Advertisment

କଙ୍ଗନାଙ୍କ ସହ ପଙ୍ଗା ନେଲେ ଉର୍ଫି

ମୁସ୍‌ଲିମ ଅଭିନେତ୍ରୀ ମନ୍ତବ୍ୟକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି କ୍ୟାଟ୍‌ ଫାଇଟ୍‌। ଦୁହିଁଙ୍କ ମଧ୍ୟରେ ଟ୍ୱିଟ୍‌ ଓ୍ୱାର୍‌ ଚାଲିଛି।

ଅଦ୍ୟତନ ହୋଇଛି
Kangana Ranaut vs Urfi Javed

Kangana Ranaut vs Urfi Javed

Advertisment

ମୁହାଁମୁହିଁ ହେଲେ ଦୁଇ କଣ୍ଟ୍ରଭର୍ସି କୁଇନ୍‌। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ପଙ୍ଗା ନେଲେ ସୋଶାଲ ମିଡିଆ ସେନ୍‌ସେସନ୍ ଉର୍ଫି ଜାବେଦ। ମୁସ୍‌ଲିମ ଅଭିନେତ୍ରୀ ମନ୍ତବ୍ୟକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି କ୍ୟାଟ୍‌ ଫାଇଟ୍‌। ଦୁହିଁଙ୍କ ମଧ୍ୟରେ ଟ୍ୱିଟ୍‌ ଓ୍ୱାର୍‌ ଚାଲିଛି।

Advertisment

କଙ୍ଗନା ଓ ଉର୍ଫି ଉଭୟ ରୋକଠୋକ୍‌ ଜବାବ ଦେବା ପାଇଁ ଜଣାଶୁଣା। ନିଜ ପୋଷାକକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ଉର୍ଫି ଅନେକ ଥର କିଛି ଚର୍ଚ୍ଚିତ ପ୍ରସଙ୍ଗକୁ ନେଇ ମଧ୍ୟ ନିଜ ମନ୍ତବ୍ୟ ରଖନ୍ତି। ସେହିପରି କଙ୍ଗନା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରୋକଠୋକ ମନ୍ତିବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି।

Advertisment

ନିକଟରେ ଦୁଇ ବର୍ଷ ପରେ କଙ୍ଗନା ପୁଣି ଥରେ ଟ୍ୱିଟର୍‌କୁ ଫେରିଛନ୍ତି। ସେ ଟ୍ୱିଟର୍‌କୁ ଫେରିବା ପରେ ପୁଣିଥରେ ସକ୍ରିୟ ହୋଇପଡିଛନ୍ତି। ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଟାର୍ଗେଟ୍‌ କରିବାରେ ଲାଗିଛି। ଜାନୁଆରୀ ୨୮ରେ କଙ୍ଗନା ଏକ ଟ୍ୱିଟ କରି କହିଥିଲେ, 'ବହୁତ ଭଲ ବିଶ୍ଳେଷଣ… ଏହି ଦେଶ କେବଳ ଖାନମାନଙ୍କୁ ହିଁ ଭଲ ପାଉଥିଲା। ଏବେ ବି କେବଳ ଖାନ୍‌ ହିଁ ଅଛନ୍ତି ଏବଂ ମୁସଲିମ୍‌ ଅଭିନେତ୍ରୀମାନଙ୍କୁ ନେଇ ସେମାନେ ପାଗଳ ରୁହନ୍ତୁ। ତେଣୁ ଭାରତରେ ଘୃଣା ଏବଂ ଫାସିବାଦ ଅଛି ବୋଲି ଅଭିଯୋଗ କରିବା ଭୁଲ୍‌। ବିଶ୍ୱରେ ଭାରତ ଭଳି କୌଣସି ଦେଶ ନାହିଁ।'

କଙ୍ଗନାଙ୍କ ଏହି ଟ୍ୱିଟର୍‌ ଦୁଇ ଦିନ ପରେ ଉର୍ଫି ଜାବେଦ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କଙ୍ଗନାଙ୍କୁ ଟାର୍ଗେଟ୍‌ କରି ଲେଖିଛନ୍ତି, 'ହେ ଭଗବାନ! ଏହା କି ପ୍ରକାରର ବିଭାଜନ, ମୁସ୍‌ଲିମ ଅଭିନେତ୍ରୀ, ହିନ୍ଦୁ ଅଭିନେତ୍ରୀ! କଳା ଧର୍ମରେ ବିଭକ୍ତ ନୁହେଁ। ଏଠାରେ କେବଳ ଅଭିନେତ୍ରି ଅଛନ୍ତି।'

ଉର୍ଫିଙ୍କ ଏହି ଟ୍ୱିଟ୍‌ର କିଛି ସମୟ ପରେ କଙ୍ଗନା ମଧ୍ୟ ଏହାର ଜବାବ ଦେଇ ଟ୍ୱିଟ୍ କରିଛନ୍ତି। କଙ୍ଗନା କହିଛନ୍ତି, 'ହଁ, ମୋର ପ୍ରିୟ ଉର୍ଫି, ଏହା ଏକ ଆଦର୍ଶ ଦୁନିଆ ହୋଇ ପାରିଥାନ୍ତା, କିନ୍ତୁ ଯେତେ ଯାଏଁ ୟୁନିଫର୍ମ ସିଭିଲ୍ କୋଡ୍ ଏଠାକୁ ଆସିନି ସେତେ ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ! ସେ ପର୍ଯ୍ୟନ୍ତ ଏହି ଦେଶ ସମ୍ବିଧାନରୁ ହିଁ ବିଭକ୍ତ ହୋଇ ରହିଛି ଏବଂ ଏହା ବିଭାଜିତ ରହିବ। ଆସନ୍ତୁ ସମସ୍ତେ ୨୦୨୪ର ମାନିଫେଷ୍ଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ୟୁନିଫର୍ମ ସିଭିଲ୍ କୋଡ୍ ଦାବି କରିବା।'

ଉଲ୍ଲେଖଯୋଗ୍ୟ, ଫିଲ୍ମ ଫଠାନ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ଶାହରୁଖ ଖାନ୍‌, ଦୀପିକା ପାଦୁକୋନ୍‌ ଓ ଜନ୍‌ ଅବ୍ରାହମ୍‌ଙ୍କ ଏହି ଫିଲ୍ମକୁ ବଡ ସ୍ତରରେ ବିରୋଧ କରାଯାଇଥିଲା। କିନ୍ତି ରିଲିଜ ପରେ ଏହି ଫିଲ୍ମଟି ବ୍ୟବସାୟ ମାମଲାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି।

Bollywood News Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe