Advertisment

ସାମନ୍ଥା ଛୁଇଁଲେ ପାଦ, ଚିହିଁକି ଉଠିଲେ କରଣ ଜୋହର

ସାଉଥ ସୁନ୍ଦରୀ ସାମନ୍ଥା ଛୁଇଁଲେ ଫିଲ୍ମ ମେକର କରଣ ଜୋହରଙ୍କ ପାଦ । ଏହାକୁ କିନ୍ତୁ ସହଜେ ଗ୍ରହଣ କରି ପାରିଲେନି କରଣ।

Karan Johar on stage

Karan Johar on stage

Advertisment

ସାଉଥ ସୁନ୍ଦରୀ ସାମନ୍ଥା ଛୁଇଁଲେ ଫିଲ୍ମ ମେକର କରଣ ଜୋହରଙ୍କ ପାଦ । ଏହାକୁ କିନ୍ତୁ ସହଜେ ଗ୍ରହଣ କରି ପାରିଲେନି କରଣ। ଏପରି କରି ବୟସ୍କଙ୍କ ପରି ଅନୁଭବ ନ ଦେବାକୁ ସେ ପରାମର୍ଶ ବି ଦେଇଥିଲେ।

Advertisment

ଗତ ୧୯ ତାରିଖରେ ମୁମ୍ବାଇରେ ୱେବ ସିରିଜ 'Citadel: Honey Bunny' ର ଫାଷ୍ଟ ଲୁକ୍‌ ରିଲିଜ୍‌ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରୁଣ ଧୱନ, ସାମନ୍ଥା ପ୍ରଭୁ, କରଣ ଜୋହର ପ୍ରମୁଖ ଆଗ ଧାଡ଼ିର କଳାକାର ଯୋଗ ଦେଇଥିଲେ।

ପ୍ରଥମେ ବରୁଣ ଧୱନ କରଣଙ୍କ ପାଦ ଛୁଇଁଥିବା ବେଳେ କରଣ ଏହାକୁ ଖୁବ୍‌ ସହଜେ ଗ୍ରହଣ କରି ନେଇଥିଲେ। ମାତ୍ର ଷ୍ଟେଜରେ ଉପସ୍ଥିତ ସାମନ୍ଥା ତାଙ୍କ ପାଦ ଛୁଇଁବାରୁ ଚିହିଁକି ଉଠିଥିଲେ କରଣ ।

Advertisment

ମୁଁ ଏବେ ମଧ୍ୟ ବୟସ ଦେଇ ଗତି କରୁଛି। ଏତେ ଶୀଘ୍ର ବୟସ୍କଙ୍କ ପରି ଅନୁଭବ ହାସଲ କରିବାକୁ ଚାହୁଁନି। ଏହାର ଜବାବରେ ବରୁଣ କହିଥିଲେ, ସମସ୍ତେ କରଣଙ୍କ ପାଦ ଛୁଇଁବା ଆବଶ୍ୟକ । କାରଣ ଆପଣମାନେ ଆକଳନ କରି ପାରିବେନି କରଣଙ୍କ ପ୍ରକୃତ ବୟସ। ତାଙ୍କ ସୁନ୍ଦର ତ୍ୱଚାର ରହସ୍ୟ ପାଇଁ ତାଙ୍କ ଡାକ୍ତରଙ୍କୁ ଧନ୍ୟବାଦ ।

ବି- ଟାଉନ୍‌ରେ ଏପରି ବହୁ ଜଣ ନିଜ ବୟସ ଲୁଚାଇବା ପାଇଁ ସୌନ୍ଦର୍ଯ୍ୟ ଟ୍ରିଟମେଣ୍ଟ କରୁଛନ୍ତି । ମାତ୍ର ମୁଁ ସେ ଲିଷ୍ଟ ବାହାରେ ବୋଲି କହିଥିଲେ ବରୁଣ। ଏହାଶୁଣି ସେଠାରେ ଉପସ୍ଥିତ ଖଚାଖଚ ଦର୍ଶକ କରତାଳି ମାରିଥିଲେ।

'Citadel: Honey Bunny' ସିରିଜରେ ବରୁଣ ଓ ସାମନ୍ଥା ଲିଡ ରୋଲ୍‌ରେ ନଜର ଆସିବେ। ତେବେ ଏହାର ରିଲିଜ ଡେଟ ସାମନାକୁ ଆସିନି।

Bollywood Karan Johar Samantha Ruth Prabhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe