Advertisment

ଜାତୀୟ ଚଳଚ୍ଚିତ୍ର ସମ୍ମାନ: ଦମନ ଶ୍ରେଷ୍ଠ ଓଡ଼ିଆ ସିନେମା, ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା

ବାବୁସାନଙ୍କ ଅଭିନୀତ ଦମନକୁ ଶ୍ରେଷ୍ଠ ଓଡ଼ିଆ ସିନେମା ବିବେଚିତ ହୋଇଛି।

ଅଦ୍ୟତନ ହୋଇଛି
Rishab Shetty, Babusan Mohanty & Dipanwita Dashmohapatra

Rishab Shetty, Babusan Mohanty & Dipanwita Dashmohapatra

Advertisment

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ରହିଛି ଓଡିଆ ସିନେମା। ବାବୁସାନଙ୍କ ଅଭିନୀତ ଦମନକୁ ଶ୍ରେଷ୍ଠ ଓଡ଼ିଆ ସିନେମା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ହୋଇ ଥିବାବେଳେ ନିତ୍ୟା ମେନନ୍ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି।

Advertisment

ଚର୍ଚ୍ଚିତ ଚଳଚ୍ଚିତ୍ର କାନ୍ତାରା ପାଇଁ ରିଷବଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଥିରୁଚିତ୍ରାମ୍ବଲମ ପାଇଁ ନିତ୍ୟା ଓ କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶର୍ମିଲା ଟାଗୋରଙ୍କ ଅଭିନୀତ 'ଗୁଲମୋହର'କୁ ଶ୍ରେଷ୍ଠ ହିନ୍ଦୀ ସିନେମା ପୁରସ୍କାର ମିଳିଛି। 

ଓଡ଼ିଆ ସିନେମା ଦମନ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ମୁକାବିଲା ଉପରେ ଆଧାରିତ। ଏହି ସିନେମା ଓଡ଼ିଆ ସମେତ ହିନ୍ଦି ଭାଷାରେ ମଧ୍ୟ ରିଲିଜ୍ ହୋଇଥିଲା। ଅଭିନେତା ବାବୁସାନ ମୁଖ୍ୟ ଭୂମିକାରେ ଅଭିନୟ କରି ଥିବାବେଳେ ଦୀପନ୍ୱିତ ଦାସ ମହାପାତ୍ର ମଧ୍ୟ ନଜର ଆସିଥିଲେ। ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଥିଲେ। 

Advertisment
National Film Awards Best Actor Rishab Shetty Kantara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe