Advertisment

କରୋନା ଲଢ଼େଇ ଜିତିଲେ କଙ୍ଗନା, କହିଲେ ଭାଇରସକୁ କେମିତି ହରାଇଲି କହିବିନି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । କଙ୍ଗନା କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ଜିତି ନେଇଛନ୍ତି । କିଛି ଦିନ ତଳେ କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଫ୍ୟାନ୍ ବହୁତ ଚିନ୍ତିତ ହୋଇପଡ଼ିଥିଲେ । ନିଜେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା କଙ୍ଗନା ସୋଶାଲ ମିଡିଆ ଜରିଆରେ ଦେଇଥିଲେ । ଏବେ ସେ କରୋନାରୁ ଜିତିଥିବା ନେଇ ସୂଚନା ଦେଇଛନ୍ତି । ଏହାସହ ସେ ଏହା […]

author-image
Ranjit Kumar Jena
କରୋନା ଲଢ଼େଇ ଜିତିଲେ କଙ୍ଗନା, କହିଲେ ଭାଇରସକୁ କେମିତି ହରାଇଲି କହିବିନି

kangana-ranaut

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । କଙ୍ଗନା କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ଜିତି ନେଇଛନ୍ତି । କିଛି ଦିନ ତଳେ କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଫ୍ୟାନ୍ ବହୁତ ଚିନ୍ତିତ ହୋଇପଡ଼ିଥିଲେ । ନିଜେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା କଙ୍ଗନା ସୋଶାଲ ମିଡିଆ ଜରିଆରେ ଦେଇଥିଲେ । ଏବେ ସେ କରୋନାରୁ ଜିତିଥିବା ନେଇ ସୂଚନା ଦେଇଛନ୍ତି । ଏହାସହ ସେ ଏହା ମାରାତ୍ମକ ଭାଇରସକୁ କିପରି ହରାଇଲେ, ତାହା କହିବାକୁ ସିଧା ସିଧା ମନା କରିଦେଇଛନ୍ତି ।

Advertisment

ସୋଶାଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା କଙ୍ଗନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ଏକ ପୋଷ୍ଟ ଶେଆର୍ କରି କହିଛନ୍ତି ଯେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି । କଙ୍ଗନା ନିଜ ପୋଷ୍ଟରେ ଲେଖିଛନ୍ତି, ’ସମସ୍ତଙ୍କୁ ନମସ୍କାର । ଆଜି ମୋର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । କରୋନା ଭାଇରସକୁ କିପରି ହରାଇଲି, ଏହା ଉପରେ ମୁଁ ବହୁତ କିଛି କହିବାକୁ ଚାହୁଁଛି, କିନ୍ତୁ ମୋତେ କୁହାଯାଇଛି ଯେ ମୁଁ କୋଭିଡ୍ ଫ୍ୟାନଙ୍କୁ ଅସନ୍ତୁଷ୍ଟ କରିବି ନାହିଁ । ଯଦି ଭାଇରସ୍ ପ୍ରତି ଟିକିଏ ବି ଅସମ୍ମାନ ଦେଖାଇଲ, ତାହେଲେ ବାସ୍ତବରେ କିଛି ବହୁତ ଆଘାତ ପାଆନ୍ତି।’ ଏହା ପରେ କଙ୍ଗନା ଏକ ଭିଡିଓ ପୋଷ୍ଟ କରି କରୋନାକୁ କେମିତି ଜିତିଲେ, ସେ ସମ୍ବନ୍ଧରେ ସୂଚନା ଦେଇଛନ୍ତି।

kangana ranaut covid negative instagram note

ଅନ୍ୟପକ୍ଷରେ ଆପଣ ସମସ୍ତଙ୍କ ଶୁଭକାମନା ଓ ଭଲପାଇବା ପାଇଁ ଧନ୍ୟବାଦ । କଙ୍ଗନା ଗତ ମେ’ ୮ ତାରିଖରେ କୋଭିଡ୍ ପଜିଟିଭ୍ ହୋଇଥିବା ସୂଚନା ଦେଇଥିଲେ । ଏହାସହ ସେ ଏକ ମେସେଜ୍ ମଧ୍ୟ ଲେଖିଥିଲେ । ହେଲେ ଇନଷ୍ଟାଗ୍ରାମ କଙ୍ଗନାଙ୍କ ସେହି ପୋଷ୍ଟକୁ ହଟାଇ ଦେଇଥିଲା । ସେ ଫଟୋ ଶେଆର୍ କରି ଲେଖିଥିଲେ, ଗତ କିଛି ଦିନ ହେବ ମୋତେ ସାମାନ୍ୟ କ୍ଳାନ୍ତ ଓ ଦୁର୍ବଳ ଲାଗୁଥିଲା ଏବଂ ମୋ ଆଖିରେ ମଧ୍ୟ ପୋଡ଼ାଜଳା ହେଉଥିଲା ।

Advertisment

ହିମାଚଳ ଯିବା ପୂର୍ବରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି, ଏବେ ଏହାର ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ କ୍ୱାରେଣ୍ଟାଇନ କରିଛି । ମୁଁ ଆଦୌ ଜାଣିନଥିଲି ଯେ ଏହି ଭାଇରସ୍ ମୋ ଶରୀରରେ ଅଛି । ମୁଁ ଜାଣିଛି ଯେ ଏହାକୁ ନିଶ୍ଚୟ ଧ୍ୱଂସ କରିଦେବି । ଯଦି ଆପଣ ଡରିଗଲେ, ତାହେଲେ ଏହା ଆପଣଙ୍କୁ ଅଧିକ ଡରାଇବ। ଆସନ୍ତୁ ଏହି କୋଭିଡ୍‌-୧୯କୁ ଶେଷ କରିବା । ଏହା କିଛି ବି ନୁହେଁ, ଏକ ମାମୁଲୀ ଜ୍ୱର, ଯାହାକୁ ଚପା ଯାଇଥିଲା ଏବଂ ଏବେ ଏହା କିଛି ଲୋକଙ୍କ ଉପରେ ବିଚାର କରୁଛି । ହର୍ ହର୍ ମହାଦେବ ।

Bollywood Kangana Ranaut