Advertisment

କାହା ପାଇଁ କଙ୍ଗନାଙ୍କ ଘରେ ହେଲା ପୂଜାପାଠ

ମୁମ୍ୱାଇ : ପ୍ରସଙ୍ଗ ଯାହା ହେଉନା କାହିଁକି, ସମସ୍ତଙ୍କୁ ମୁହଁତୋଡ଼ ଜବାବ ଦେଉଥିବାରୁ କଙ୍ଗନା ରଣାୱତ୍‌ ବଲିଉଡ୍‌ରେ ଜଣେ ବିବାଦୀୟ ଅଭିନେତ୍ରୀ ଭାବରେ ପରିଚିତ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସେ ଲଗାତାର ସୋଶାଲ୍ ମିଡିଆରେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ଓ ଏହା ଏକ ହତ୍ୟାକାଣ୍ଡ ବୋଲି କହିଥିଲେ। ଗତକାଲି କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ପୂଜାପାଠ ଚାଲିଛି। କଙ୍ଗନାଙ୍କ ମା’ ଏହାର ଆୟୋଜନ କରିଥିଲେ। ଏ ସଂପର୍କରେ […]

ଅଦ୍ୟତନ ହୋଇଛି
କାହା ପାଇଁ କଙ୍ଗନାଙ୍କ ଘରେ ହେଲା ପୂଜାପାଠ

kangana

Advertisment

ମୁମ୍ୱାଇ : ପ୍ରସଙ୍ଗ ଯାହା ହେଉନା କାହିଁକି, ସମସ୍ତଙ୍କୁ ମୁହଁତୋଡ଼ ଜବାବ ଦେଉଥିବାରୁ କଙ୍ଗନା ରଣାୱତ୍‌ ବଲିଉଡ୍‌ରେ ଜଣେ ବିବାଦୀୟ ଅଭିନେତ୍ରୀ ଭାବରେ ପରିଚିତ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସେ ଲଗାତାର ସୋଶାଲ୍ ମିଡିଆରେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ଓ ଏହା ଏକ ହତ୍ୟାକାଣ୍ଡ ବୋଲି କହିଥିଲେ।

Advertisment

ଗତକାଲି କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ପୂଜାପାଠ ଚାଲିଛି। କଙ୍ଗନାଙ୍କ ମା’ ଏହାର ଆୟୋଜନ କରିଥିଲେ।

ଏ ସଂପର୍କରେ ସୂଚନା ଦେଇ କଙ୍ଗନା ଲେଖିଛନ୍ତି-  ମାତାଜୀ ମୋର ସୁରକ୍ଷାକୁ ନେଇ ଚିନ୍ତିତ ରହୁଛନ୍ତି। ଏଥିପାଇଁ ସେ ୧ ଲକ୍ଷ ୧୫ ହଜାର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି। ମୁଁ ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି। ହର ହର ମହାଦେବ କାଶୀବିଶ୍ୱନାଥ ମହାରାଜ କୀ ଜୟ’...।

Advertisment

https://www.instagram.com/p/CD8koR5lMJo/?utm_source=ig_web_copy_link

ଆଗକୁ କଙ୍ଗନାଙ୍କ ବାୟୋପିକ୍‌ ଫିଲ୍ମ ‘ଥଲାଇଭି’ ରିଲିଜ୍ ହେବ। ଏହି ଫିଲ୍ମଟି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି କଙ୍ଗନା କହିଥିଲେ ଯେ ସମସ୍ତଙ୍କୁ ସତ ଜାଣିବାର ଅଧିକାର ରହିଛି। ସେ କରିଥିବା ଅଭିଯୋଗ ପ୍ରମାଣିତ ନହେଲେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି ମଧ୍ୟ କହିଥିଲେ କଙ୍ଗନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe