Advertisment

`ଦୁନିଆକୁ ଜ୍ଞାନ ବାଣ୍ଟୁଛନ୍ତି, ହେଲେ ନିଜ ବେଳକୁ ଭୁଲି ଯାଉଛନ୍ତି'

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ନିକଟରେ ତାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ବିନା ମାସ୍କରେ ନଜର ଆସିଛନ୍ତି। ଏହାକୁ ନେଇ ସୋଶାଲ ମିଡିଆରେ ସେ ଟ୍ରୋଲ ହୋଇଛନ୍ତି। ସେ ବନା ମାସ୍କରେ ନଜର ଆସିଥିରୁ ଚାରିଆଡୁ ତାଙ୍କୁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଡ ବଡ ଷ୍ଟାରମାନେ କମେଣ୍ଟ କରିଛନ୍ତି। ପୁରା ଦୁନିଆକୁ ଜ୍ଞାନ ବାଣ୍ଟି ବୁଲୁଛନ୍ତି। କିନ୍ତୁ ନିଜ ବେଳକୁ ଭୁଲି ଯାଉଛନ୍ତି। ବଲିଉଡର କୁଇନ୍‌ଙ୍କୁ […]

`ଦୁନିଆକୁ ଜ୍ଞାନ ବାଣ୍ଟୁଛନ୍ତି, ହେଲେ ନିଜ ବେଳକୁ ଭୁଲି ଯାଉଛନ୍ତି'

Kangana and kishwer merchant

Advertisment

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ନିକଟରେ ତାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ବିନା ମାସ୍କରେ ନଜର ଆସିଛନ୍ତି। ଏହାକୁ ନେଇ ସୋଶାଲ ମିଡିଆରେ ସେ ଟ୍ରୋଲ ହୋଇଛନ୍ତି। ସେ ବନା ମାସ୍କରେ ନଜର ଆସିଥିରୁ ଚାରିଆଡୁ ତାଙ୍କୁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଡ ବଡ ଷ୍ଟାରମାନେ କମେଣ୍ଟ କରିଛନ୍ତି।

Advertisment

ପୁରା ଦୁନିଆକୁ ଜ୍ଞାନ ବାଣ୍ଟି ବୁଲୁଛନ୍ତି। କିନ୍ତୁ ନିଜ ବେଳକୁ ଭୁଲି ଯାଉଛନ୍ତି। ବଲିଉଡର କୁଇନ୍‌ଙ୍କୁ କିଛି ଏଭଳି ଢ଼ଙ୍ଗରେ ଟାର୍ଗେଟ କରିଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚେଣ୍ଟ ଓ ତାଙ୍କ ସ୍ୱାମୀ ସୁୟଶ ରୟ।

କଙ୍ଗନା ଭିଡିଓକୁ ନେଇ ଟେଲି ଅଭିନେତ୍ରୀ କିଶ୍ୱର ମର୍ଚେଣ୍ଟ କହିଛନ୍ତି ଯେ, କଙ୍ଗନା କେବେ ବି ମାସ୍କ ପିନ୍ଧନ୍ତି ନାହିଁ। କେବଳ ସେତିକି ନୁହେଁ ସେ ନିଜ ସାଙ୍ଗରେ କେବେ ମାସ୍କ ଧରି ଥିବା ମଧ୍ୟ ଦେଖିବାକୁ ମିଳେନି।

Advertisment

ଟେଲି ଅଭିନେତ୍ରୀଙ୍କ ସ୍ୱାମୀ କହିଛନ୍ତି, ସାରା ଦୁନିଆକୁ ଜ୍ଞାନ ବାଣ୍ଟିବାରେ ସବୁଠୁ ଆଗରେ ଥିବା କଙ୍ଗାନା ନିଜ ବେଳକୁ ଭୁଲି ଯାଆନ୍ତି ଓ ମୁର୍ଖାମୀ କରନ୍ତି।

ଏଭଳି କମେଣ୍ଟ କରିବା ପରେ ଟେଲି ଅଭିନେତ୍ରୀଙ୍କୁ ମଧ୍ୟ ପ୍ରଶଂସକମାନେ ଟ୍ରୋଲ କରିଛନ୍ତି। କିନ୍ତୁ ଅଭିନେତ୍ରୀ କିଶ୍ୱର ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ସେ କହିଛନ୍ତି, ମହାମାରୀ ଦିନକୁ ଦିନ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ବିନା ମାସ୍କରେ ବୁଲିବା ଉିଚିତ କି? କରୋନା ଲୋକ ଦେଖି ଆକ୍ରାନ୍ତ କରୁନି। ସେ କୌଣସି ନ୍ୟାଶନାଲ ଆୱାର୍ଡ ବିଜୟୀ ଅଭିନେତ୍ରୀ  ହୁଅନ୍ତୁ ଅବା ସାଧାରଣ ଲୋକ।

ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୧୧ ହଜାର ୧୬୩ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁଁ ମହାରାଷ୍ଟ୍ରରେ ସପ୍ତାହିକ ଲକଡାଉନ୍‌ ଲାଗୁ ହୋଇଛି। ବିନା ମାସ୍କ ଓ କରୋନା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe