ଟ୍ୟାକ୍ସ ଦେଉଥିବା ଅଭିନେତ୍ରୀ। କିନ୍ତୁ କାମ ନଥିବାରୁ ସେ ଗତବର୍ଷର ଟ୍ୟାକ୍ସର ଅଧା ଭରଣ କରିପାରିନାହାନ୍ତି। ତେବେ ସରକାର ଯଦି ସୁଧ ରାଶି ଉପରେ ସୁଧ ଆଦାୟ କରନ୍ତି ତେବେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ଲେଖିଛନ୍ତି, ଯଦିଓ ମୁଁ ସର୍ବାଧିକ ଟିକସ ଦେଉଥିବା ଅଭିନେତ୍ରୀ, କିନ୍ତୁ କାମ ନହେବା ହେତୁ ମୁଁ ମୋର ଗତ ବର୍ଷର ଟ୍ୟାକ୍ସର ଅଧା ଦେଇପାରିନାହିଁ। ଜୀବନରେ ପ୍ରଥମ ଥର ମୁଁ ଟିକସ ଦେବାରେ ବିଳମ୍ବ କରିଛି କିନ୍ତୁ ସରକାର ମୋର ବକେୟା ଟ୍ୟାକ୍ସର ଟଙ୍କା ଉପରେ ସୁଧ ଆଦାୟ କରୁଛନ୍ତି। ତଥାପି, ମୁଁ ଏହି ପଦକ୍ଷେପକୁ ସ୍ୱାଗତ କରୁଛି। ବ୍ୟକ୍ତିଗତ ଭାବରେ ଆମ ସମସ୍ତଙ୍କ ପାଇଁ ଏହା କଠିନ ସମୟ। କିନ୍ତୁ ଏକତ୍ର ଆମେ ସମୟ ସହ ଅଧିକ ଶକ୍ତିଶାଳୀ ଅଛୁ।

Advertisment

କଙ୍ଗନା ନିଜର ପରବର୍ତ୍ତୀ ଫିଲ୍ମ ‘ଥାଲାଇଭି’ର ରିଲିଜ୍ ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମ ଜୟଲଲିତାଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମଟି ତିନୋଟି ଭାଷାରେ ଅର୍ଥାତ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏ.ଏଲ୍ ବିଜୟ। ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅରବିନ୍ଦ ସ୍ୱାମୀ, ପ୍ରକାଶ ରାଜ, ମଧୁ ଓ ଭାଗ୍ୟଶ୍ରୀ ପ୍ରମୁଖ ଭୂମିକାରେ ଅଛନ୍ତି। ଥାଲାଇଭି ବ୍ୟତୀତ କଙ୍ଗନା ଆଉ କିଛି ଫିଲ୍ମରେ ନଜର ଆସିବେ। କଙ୍ଗନା ‘ତେଜସ୍’, ‘ଧାକଡ’ ଓ ‘ମଣିକର୍ଣ୍ଣିକା- ଦି ଲିଜେଣ୍ଡସ୍ ଅଫ୍ ଦିଦ୍ଦା’ରେ ଲିଡ୍ ରୋଲ୍ କରୁଛନ୍ତି।