ଫିଲ୍ମ ‘କନ୍ତାରା’କୁ ନେଇ ବିବାଦ, ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ

ହାଇଦ୍ରାବାଦ:ପୂରା ଦେଶ ଧୁମ୍ ମଚାଇଛି ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ‘କନ୍ତାରା’। ନିକଟରେ ହିନ୍ଦୀ ଭର୍ସନରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଲଗାତାର ଧମାଲ କରି ଚାଲଇଛି। ଫିଲ୍ମର ବ୍ୟବସାୟ ମଧ୍ୟ ଅନ୍ୟ ବଡ ବଡ ଫିଲ୍ମକୁ ପଛରେ ପକାଇ ସାରିଲଣି। ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ବିବାଦ ମୁଣ୍ଡ ଟେକିଛି। ଫିଲ୍ମରେ ପ୍ରଦର୍ଶିତ ଏକ ଧାର୍ମିକ ମାନ୍ୟତାକୁ ନେଇ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ଏହାକୁ ନେଇ ହିନ୍ଦୁମାନଙ୍କ ଭାବନାକୁ […]

kantara-controversy

kantara-controversy

Madhupriya Mistry
  • Published: Saturday, 22 October 2022
  • Updated: 22 October 2022, 11:14 AM IST

Sports

Latest News

ହାଇଦ୍ରାବାଦ:ପୂରା ଦେଶ ଧୁମ୍ ମଚାଇଛି ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ‘କନ୍ତାରା’। ନିକଟରେ ହିନ୍ଦୀ ଭର୍ସନରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଲଗାତାର ଧମାଲ କରି ଚାଲଇଛି। ଫିଲ୍ମର ବ୍ୟବସାୟ ମଧ୍ୟ ଅନ୍ୟ ବଡ ବଡ ଫିଲ୍ମକୁ ପଛରେ ପକାଇ ସାରିଲଣି। ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ବିବାଦ ମୁଣ୍ଡ ଟେକିଛି।

ଫିଲ୍ମରେ ପ୍ରଦର୍ଶିତ ଏକ ଧାର୍ମିକ ମାନ୍ୟତାକୁ ନେଇ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ଏହାକୁ ନେଇ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ କନ୍ନଡ ଅଭିନେତା ଚେତନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ହିନ୍ଦୁ ଜାଗରଣ ବେଦିକ୍ କନ୍ନଡ ଅଭିନେତା ଚେତନଙ୍କ ବିରୋଧରେ ଉଡୁପି ଜିଲ୍ଲାରେ କଥିତ ରୂପେ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ପୁଲିସରେ ମାମଲା ରୁଜୁ କରିଛି। ଏନେଇ ପୁଲିସ ସୂଚନା ଦେଇଛି।

ସୁପର୍ ହିଟ୍ ଫିଲ୍ମ ‘କନ୍ତାରା’ରେ ବ୍ୟବହାର କରାଯାଇଥିବା ‘ଭୁତ କୋଲା’ ପରମ୍ପରାକୁ ନେଇ ଟିପ୍ପଣୀ କରୁଥିବା ଅଭିନେତା ଚେତନଙ୍କ ଏକ ବୟାନ ଜାରି କରିଥିଲେ। ସେ ସୋଶାଲ ମିଡିଆରେ ନିଜର ଏହି ବୟାନକୁ ପୋଷ୍ଟ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos