Advertisment

ଦିଲଜିତଙ୍କୁ ଖୋଲାଖୋଲି ଚେତାବନୀ ଦେଲେ କଙ୍ଗନା

ଏଥର କଙ୍ଗନା ଏକ ନୂଆ ଢ଼ଙ୍ଗରେ ଦିଲଜିତଙ୍କୁ ପୁଣି ଥରେ କରିଛନ୍ତି ଟାର୍ଗେଟ୍।

author-image
Madhupriya Mistry
ଅଦ୍ୟତନ ହୋଇଛି
Diljit and Kangana

Diljit and Kangana

ବଲିଉଡର ପଙ୍ଗା କୁଇନ୍ ତଥା ଅଭିନେତ୍ରୀ କଙ୍ଗନା ରଣାୱତ୍। ସେ ନିଜ ବିବାଦୀୟ ବୟାନ ଓ ଟ୍ୱିଟ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। କଙ୍ଗନା ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିିତ ଦୋସାଞ୍ଝଙ୍କୁ ଦେଇଛନ୍ତି ଖୋଲାଖୋଲି ଚେତାବନୀ। ତେବେ ଏଥର ସେ ଏକ ନୂଆ ଢ଼ଙ୍ଗରେ ତାଙ୍କୁ ପୁଣି ଥରେ କରିଛନ୍ତି ଟାର୍ଗେଟ୍। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ମିମ୍ ଜରିଆରେ କଙ୍ଗନା ଦିଲଜିତଙ୍କୁ ପରିହାସ କରିବା ସହ ତାଙ୍କୁ ଗିରଫ କରାଇବା ନେଇ ଇସାରା ମଧ୍ୟ କରିଛନ୍ତି।

Advertisment

ପ୍ରକୃତରେ କଙ୍ଗନା ନିଜ ଟ୍ୱିଟର୍ ଓ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେଆର କରିଛନ୍ତି । ଯାହାକୁ  ପ୍ରଥମେ ସ୍ୱିଗି ଇଣ୍ଡିଆ ପୋଷ୍ଟ କରିଥିଲା। ଏଥିରେ ବିଭିନ୍ନ ପ୍ରକାରର ଡାଲିର ଫଟୋ ରହିଛି, ଆଉ ଏହା ଉପରେ ‘ପଲ୍ସ ଆଇ ପଲ୍ସ’ ଲେଖା ଅଛି। 

କଙ୍ଗନା ନିଜର ଏହି ଟ୍ୱିଟ୍‌କୁ ଦିଲଜିତଙ୍କୁ ଟ୍ୟାଗ୍ କରିଛନ୍ତି। ଆଉ ଲେଖିଛନ୍ତି, ‘କେବଳ କହୁଛି ।’ସେହିରପି ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ଖଲିସ୍ତାନ ଷ୍ଟିକରକୁ ମଧ୍ୟ ଯୋଡିଛନ୍ତି, ଯେଉଁଥିରେ କ୍ରସ ଆଉଟ୍ ଶବ୍ଦ ରହିଛି। ଏହାକୁ ପୋଷ୍ଟ କରି କଙ୍ଗନା କହିଛନ୍ତି, ‘ ଦିଲଜିତ ଦୋସାଞ୍ଝ ଜୀ ପୋଲ୍ସ ଆ ଗୟି ପୋଲ୍ସ।’ ଏଥିସହ କଙ୍ଗନା ବିପଦ ଚିହ୍ନ ଓ ହସୁଥିବା ଏକ ବ୍ୟକ୍ତିଙ୍କ ଫଟୋ ମଧ୍ୟ ଲଗାଇଛନ୍ତି।’

Advertisment
kangana-tweetଦିଲଜିତଙ୍କୁ ଟାର୍ଗେଟ୍ କରି କଙ୍ଗନା ଶେଆର କରିଥିବା ପୋଷ୍ଟ

ଆଉ ଏକ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ଲେଖିଛନ୍ତି, ଯେଉଁମାନେ ଖଲିସ୍ତାନୀଙ୍କୁ ସମର୍ଥନ କରୁଛନ୍ତି, ସେମାନେ ମନେ ରଖିବା ଉଚିତ, ପରବର୍ତ୍ତୀ ପାଳି ତାଙ୍କର। ପୋଲ୍ସ(ପୁଲିସ) ଆସି ସାରିଛି। ଦେଶ ପ୍ରତି ବିଶ୍ୱାସଘାତକ ବା ଦେଶଦ୍ରୋହ କିମ୍ବା ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିବା ମହଙ୍ଗା ପଡିବ। କେବଳ ସେତିକି ନୁହେଁ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ସହ ହାତକଡି ଓ ମହିଳା ପୁଲିସକର୍ମୀଙ୍କ ଫଟୋ ମଧ୍ୟ ଶେଆର କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଅତୀତରେ ଦିଲଜିତ ଏବଂ କଙ୍ଗନା ମଧ୍ୟରେ ସୋସିଆଲ ମିଡିଆରେ ୱାର୍ ଚାଲିଥିଲା। ଉଭୟ ପରସ୍ପରକୁ କାଉଣ୍ଟର ଆଟାକ୍ କରିଥିଲେ। କିନ୍ତୁ ପରେ ଉଭୟ ନୀରବ ହୋଇଯାଇଥିଲେ। ଏବେ ପୁଣି ଥରେ କଙ୍ଗନା ଦିଲଜିତଙ୍କୁ ଟାର୍ଗେଟ୍ କରିଛନ୍ତି। ତେବେ କଙ୍ଗନାଙ୍କ ଏହି ଟାର୍ଗେଟ୍‌କୁ ନେଇ  ବର୍ତ୍ତମାନ ପର‌୍ୟ୍ୟନ୍ତ ଦିଲଜିତ୍ କୌଣସି ଉତ୍ତର ଦେଇନାହାଁନ୍ତି।

ସେପଟେ କଙ୍ଗନାଙ୍କୁ ସୋଶାଲ ମିଡିଆ ୟୁଜର୍ସ ଟ୍ରୋଲ କରିଛନ୍ତି। ପୁଣିଥରେ ପୁରୁଣା ବିବାଦକୁ ଉଠାଇ କଙ୍ଗନା ଚର୍ଚ୍ଚା ପରିସରକୁ ଆସିବାକୁ ଏଭଳି କରୁଥିବା ସୋଶାଲ ମିଡିଆ ୟୁଜର୍ସମାନେ କହିଛନ୍ତି।  

Bollywood News Kangana Ranaut Diljit Dosanjh