/odisha-reporter/media/post_attachments/uploads/2022/10/karan.jpg)
karan
ମୁମ୍ବାଇ: ନିୟମିତ ଭାବେ ସୋଶାଲ ମିଡିଆରେ ଟ୍ରୋଲ ହୋଇ ଆସୁଥିବା ବଲିଉଡ ଫିଲ୍ମ ନିର୍ମାତା କରନ ଜୋହର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସକାରାତ୍ମକ ଶକ୍ତି ପାଇବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଅଲବିଦା କହିଛନ୍ତି। ଶେଷ ଟ୍ୱିଟ୍ରେ ସେ ସକାରାତ୍ମକ ଶକ୍ତି କଥା କହିଥିଲେ। ଅବଶ୍ୟ ବର୍ତ୍ତମାନ ତାଙ୍କ ଆକାଉଣ୍ଟ ଡିଲିଟ ହୋଇଯାଇଥିବାରୁ ଏହାକୁ ମଧ୍ୟ ଦେଖିବାକୁ ମିଳୁନି।
ସୋମବାର ଶେଷ ଟ୍ୱିଟରେ କରନ କହିଛନ୍ତି ଯେ “କେବଳ ସକାରାତ୍ମକ ଶକ୍ତି ପାଇଁ କିଛି ସ୍ଥାନ ବାହାର କରୁଛି। ଏହା ସେ ଦିଗରେ ଗୋଟିଏ ପଦକ୍ଷେପ। ଗୁଡବାଏ ଟ୍ୱିଟର।” ଏହି ଟ୍ୱିଟ ପରେ କରନ ନିଜର ଟ୍ୱିଟର ଆକାଉଣ୍ଟକୁ ଡି-ଆକ୍ଟିଭେଟ କରି ଦେଇଛନ୍ତି। ଏବେ ତାଙ୍କ ଆକାଉଣ୍ଟ ଟ୍ୱିଟରରେ ଆଉ ନାହିଁ।
କରନଙ୍କ ଏହି ନିଷ୍ପତ୍ତିକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଜଣେ ଲେଖିଛନ୍ତି, “କୌଣସି ସୋଶାଲ ମିଡିଆ ପ୍ଲାଟଫର୍ମ ଠାରୁ ସକାରାତ୍ମକ ଶକ୍ତି ଓ ସ୍ଥାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଚିୟର୍ସ କରନ ଜୋହର। ବହୁତ ଭଲ ପଦକ୍ଷେପ।” ଆଉ ଜଣେ ଲେଖିଛନ୍ତି, “ଗୁଡବାଏ କରନ। ଝଲକ ଦିଖଲା ଜାରେ ଦେଖାହେବ।” କରନ ଟ୍ୱିଟର ଛାଡ଼ିଥିଲେ ମଧ୍ୟ ଇନଷ୍ଟାଗ୍ରାମରେ ରହିଛନ୍ତି।
ଅନେକ ସମୟରେ କରନ ଜୋହରଙ୍କୁ ବଲିଉଡରେ ନେପୋଟିଜମ୍ ପାଇଁ ଦାୟୀ କରି କିଛି ଲୋକ ଅନେକ କଥା କୁହନ୍ତି। ଏହା ତାଙ୍କ ମାନସିକ ଅବସ୍ଥାକୁ ମଧ୍ୟ ପ୍ରଭାବିତ କରିଥିଲା ବୋଲି ସେ ଏକଦା କହିଥିଲେ।
/odisha-reporter/media/post_attachments/2022-10/cu2iho0g_karan_625x300_10_October_22.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
