Advertisment

ରଣବୀର-ଆଲିଆଙ୍କ ଉପରେ ଖପ୍ପା କଙ୍ଗନା; କହିଲେ- ବଲିଉଡର ଫର୍ଜି କପୁଲ୍‌

ନିଜ ବିବାଦୀୟ ବୟାନ ଓ ଟ୍ୱିଟ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ବଲିଉଡର ଏହି ଆଙ୍ଗ୍ରି ୱିମେନଙ୍କୁ ନେଇ ପୁଣି ଥରେ ବି- ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି।

author-image
Niharika Rout
Bollywood

Bollywood

ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ ରଣାୱତ୍ ସବୁବେଳେ ପଙ୍ଗା ନେବାରେ ମାହିର । ନିଜ ବିବାଦୀୟ ବୟାନ ଓ ଟ୍ୱିଟ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ବଲିଉଡର ଏହି ଆଙ୍ଗ୍ରି ୱିମେନଙ୍କୁ ନେଇ ପୁଣି ଥରେ ବି- ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ଏଥର କଙ୍ଗନାଙ୍କ ନିଶାନାରେ ଅଛନ୍ତି ବଲିଉଡର କପୁର କପୁଲ୍‌ ରଣବୀର ଓ ଆଲିଆ। ବଲିଉଡର ଏହି କ୍ୟୁଟ ଯୋଡ଼ିଙ୍କୁ କଙ୍ଗନା କିନ୍ତୁ କହିଛନ୍ତି ଫର୍ଜି ଯୋଡ଼ି।

Advertisment

ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ତଥା ଫିଲ୍ମ ମେକର କଙ୍ଗନା କିଛି ଦିନ ପୂର୍ବେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏପରି ଏକ ପୋଷ୍ଟ ଶେଆର କରିଛନ୍ତି । ଯେଉଁଥିରେ ସେ କାହା ନାଁ ନ ନେଇଥିବା ବେଳେ ତାଙ୍କ ଇସାରା କୁଆଡ଼େ ଯାଉଛି ତାହା କିନ୍ତୁ ସଫା ସଫା ଜଣାପଡ଼ି ଯାଉଛି।

କଙ୍ଗନା ଟ୍ୱିଟରେ ଉଲ୍ଲେଖ କରିଛନ୍ତି, କିଛି ଦିନ ପୂର୍ବେ ବଲିଉଡର ଜଣେ ଆକ୍ଟର ଭ୍ୟାକେସନ୍‌ ଟ୍ରିପ୍‌ରେ ଫରେନ ବୁଲିବାକୁ ଯାଇଥିବା ବେଳେ ଘରେ ପତ୍ନୀ ଓ ଝିଅଙ୍କୁ ଛାଡ଼ି ଯାଇଥିଲେ। ନିଜ ଟ୍ୱିଟରେ କଙ୍ଗନା କପୁର ଖାନଦାନର ଲାଡଲା ରଣବୀରଙ୍କ ନାଁ ନେଇ ନ ଥିବା ବେଳେ ସେ ଯେ ତାଙ୍କୁ କଟାକ୍ଷ କରୁଛନ୍ତି ତାହା ସ୍ପଷ୍ଟ ହୋଇ ଯାଉଛି। କାରଣ କିଛି ଦିନ ପୂର୍ବେ ରଣବୀର ନିଜ ମା’ ନୀତୁ କପୁରଙ୍କ ବାର୍ଥଡେ ସେଲିବ୍ରେଟ କରିବାକୁ ଏକୁଟିଆ ଲଣ୍ଡନ ଯାଇଥିଲେ।

Advertisment

‘ଧାକଡ’ ଅଭିନେତ୍ରୀ କଙ୍ଗନା ନିଜ ଇନଷ୍ଟା ଷ୍ଟୋରିରେ ଉଲ୍ଲେଖ କରିଛନ୍ତି, ବଲିଉଡର କ୍ୟୁଟ କପୁଲ୍‌ କୁହାଯାଉଥିବା ଏହି ଯୋଡ଼ି ନିଜ ଫ୍ୟାନ୍ସଙ୍କ ପାଇଁ ଏକ ବିଲ୍ଡିଂରେ ରହୁଛନ୍ତି। କିନ୍ତୁ ସେମାନେ ଅଲଗା ଅଲଗା ଫ୍ଲାଟ୍‌ରେ ରହୁଛନ୍ତି। ସେମାନେ କେବଳ ଲୋକ ଦେଖାଣିଆ କପୁଲ୍‌ । ନୂଆ ନୂଆ ଫିଲ୍ମକୁ ନେଇ ଫେକ୍‌ ଘୋଷଣା କରୁଥିବା ବେଳେ ଏକ ବଡ଼ ବ୍ରାଣ୍ଡକୁ ନିଜର ବୋଲି କହି ବୁଲୁଛନ୍ତି।

ଏଥିସହ ସେ କହିଛନ୍ତି, କେବଳ ମୁଭି ପ୍ରମୋଶନ, ଟଙ୍କା ଓ କାମ ପାଇବାକୁ ଏହି ଯୋଡ଼ି ବିବାହ କରିଛନ୍ତି। ମାଫିଆ ଡାଡି ପ୍ରେସରରେ ଆସି ସେମାନେ ପରସ୍ପରକୁ ଜୀବନସାଥି କରିଛନ୍ତି। ପାପା କି ପରୀକୁ ବିବାହ କଲେ ବଡ଼ ବଡ଼ ଅଫର ମିଳିବ ବୋଲି ଲୋଭ ଦେଖାଯିବାରୁ ବିଚରା ହିରୋଟି ବିବାହ ବେଦିରେ ବସିଥିଲା। କିନ୍ତୁ ଏବେ ସେ ସେହି ଫେକ୍‌ ମ୍ୟାରେଜରୁ ବାହାରିବାକୁ ଚାହୁଁଛି। କିନ୍ତୁ ଏବେ ସେଥିରୁ ବାହାରିବାର କିଛି ରାସ୍ତା ନାହିଁ। ତେଣୁ ଏବେ ବିଚରା ହିରୋକୁ ନିଜ ପତ୍ନୀ ଓ ଝିଅ ଉପରେ ଫୋକସ୍‌ କରିବା ଦରକାର। କାରଣ ଏହା ଭାରତ । ଏଠାରେ ବିବାହ ଥରେ ହୋଇଥାଏ, ଆଉ ଯାହା ହୋଇ ସାରିଲାଣି। ତେଣୁ ସୁଧୁରି ଯାଅ ବୋଲି ଟ୍ୱିଟ କରି ଉପଦେଶ ଦେଇଛନ୍ତି କଙ୍ଗନା।

Alia Bhatt Ranbir Kapoor Kangana Ranaut