Advertisment

‘କରଣ ଭୟଭୀତ ଅଛନ୍ତି ଏବଂ କିଛି କହିବା ଅବସ୍ଥାରେ ନାହାନ୍ତି’

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍ ବା ପ୍ରିୟାପ୍ରୀତି ତୋଷଣକୁ ନେଇ ବିବାଦ ଜାରି ରହିଛି। ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନଥିବା ତାଙ୍କ ଫ୍ୟାନ୍‌ମାନେ କରଣ ଜୋହର, ସଲମାନ ଖାନ, ଅନନ୍ୟା ପାଣ୍ଡେ, ସୋନମ କପୁର ଓ ଆଲିଆ ଭଟ୍ଟଙ୍କ ପରି ସେଲେବ୍ରିଟିଙ୍କୁ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ କରୁଛନ୍ତି। ଏଥିପାଇଁ କିଛି ସେଲେବ୍ରିଟି ନିଜ ଆକାଉଣ୍ଟକୁ ଡିଆକ୍ଟିଭେଟ୍‌ କରିବା ସହ କିଛି ସେଗୁଡ଼ିକୁ ପ୍ରାଇଭେଟ୍‌ କରିଦେଇଛନ୍ତି। […]

ଅଦ୍ୟତନ ହୋଇଛି
‘କରଣ ଭୟଭୀତ ଅଛନ୍ତି ଏବଂ କିଛି କହିବା ଅବସ୍ଥାରେ ନାହାନ୍ତି’

karanjohar1

Advertisment

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍ ବା ପ୍ରିୟାପ୍ରୀତି ତୋଷଣକୁ ନେଇ ବିବାଦ ଜାରି ରହିଛି। ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନଥିବା ତାଙ୍କ ଫ୍ୟାନ୍‌ମାନେ କରଣ ଜୋହର, ସଲମାନ ଖାନ, ଅନନ୍ୟା ପାଣ୍ଡେ, ସୋନମ କପୁର ଓ ଆଲିଆ ଭଟ୍ଟଙ୍କ ପରି ସେଲେବ୍ରିଟିଙ୍କୁ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ କରୁଛନ୍ତି। ଏଥିପାଇଁ କିଛି ସେଲେବ୍ରିଟି ନିଜ ଆକାଉଣ୍ଟକୁ ଡିଆକ୍ଟିଭେଟ୍‌ କରିବା ସହ କିଛି ସେଗୁଡ଼ିକୁ ପ୍ରାଇଭେଟ୍‌ କରିଦେଇଛନ୍ତି।

Advertisment

ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କ ଆକାଉଣ୍ଟରୁ ସମସ୍ତଙ୍କୁ ଅନ୍‌ଫଲୋ କରିଥିଲେ। ଏବେ ଶୁଣିବାକୁ ମିଳିଛି ଯେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ ସିକ୍ରେଟ୍‌ ପ୍ରାଇଭେଟ୍‌ ଆକାଉଣ୍ଟ କରିଛନ୍ତି। ଯାହାର ନାମ 'karanafffairs' ରହିଛି।
ଏହି ଆକାଉଣ୍ଟଟି ଭେରିଫାଏଡ ହୋଇ ନଥିଲେ ମଧ୍ୟ ଏହାକୁ ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରୀ, ଝିଅ ସୁହାନା, ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ଓ ଅନନ୍ୟା ପାଣ୍ଡେ ଫଲୋ କରୁଛନ୍ତି। ଏହାକୁ ଦେଖିଲେ ଲାଗୁଛି କରଣ ବଲିଉଡ ସେଲେବ୍ରିଟିଙ୍କ ପାଇଁ ଏକ ପ୍ରାଇଭେଟ ଆକାଉଣ୍ଟ ତିଆରି କରିଛନ୍ତି।

ଅନ୍ୟପକ୍ଷରେ ନିକଟରେ କରନଙ୍କ ସଂପର୍କରେ ତାଙ୍କର ଜଣେ ସାଙ୍ଗ ଚମକାଇ ଦେବା ଭଳି ଖବର ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ପରେ ସୋଶାଲ ମିଡିଆରେ କରଣଙ୍କ ବିରୋଧରେ ଯେଉଁ ସ୍ୱର ଉଠିଛି, ତାକୁ ନେଇ ସେ ଭାଙ୍ଗି ପଡିଛନ୍ତି। ଏପରିକି ତାଙ୍କର ୩ ବର୍ଷର ପୁଅଝିଅଙ୍କୁ ବି ଧମକ ମିଳୁଛି। ଯେବେ ବି ସେ କରଣଙ୍କୁ ଫୋନ୍ କରୁଛନ୍ତି ସେ କାନ୍ଦୁଛନ୍ତି ଓ କହୁଛନ୍ତି ସେ ଏପରି କ’ଣ କରିଛନ୍ତି ଯେ ତାଙ୍କୁ ନିନ୍ଦା କରାଯାଉଛି। ତାଙ୍କର ଏହି ସାଙ୍ଗଙ୍କ କହିବା ଅନୁସାରେ କରଣ ଏବେ ଭୟଭୀତ ଅଛନ୍ତି ଏବଂ କିଛି କହିବା ଅବସ୍ଥାରେ ନାହାନ୍ତି।

Advertisment

ସୂଚନାଯୋଗ୍ୟ, ନେପୋଟିଜମ୍‌କୁ ନେଇ ଟ୍ରୋଲ ହେବା କରଣଙ୍କ ପାଇଁ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ନେପୋଟିଜମ୍‌କୁ ନେଇ ଟ୍ରୋଲ୍‌ ହୋଇଛନ୍ତି।

Karan Johar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe