୧୨ ବର୍ଷୀୟ ରିବାଙ୍କ ସହ ରୋମାନ୍ସ କଲେ ମିକ୍କା, ଟ୍ରୋଲ ହେଲେ

ମୁୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ଜଣାଶୁଣା ଗାୟକ ମିକ୍କା ସିଂହ। ନିକଟରେ ଜଣେ ୧୨ ବର୍ଷୀୟ ଝିଅ ସହ ରୋମାନ୍ସ କରି ସେ ବିବାଦରେ ଫସିଛନ୍ତି। ଚାରିଆଡୁ ତାଙ୍କୁ ସମାଲୋଚନା କରିବା ସହ ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି। ସୋଶାଲ ମିଡିଆ ସେନ୍‌ସେସନ୍ ରିବା ଅରୋରା। ନିଜଠାରୁ ବୟସରେ ବଡ଼ ତାରକାମାନଙ୍କ ସହ ରିବାଙ୍କ ଡ୍ୟାନ୍ସ ରିଲ୍ସ ସବୁ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି। କରଣ କୁନ୍ଦ୍ରା ଓ ମିକ୍କା ସିଂହଙ୍କ ପରି […]

Mika singh And Riba

Madhupriya Mistry
  • Published: Saturday, 22 October 2022
  • , Updated: 22 October 2022, 03:23 PM IST

ମୁୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ଜଣାଶୁଣା ଗାୟକ ମିକ୍କା ସିଂହ। ନିକଟରେ ଜଣେ ୧୨ ବର୍ଷୀୟ ଝିଅ ସହ ରୋମାନ୍ସ କରି ସେ ବିବାଦରେ ଫସିଛନ୍ତି। ଚାରିଆଡୁ ତାଙ୍କୁ ସମାଲୋଚନା କରିବା ସହ ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି।

ସୋଶାଲ ମିଡିଆ ସେନ୍‌ସେସନ୍ ରିବା ଅରୋରା। ନିଜଠାରୁ ବୟସରେ ବଡ଼ ତାରକାମାନଙ୍କ ସହ ରିବାଙ୍କ ଡ୍ୟାନ୍ସ ରିଲ୍ସ ସବୁ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି। କରଣ କୁନ୍ଦ୍ରା ଓ ମିକ୍କା ସିଂହଙ୍କ ପରି ତାରକାଙ୍କ ସହ ରିବାଙ୍କ ରିଲ୍ସ ବି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି।

https://twitter.com/insomniafallss/status/1580536931599147009?s=20&t=pmF2L63mVGT2N3i03Jb38A

ଏହି ରିବାଙ୍କ ବୟସ ମାତ୍ର ୧୨ ବର୍ଷ । ୪୫ ବର୍ଷୀୟ ମିକ୍କା ସିଂହ ରିବାଙ୍କ ସହ ରୋମାନ୍ସ କରୁଥିବା ଏକ ମ୍ୟୁଜିକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ହଙ୍ଗାମା। କେବଳ ସେତିକି ନୁହେଁ, ରିବାଙ୍କ ମାଆ ବାପାଙ୍କୁ ବି ଲୋକେ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।

ରିବାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ସେ ମିକ୍କା ସିଂହଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି। ଏତେ ଛୋଟ ଝିଅ ସହ ଏପରି ରୋମାଣ୍ଟିକ୍ ନୃତ୍ୟ କରିଥିବାରୁ ମିକ୍କାଙ୍କୁ ଲୋକେ ନାପସନ୍ଦ କରିଛନ୍ତି। ନିଜ ଝିଅ ବୟସର ଏକ ଝିଅ ସହ ଏପରି ରୋମାନ୍ସ କରିବା ବ‌େଳେ ଖରାପ ଲାଗିବା କଥା ବୋଲି ସମାଲୋଚକମାନେ ନିଜର ମତ ରଖି କହିଛନ୍ତି।

 

View this post on Instagram

 

A post shared by Riva Arora (@rivarora_)

Related story