Advertisment

କପିଲ ଶର୍ମା, ହୁମା କ୍ୟୁରେଶୀ ଓ ହିନା ଖାନଙ୍କୁ ଇଡିର ସମନ

ମହାଦେବ ଆପ ଜରିଆରେ କରାଯାଉଥିବା ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଚନ୍ଦ୍ରକାର ଓ ରବି ଉପାଲ। କିଛି ବର୍ଷ ତଳେ ଚନ୍ଦ୍ରଶେଖର ଜୁସ ଦୋକାନ କରିଥିବା ବେଳେ ଉପାଲ ଗୋଟିଏ ଟାୟାର ଦୋକାନ କରିଥିଲେ। ହେଲେ ଏବେ ସେମାନେ କୋଟି କୋଟି ଟଙ୍କାର ମାଲିକ।

ଅଦ୍ୟତନ ହୋଇଛି
APP

APP

Advertisment

ମହାଦେବ ଗେମିଂ ଆପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କମେଡିଆନ କପିଲ ଶର୍ମା, ଅଭିନେତ୍ରୀ ହୁମା କ୍ୟୁରେଶୀ ଓ ହିନା ଖାନଙ୍କୁ ସମନ କରିଛି। ହୁମା ଓ ହିନା ମହାଦେବ ଆପ୍‌ର ପ୍ରମୋସନ କରିଥିଲେ। ସେହିପରି କପିଲ ଶର୍ମା ମହାଦେବ ଆପ୍‌ର ସଫଳତା ପାଇଁ ଦୁବାଇରେ ଅନୁଷ୍ଠିତ ପାର୍ଟିରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଯୋଗ ଦେଇଥିଲେ। ତେଣୁ ସେମାନଙ୍କୁ ଇଡି ହାଜର ହେବାକୁ ସମନ କରିଛି। 

Advertisment

ବୁଧବାର ଇଡି ଏହି ଘଟଣାରେ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ମଧ୍ୟ ସମନ କରିଥିଲା। ମହାଦେବ ଗେମିଂ ଆପ୍‌ର ପ୍ରଚାର ଓ ପ୍ରସାର ପାଇଁ ରଣବୀର ଏକାଧିକ ବିଜ୍ଞାପନ କରିଥିଲେ। ଏଥିପାଇଁ ତାଙ୍କୁ ଶୁକ୍ରବାର ହାଜର ହେବାକୁ ଇଡି ସମନ କରିଛି। 

ଏବେ କପିଲ, ହୁମା ଓ ହିନାଙ୍କୁ ସମନ କରାଯାଇଛି। ଇଡି କହିଛି ଯେ ମହାଦେବ ଗେମିଂ ଆପ୍‌ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିଲା। ଏହି ଠକେଇରୁ ମିଳିଥିବା ଟଙ୍କାରୁ ରଣବୀର ଓ ଅନ୍ୟ ବଲିଉଡ ସେଲିବ୍ରେଟିମାନେ ସେମାନଙ୍କ ଭାଗ ନେଇଛନ୍ତି।

Advertisment

ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ୪୧୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଇଡି ଜାଣିବାକୁ ପାଇଛି ଯେ କମ୍ପାନୀର ପ୍ରୋମୋଟର୍ସ ଛତିଶଗଡ଼ର ଭିଲାଇର। ସେମାନେ ଏହିପରି ୪ରୁ ୫ଟି ଆପ୍ ଚଲାଉଥିଲେ। ଏଥିରୁ ଦିନକୁ ୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିଲେ। 

ମହାଦେବ ଅନଲାଇନ୍ ବେଟିଂ ଆପ୍ ଗୋଟିଏ ସିଣ୍ଡିକେଟ୍ ଭାବେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଅନୈତିକ ଭାବେ ବେଟିଂ ୱେବସାଇଟ୍ ଚଲାଇବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ବ୍ୟବସ୍ଥା କରୁଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ୟଏଇରେ ଅବସ୍ଥିତ। ଏଥିସହ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳରେ କଲ୍ ସେଣ୍ଟର ରହିଛି।

ମହାଦେବ ଆପ ଜରିଆରେ କରାଯାଉଥିବା ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଚନ୍ଦ୍ରକାର ଓ ରବି ଉପାଲ। କିଛି ବର୍ଷ ତଳେ ଚନ୍ଦ୍ରକାର ଜୁସ ଦୋକାନ କରିଥିବା ବେଳେ ଉପାଲ ଗୋଟିଏ ଟାୟାର ଦୋକାନ କରିଥିଲେ। ହେଲେ ଏବେ ସେମାନେ କୋଟି କୋଟି ଟଙ୍କାର ମାଲିକ।

ସେମାନେ ଛତିଶଗଡ଼ରୁ ଦୁବାଇ ଯିବା ପରେ ସେଠାରେ ଶେଖ ଓ ଜଣେ ପାକିସ୍ତାନୀ ନାଗରିକଙ୍କୁ ଭେଟିଥିଲେ। ଏହାପରେ ସେମାନେ ବେଟିଂ ଆପ୍‌ ଲଞ୍ଚ କରିଥିଲେ।

ଇଡି କହିଛି ଯେ ଏମାନେ ଅନଲାଇନ ବେଟିଂ ପାଇଁ ସେମାନେ ଭାରତରେ ପ୍ରାୟ ୪ ହଜାର ପ୍ୟାନେଲ ଅପରେଟର୍ସ ନିଯୁକ୍ତ କରିଥିଲେ। ପ୍ରତି ଅପରେଟର ୨୦୦ ଜଣ ଗ୍ରାହକଙ୍କୁ ବେଟିଂ ପାଇଁ ସୁଯୋଗ ଦେଉଥିଲେ। ଏହାର ଅର୍ଥ ସେମାନେ ଦିନକୁ ୨୦୦ କୋଟି ଟଙ୍କା ରୋଜଗାର କରୁଥିଲେ।

ED Raid Kapil Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe