Advertisment

ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ

ତାଙ୍କ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି। ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି।

shobhita

shobhita

Advertisment

ଝୁଲନ୍ତା ଅବସ୍ଥାରେ ଜଣାଶୁଣା କନ୍ନଡ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ମିଳିଲା ମୃତଦେହ। ହାଇଦ୍ରାବାଦ ସ୍ଥିତ ଆପାର୍ଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କହୋଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment

୩୦ ବର୍ଷୀୟ ଶୋଭିତା ଶିବନ୍ନା ଟେଲିଭିଜନ ଓ ଫିଲ୍ମ ଉଭୟରେ ଅଭିନୟ କରିଛନ୍ତି। ସେ କନ୍ନଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ନଭେମ୍ବର ୩୦ ତାରିଖରେ ହାଇଦ୍ରାବାଦ ସ୍ଥିତ ଗଚିବୋବଲିର ଶ୍ରୀରାମ ନଗର କଲୋନୀରେ ଥିବା ଆପାର୍ଟମେଣ୍ଟର ଛାତ ଉପରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଏନେଇ ପଡୋଶୀମାନେ ସୂଚନା ଦେବା ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।

ତାଙ୍କ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି। ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଖବର ଅନୁଯାୟୀ, ଶେଷ ରୀତିନୀତି ପାଇଁ ଅଭିନେତ୍ରୀଙ୍କ ମୃତଦେହ ବେଙ୍ଗାଲୁରୁକୁ ଅଣାଯାଇପାରେ।

Advertisment

ଶୋଭିତା ଟେଲିଭିଜନ ସିରିଏଲ 'ବ୍ରହ୍ମଗଣ୍ଟୁ' ଓ 'ନିନିଡେଲ'ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସେ କିଛି କନ୍ନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଗତବର୍ଷ ସେ ବିବାହ କରିଥିଲେ। କର୍ଣ୍ଣାଟକର ହାସନ ଜିଲ୍ଲାର ସାକଲେଶପୁରର ବାସିନ୍ଦା ଗତ ଦୁଇ ବର୍ଷ ଧରି ହାଇଦ୍ରାବାଦରେ ରହୁଥିଲେ। ବିବାହ ପରେ ସେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ।

Actress Suicide Shobitha Shivanna Kannada TV Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe