ବଧୂ ବେଶରେ କନିକା କପୁର, ଗୌତମଙ୍କ ଧରିଲେ ହାତ

ମୁମ୍ବାଇ: ହାତକୁ ଦି ହାତ ହେବେ ବେବି ଡଲ୍‌ ଫେମ୍‌ ସିଙ୍ଗର କନିକା କପୁର। ବାଜିଲା ଶାହାନାଇ। ସେ ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଗୌତମଙ୍କ ଧରିଲେ ହାତ। ଶୁକ୍ରବାର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁଯାୟୀ ନେଲେ ସାତ ଫେରା। କନିକାଙ୍କ ଏହି ଗ୍ରାଣ୍ଡ ୱେଣ୍ଡିଂର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ଦିନ ହେବ କନିକା ଲଣ୍ଡନରେ ଅଛନ୍ତି। ଏଠାରେ ହିଁ ତାଙ୍କ ସମସ୍ତ […]

kanika-kapoor-wedding

Madhupriya Mistry
  • Published: Saturday, 21 May 2022
  • , Updated: 21 May 2022, 03:58 PM IST

ମୁମ୍ବାଇ: ହାତକୁ ଦି ହାତ ହେବେ ବେବି ଡଲ୍‌ ଫେମ୍‌ ସିଙ୍ଗର କନିକା କପୁର। ବାଜିଲା ଶାହାନାଇ। ସେ ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଗୌତମଙ୍କ ଧରିଲେ ହାତ। ଶୁକ୍ରବାର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁଯାୟୀ ନେଲେ ସାତ ଫେରା। କନିକାଙ୍କ ଏହି ଗ୍ରାଣ୍ଡ ୱେଣ୍ଡିଂର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ କିଛି ଦିନ ହେବ କନିକା ଲଣ୍ଡନରେ ଅଛନ୍ତି। ଏଠାରେ ହିଁ ତାଙ୍କ ସମସ୍ତ ପ୍ରି-ୱେଣ୍ଡିଂ ଫଙ୍କସନ୍‌ ହୋଇଛି। ନିକଟରେ କନିକାଙ୍କ ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। କନିକା ବିବାହ ପାଇଁ ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧି ଥିବାବେଳେ, ଭାରୀ ଅଳଙ୍କାର ସହ ନ୍ୟୁଡ୍‌ ମେକଅପ୍‌ରେ ନଜର ଆସିଛନ୍ତି। ସେପଟେ ତାଙ୍କ ସ୍ୱାମୀ ଗୌତମ ମଧ୍ୟ କ୍ରିମ୍‌ କଲର୍‌ର ସେରୱାନି ପିନ୍ଧିଥିଲେ। ଏଥିସହ କନିକାଙ୍କୁ ମ୍ୟାଚ୍‌ କରି ଗୋଲାପି ରଙ୍ଗର ହାର ପିନ୍ଧିଥିଲେ।

କନିକାଙ୍କ ଏହି ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବମାନେ ହିଁ ସାମିଲ ହୋଇଥିଲେ। ବଲିଉଡର କୌଣସି ସେଲେବ୍ରିଟି ଏହି ବିବାହରେ କିନ୍ତୁ ଯୋଗ ଦେଇନଥିଲେ। କେବଳ ତାଙ୍କର ଘନିଷ୍ଠ ବନ୍ଧୁ ତଥା ସିଙ୍ଗର୍‌ ମିତ୍‌ ବ୍ରଦର୍ସ ଯୋଗ ଦେଇଥିଲେ।

କନିକା କପୁରଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ କନିକା ଏନଆରଆଇ ରାଜଙ୍କୁ ବିବାହ କରିଥିଲେ। ଏହି ବିବାହରୁ କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି। ୨୦୧୨ରେ କନିକା ଛାଡପତ୍ର ନେଇଥିଲେ ଏବଂ ତା’ପରେ ସଙ୍ଗୀତକୁ ତାଙ୍କ କ୍ୟାରିଅର୍ ଭାବେ ବାଛିଥିଲେ। ୧୦ ବର୍ଷ ପରେ କନିକା କପୁର ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

 

View this post on Instagram

 

A post shared by Hindirush (@hindirush)

Related story