Advertisment

ରେଷ୍ଟୁରାଣ୍ଟ ଦୁଆର ମୁହଁରୁ କରଣଙ୍କୁ ଫେରାଇ ଦେଲେ ମ୍ୟାନେଜର

ମୁମ୍ବାଇ: ହଟହଟା ହେଲେ ବଲିଉଡର ଫେମସ ଫିଲ୍ମ ନିର୍ମାତା କରଣ ଜୋହର। ରେଷ୍ଟୁରାଣ୍ଟ ଦୁଆର ମୁହଁରୁ ଖାଲି ହାତରେ ଫେରିଲେ। କରଣଙ୍କୁ ଭୋକିଲା ଫେରାଇ ଦେଲେ ରେଷ୍ଟୁରାଣ୍ଟ ମ୍ୟାନେଜର। ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଲାଗି ଭୋଗିବାକୁ ପଡିଲା ତାଙ୍କୁ ଏଭଳି ଦଶା। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଓ କରଣ ଜୋହର ଏବେ ଲଣ୍ଡନରେ ଅଛନ୍ତି। ଦୁହେଁ ବର୍ଗର ଖାଇବା ପାଇଁ […]

ଅଦ୍ୟତନ ହୋଇଛି
ରେଷ୍ଟୁରାଣ୍ଟ ଦୁଆର ମୁହଁରୁ କରଣଙ୍କୁ ଫେରାଇ ଦେଲେ ମ୍ୟାନେଜର

Karan johar

Advertisment

ମୁମ୍ବାଇ: ହଟହଟା ହେଲେ ବଲିଉଡର ଫେମସ ଫିଲ୍ମ ନିର୍ମାତା କରଣ ଜୋହର। ରେଷ୍ଟୁରାଣ୍ଟ ଦୁଆର ମୁହଁରୁ ଖାଲି ହାତରେ ଫେରିଲେ। କରଣଙ୍କୁ ଭୋକିଲା ଫେରାଇ ଦେଲେ ରେଷ୍ଟୁରାଣ୍ଟ ମ୍ୟାନେଜର। ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଲାଗି ଭୋଗିବାକୁ ପଡିଲା ତାଙ୍କୁ ଏଭଳି ଦଶା। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବାସ୍ତବରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଓ କରଣ ଜୋହର ଏବେ ଲଣ୍ଡନରେ ଅଛନ୍ତି। ଦୁହେଁ ବର୍ଗର ଖାଇବା ପାଇଁ ଇଚ୍ଛା କରିଥିଲେ। ଏଥିପାଇଁ ଲଣ୍ଡନର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟକୁ ଯାଇଥିଲେ କରଣ ଓ ସାରା। ଏଠାକୁ ଯାଇ କରଣ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ଚାରି ଜଣଙ୍କ ନାଁରେ ଟେବୁଲ ବୁକ୍‌ ଥିବା ନେଇ ପଚାରିଥିଲେ। ଆଲିଆ ଭଟ୍ଟଙ୍କ ନାଁରେ ଟେବୁଲ ବୁକ୍‌ ଅଛି କି ବୋଲି କରଣ ମ୍ୟାନେଜରଙ୍କୁ ପଚାରିଥିଲେ। ମ୍ୟାନେଜର କିନ୍ତୁ କୌଣସି ବୁକିଂ ନଥିବା କହି ତାଙ୍କୁ ମନା କରିଦେଇଥିଲେ।

ମ୍ୟାନେଜରଙ୍କ ଏହି କଥା ଶୁଣି ନିରାଶ ହୋଇଯାଇଥିଲେ କରଣ। ଏଥିସହ ରେଷ୍ଟୁରାଣ୍ଟର ଦୁଆର ମୁହଁରୁ ହିଁ ତାଙ୍କୁ ଭୋକିଲା ଫେରିବାକୁ ପଡିଥିଲା। ଏହା ଦେଖି ସାରା କରଣଙ୍କୁ ଥଟ୍ଟା କରିଥିଲେ।  ଏହି ସମସ୍ତ ଘଟଣାକୁ ସାରା ନିଜ କ୍ୟାମେରାରେ କଏଦ କରିଥିଲେ। ଏହି ଭିଡିଓକୁ ସାରା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି 'କରଣ ଜୋହର ଏବଂ ମୁଁ ରଜର୍ଭେସନ ନପାଇବା ପରେ ସେଠାରୁ ଆମକୁ ଭୋକିଲା ପେଟରେ ଫେରିବାକୁ ପଡିଲା, ଏହା ପରେ ଆମେ KFC ଯାଇ କାମ ଚଳାଇଥିଲୁ।' ସାରା ଶେଆର କରିଥିବା ଏହି ଭିଡିଓ ଏବେ ଭାଇରାଲ ହେଉଛି।

Advertisment

କରଣ ଜୋହର ଏବେ ଲଣ୍ଡନରେ ଅଛନ୍ତି। ତାଙ୍କ ସହ ସାରା ଅଲ୍ଲି ଖାନ୍‌, ଡିଜାଇନର୍‌ ମନୀଷ ମଲହୋତ୍ରା, ରଣବୀର ସିଂହ ଓ ଆଲିଆ ଭଟ୍ଟ ମଧ୍ୟ ଅଛନ୍ତି। ନିକଟରେ ମନୀଷ ଆଲିଆ ଏବଂ କରଣଙ୍କ ସହ ଏକ ଫଟୋ ଶେଆର କରିଥିଲେ, ଯେଉଁଥିରେ ସେ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe