କରଣଙ୍କ ବାର୍ଥ ଡେ' ପାର୍ଟିରେ କରୋନା ବିସ୍ଫୋରଣ? ୫୫ ଅତିଥି ପଜିଟିଭ!

ମୁମ୍ବାଇ: ପୁଣି ବଲିଉଡରେ ପଡିଛି କରୋନା ଚଡକ। ଜଣଙ୍କ ପରେ ଜଣେ ଫିଲ୍ମ ଅଭିନେତା ପୁଣି ଥରେ କୋଭିଡ-୧୯ରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ନିକଟରେ ବଲିଉଡର ଜଣାଶୁଣା ଫିଲ୍ମ ମେକର୍‌ କରଣ ଜୋହର ତାଙ୍କ ୫୦ତମ ଜନ୍ମଦିନ ପାଳନ କରିଥିଲେ। ଏଥିପାଇଁ ଆୟୋଜିତ ହୋଇଥିଲା ଏକ ଗ୍ରାଣ୍ଡ ପାର୍ଟି। ଏଥିରେ ବି-ଟାଉନ୍‌ ଠାରୁ ଆରମ୍ଭ କରି ଟିଭି ଇଣ୍ଡିଷ୍ଟ୍ରିର ଅନେକ ନାମୀଦାମୀ କଳାକାର ସାମିଲ ହୋଇଥିଲେ। ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ଏହି ପାର୍ଟିର ଆୟୋଜିତ ହୋଇଥିଲା। ତେବେ […]

karan-johar-birthday-party

Madhupriya Mistry
  • Published: Sunday, 05 June 2022
  • , Updated: 05 June 2022, 01:46 PM IST

ମୁମ୍ବାଇ: ପୁଣି ବଲିଉଡରେ ପଡିଛି କରୋନା ଚଡକ। ଜଣଙ୍କ ପରେ ଜଣେ ଫିଲ୍ମ ଅଭିନେତା ପୁଣି ଥରେ କୋଭିଡ-୧୯ରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ନିକଟରେ ବଲିଉଡର ଜଣାଶୁଣା ଫିଲ୍ମ ମେକର୍‌ କରଣ ଜୋହର ତାଙ୍କ ୫୦ତମ ଜନ୍ମଦିନ ପାଳନ କରିଥିଲେ। ଏଥିପାଇଁ ଆୟୋଜିତ ହୋଇଥିଲା ଏକ ଗ୍ରାଣ୍ଡ ପାର୍ଟି। ଏଥିରେ ବି-ଟାଉନ୍‌ ଠାରୁ ଆରମ୍ଭ କରି ଟିଭି ଇଣ୍ଡିଷ୍ଟ୍ରିର ଅନେକ ନାମୀଦାମୀ କଳାକାର ସାମିଲ ହୋଇଥିଲେ। ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ଏହି ପାର୍ଟିର ଆୟୋଜିତ ହୋଇଥିଲା।

ତେବେ ଏହି ଗ୍ରାଣ୍ଡ ପାର୍ଟିରେ ସାମିଲ ହୋଇଥିବା ଅନେକ ଅତିଥିଙ୍କୁ ଏବେ ମହଙ୍ଗା ପଡିଛି। ମିଡିଆ ରିପୋର୍ଟ ଅନୁଯାୟୀ, କରଣ ଜୋହରର ଏହି ଗ୍ରାଣ୍ଡ ବାର୍ଥ ଡେ' ପାର୍ଟିକୁ ଅତିଥି ଭାବରେ ଆସିଥିବା ୫୦ ରୁ ୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସେଲେବ୍ରିଟିମାନେ ଅପମାନ ତଥା ଭୟରେ କୋଭିଡ ପଜିଟିଭ୍ ବୋଲି ପ୍ରକାଶ କରି ପାରୁ ନଥିବା ଶୁଣିବାକୁ ମିଳୁଛି।

ଏହି ସଂକ୍ରମଣ କାହା ମାଧ୍ୟମରେ ତାରକାଙ୍କ ନିକଟରେ ବ୍ୟାପିଛି ତାହା କହିବା କଷ୍ଟକର। କିନ୍ତୁ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଫିଲ୍ମର ପ୍ରମୋସନ କରୁଥିବା ଜଣେ ଅଭିନେତ୍ରୀଙ୍କ ମାଧ୍ୟମରେ ଏହି ଭାଇରସ ବ୍ୟାପିଥିବା ରିପୋର୍ଟରେ କୁହାଯାଇଛି।

କହିବାକୁ ଗଲେ ଗତ କିଛି ସପ୍ତାହ ମଧ୍ୟରେ ଆଦିତ୍ୟ ରୟ କପୁର ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ପରି ତାରକାମାନେ କୋଭିଡ ପଜିଟିଭ ହୋଇଥିବା ବୋଲି ସ୍ୱୀକାର କରିଛନ୍ତି। ବର୍ତ୍ତମାନ କଳ୍ପନାଜଳ୍ପନା କରାଯାଉଛି, ଯେଉଁମାନେ ଚଳିତ ବର୍ଷ IIFA ୨୦୨୨ରେ ପହଞ୍ଚି ନଥିଲେ, ବୋଧହୁଏ ଏହାର କାରଣ ହେଉଛି ସେମାନେ କୋଭିଡ ସଂକ୍ରମିତ ହୋଇଛନ୍ତି। ହେଲେ ଏହା ସହ ଜଡିତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

Related story