Advertisment

ମଣ୍ଡିରୁ ଜିତିଲେ କଙ୍ଗନା, ବଲିଉଡରୁ ଆସିଲା ପ୍ରଥମ ଶୁଭେଚ୍ଛା

ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜୟ ଲାଭ କରିଛନ୍ତି କଙ୍ଗନା।

author-image
Debibandita Barick
Kangana Ranaut

Kangana Ranaut

ଅଭିନେତ୍ରୀରୁ ରାଜନୀତି ଦୁନିଆରେ ପାଦ ଥାପିଥିବା କଙ୍ଗନା ରାଣାୱତ ବିଜୟ ସହ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜୟ ଲାଭ କରିଛନ୍ତି କଙ୍ଗନା।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବିରଭଦ୍ର ସିଂହ ଏବଂ ବର୍ତ୍ତମାନର ସାଂସଦ ବିକ୍ରମାଦିତ୍ୟ ସିଂହକୁ ମାତ୍ ଦେଇଛନ୍ତି କଙ୍ଗନା। ଏହି ବିଜୟ ପରେ ବଲିଉଡ ଅଭିନେତା ଅନୁପମ ଖେର୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସ ପୋଷ୍ଟ ଯୋଗେ ଅନୁପମ ଖେର ଲେଖିଛନ୍ତି, 'ପ୍ରିୟ କଙ୍ଗନା, ଏ ବୃହତ୍ତ ବିଜୟ ପାଇଁ ଅଭିନନ୍ଦନ। ତୁମେ ଜଣେ ରକଷ୍ଟାର। ତୁମ ଯାତ୍ରା ଖୁବ୍ ପ୍ରେରଣାଦାୟକ। ତୁମ ପାଇଁ ଓ ମଣ୍ଡି ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଇଁ ମୁଁ ବହୁତ ଖୁସି। ତୁମେ ବାରମ୍ବାର ପ୍ରମାଣ କରି ଦେକାଇଛ ଯେ, ଯଦି ଧ୍ୟାନର ସହ କଠିନ ପରିଶ୍ରମ କରାଯାଏ, ତେବେ କିଛି ବି ସମ୍ଭବ।'

Advertisment

Anupam Kher Kangana Ranaut Mandi Result Loksabha Elections