Advertisment

କରଣଙ୍କ ସହ ୧୦୦ କୋଟିର ଡିଲ୍‌ କଲେ ବିଜୟ

ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସାଉଥ ସୁପରଷ୍ଟାର ତଥା ‘ଅର୍ଜୁନ ରେଡ୍ଡି’ ଫେମ୍ ବିଜୟ ଦେବରକୋଣ୍ଡା। ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ କରଣ ଜୋହରଙ୍କ ପ୍ରଡକ୍ସନ୍ ‘ଲାଇଗର’ରେ ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଶୁଣିବାକୁ ମିଳିଛି ଯେ ବିଜୟ କେବଳ କରଣ ଜୋହରଙ୍କ ସହ ‘ଲାଇଗର’ କରିବେ ନାହିଁ ବରଂ ଆଉ ଦୁଇଟି ଫିଲ୍ମ ମଧ୍ୟ କରିବେ। ଏକକାଳୀନ ତିନୋଟି ଚଳଚ୍ଚିତ୍ରର ପାଇଁ ସେ କରଣଙ୍କ ସହ ଚୁକ୍ତି କରିଛନ୍ତି। ଏଥିପାଇଁ ବିଜୟ ଏବଂ କରଣଙ୍କ […]

author-image
Madhupriya Mistry
କରଣଙ୍କ ସହ ୧୦୦ କୋଟିର ଡିଲ୍‌ କଲେ ବିଜୟ

vijaya

ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସାଉଥ ସୁପରଷ୍ଟାର ତଥା 'ଅର୍ଜୁନ ରେଡ୍ଡି' ଫେମ୍ ବିଜୟ ଦେବରକୋଣ୍ଡା। ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ କରଣ ଜୋହରଙ୍କ ପ୍ରଡକ୍ସନ୍ 'ଲାଇଗର'ରେ ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଶୁଣିବାକୁ ମିଳିଛି ଯେ ବିଜୟ କେବଳ କରଣ ଜୋହରଙ୍କ ସହ 'ଲାଇଗର' କରିବେ ନାହିଁ ବରଂ ଆଉ ଦୁଇଟି ଫିଲ୍ମ ମଧ୍ୟ କରିବେ। ଏକକାଳୀନ ତିନୋଟି ଚଳଚ୍ଚିତ୍ରର ପାଇଁ ସେ କରଣଙ୍କ ସହ ଚୁକ୍ତି କରିଛନ୍ତି। ଏଥିପାଇଁ ବିଜୟ ଏବଂ କରଣଙ୍କ ମଧ୍ୟରେ ୧୦୦ କୋଟି ଟଙ୍କାର ଡିଲ୍‌ ହୋଇଛି। ତିନୋଟି ଫିଲ୍ମ ପାଇଁ କରଣ ବିଜୟଙ୍କୁ ୧୦୦ କୋଟି ଟଙ୍କା ଫିସ ଦେଇଛନ୍ତି। publive-image

Advertisment

ସୂତ୍ରରୁ ପ୍ରକାଶ ଯେ, "କରଣ ଜୋହର ବିଜୟଙ୍କ ସହ ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଅନୁସାରେ, କରଣ ବିଜୟଙ୍କୁ ପ୍ରାୟ 100 କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି। ବିଜୟଙ୍କୁ କରଣଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ତିନୋଟି ଚଳଚ୍ଚିତ୍ର କରିବାକୁ ପଡିବ। ସାଉଥ ଫିଲ୍ମ ଅପେକ୍ଷା ବିଜୟଙ୍କ ସହ ଅଧିକ ବଲିଉଡ ଫିଲ୍ମ ତିଆରି କିରବାକୁ ଇଚ୍ଛା ରଖିଛନ୍ତି।   ଡିଲ ଅନୁଯାୟୀ ବିଜୟଙ୍କୁ ଏହି ତିନୋଟି ଚଳଚ୍ଚିତ୍ର ଏକାସାଙ୍ଗରେ କରିବାକୁ ପଡିବ ନାହିଁ।  ଫ୍ରି ଟାଇମ ମିଳିଳେ ସେ କରଣଙ୍କ ସହ ଏହି ପ୍ରୋଜେକ୍ଟରେ କାମ କରିପାରିବେ।

ବିଜୟଙ୍କୁ 'ଲାଇଗର' ଫିଲ୍ମରେ ଜଣେ ଆକ୍ସନ ହିରୋ ଭୂମିକାରେ ଦେଖିବାକୁ ମିଳିବ। ତେଣୁ କରଣ ତାଙ୍କର ଆଉ ଏକ ଫିଲ୍ମରେ ବିଜୟଙ୍କୁ ରୋମାଣ୍ଟିକ ହିରୋ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି।  ତାଙ୍କର ପରବର୍ତ୍ତୀ ଫିଲ୍ମଟି କରଣ ଜୋହର ଶୈଳୀରେ ହେବ। ଏଥିରେ ବିଜୟଙ୍କୁ ରୋମାଣ୍ଟିକ-ଗ୍ଲାମରସ୍ ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ବିଜୟ ବେଶ ଷ୍ଟାଇଲିସ୍ ଲୁକ୍‌ରେ ନଜର ଆସିବେ। ବର୍ତ୍ତମାନ ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ଚାଲିଥିବା ସୂଚନା ମିଳିଛି।

Advertisment
Bollywood