Advertisment

ହତ୍ୟା ଅଭିଯୋଗ, ଏହି ଅଭିନେତାଙ୍କୁ ଉଠାଇ ନେଲା ପୁଲିସ

କେବଳ ସେତିକି ନୁହେଁ ଅଭିନେତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ମଧ୍ୟ ପୁଲିସ ଅଟକ ରଖି ଜେରା କରୁଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
darshanmain

darshanmain

ଅଭିନେତାଙ୍କୁ ଉଠାଇ ନେଲା ପୁଲିସ। ହତ୍ୟା ଅଭିଯୋଗରେ ଜଣାଶୁଣା ଅଭିନେତା ଅଟକ। କନ୍ନଡ ଅଭିନେତା ଦର୍ଶନଙ୍କୁ ପୁଲିସ ଅଟକ ରଖିଛି। ରେଣୁକୁମାରସ୍ୱାମୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ମାମଲାରେ ତାଙ୍କୁ ଆଜି ପୁଲିସ ତାଙ୍କୁ ଫାର୍ମ ହାଉସରେ ଚଢ଼ାଉ କରି ତାଙ୍କୁ ନିଜ ହେପାଜତକୁ ଆଣିଛି।

Advertisment

ମୌସୁର ପୁଲିସ ଅଭିନେତା ଦର୍ଶନଙ୍କୁ ବେଙ୍ଗାଲୁରୁ ଆଣିଛି। ସେଠାରେ ତାଙ୍କୁ ପଚରାଉଚରା ଚାଲିଛି। କେବଳ ସେତିକି ନୁହେଁ ଅଭିନେତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ମଧ୍ୟ ପୁଲିସ ଅଟକ ରଖି ଜେରା କରୁଛି। ରେଣୁକୁମାରସ୍ୱାମୀ ନାମକ ଯୁବକଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାଁ ନେଇଥିଲେ। ଏହି ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଭିଯୁକ୍ତଙ୍କ ସହ ଦର୍ଶନ ବାରମ୍ବାର ଯୋଗାଯୋଗରେ ଥିବା ଅଭିଯୋଗ ହୋଇଛି। ହତ୍ୟା କରାଯାଇଥିବା ଯୁବକଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରବିବାର ପୀଡିତ ରେଣୁକୁମାରସ୍ୱାମୀଙ୍କ ମୃତଦେହ କାମାକ୍ଷୀପାଲ୍ୟାରେ ଏକ ନାଳରୁ ମିଳିଥିଲା। ଏହାପରେ ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲା। ଏହି ମାମଲାରେ ତିନି ଜଣ ବ୍ୟକ୍ତି ସୋମବାର ଥାନାରେ ଆତ୍ମ ସମର୍ପଣ କରିଥିଲେ। ସେମାନଙ୍କୁ ପଚରାଉଚରା ପରେ ସେଥି ମଧ୍ୟରୁ ଜଣେ ଅଭନେତା ଦର୍ଶନଙ୍କ ନାଁ ନେଇଥିଲେ। ତାଙ୍କ କହିବା ଅନୁଯାୟୀ ହିଁ ରେଣୁକୁମାରସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସେ କହିଥିଲେ। 

Advertisment

ଅଭିନେତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ରେଣୁକୁମାରସ୍ୱାମୀ କୁଆଡେ ହଇରାଣ କରୁଥିଲେ। ତାଙ୍କୁ ସୋଶାଲ ମିଡିଆରେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ ୧୦ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

ଦର୍ଶନ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ, ଜଣେ ପ୍ରୋଜେକ୍ଟନିଷ୍ଟ ଭାବେ କାମ କରୁଥିଲେ। ପରେ ସେ ଭେଟେରାନ୍ ସିନେମାଟୋଗ୍ରାଫର ବିସି ଗୌରୀଶଙ୍କରଙ୍କ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍ ହୋଇଥିଲେ। ତାଙ୍କର ପ୍ରଥମ ଫିଲ୍ମ ୧୯୯୭ରେ ରିଲିଜ ହୋଇଥିଲା, ଯାହାର ନାଁ ଥିଲା 'ମହାଭାରତ'।

ଏହା ପରେ ସେ ଅନେକ ଫିଲ୍ମରେ ସପୋର୍ଟିଂ ଅଭିନେତା ଭାବେ କାମ କରିଥିଲେ। ପରେ ସେ ଫିଲ୍ମରେ ମୁଖ୍ୟ ଅଭିନେତା ହେବାର ସୁଯୋଗ ପାଇଥିଲେ। 'ନାମ୍ମା ପ୍ରୀତିୟା ରାମୁ', 'କଲାସିପାଲ୍ୟା', 'ଗାଜା', 'କରିଆ', 'ନବଗ୍ରହ', 'ସାରଥୀ', 'ବୁଲବୁଲ' ଭଳି ଅନେକ ହିଟ୍‌ ଫିଲ୍ମ ସେ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି।

Kannada Film Actor Arrest Kannada Actor Darshan