କରୀନା କପୁରଙ୍କୁ କରୋନା, ପାଲଟିଲେ ସୁପରସ୍ପ୍ରେଡର୍‌!

ମୁମ୍ବାଇ: କରୋନାର ସଂକ୍ରମିତ ହେଲେ ବଲିଉଡର ବେବୋ ଓରଫ କରୀନା କପୁର ଖାନ୍‌। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ବ୍ୟତୀତ ଅଭିନେତ୍ରୀ ଅମୃତା ଅରୋରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ କରୀନା ଭଉଣୀ କରିଶ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ ‘କଭି ଖୁସି କଭି ଗମ୍‌’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜନ ହୋଇଥିଲା। […]

kareena-1

kareena-1

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 05:31 PM IST

Sports

Latest News

ମୁମ୍ବାଇ: କରୋନାର ସଂକ୍ରମିତ ହେଲେ ବଲିଉଡର ବେବୋ ଓରଫ କରୀନା କପୁର ଖାନ୍‌। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ବ୍ୟତୀତ ଅଭିନେତ୍ରୀ ଅମୃତା ଅରୋରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଦୁଇ ଦିନ ତଳେ କରୀନା ଭଉଣୀ କରିଶ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ 'କଭି ଖୁସି କଭି ଗମ୍‌'ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଅମୃତା ଅରୋରା ମଧ୍ୟ ଯୋଗ ଦେଇଥିଲେ।

କରଣଙ୍କ ପାର୍ଟି ପରେ ଦୁହେଁ ରିୟା କପୁରଙ୍କ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଘରେ ଗେଟ୍‌ ଟୁ ଗେଦର ପାର୍ଟି କରିଥିଲେ କରୀନା। ରିୟା କପୁର ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ କରୀନାଙ୍କ ସହ ଉଠାଇଥିବା କିଛି ଫଟୋକୁ ଶେୟାର କରିଛନ୍ତି।

ତେଣୁ ମୁମ୍ବାଇ ବିଏମ୍‌ସି କରୀନା ଏବଂ ଅମୃତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆର୍‌ଟିପିସିଆର୍‌ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଦେଇଛି।

କରୀନା ଏବଂ ଅମୃତା ଦୁହେଁ ଘନିଷ୍ଠ ବନ୍ଧୁ। ସେ ପ୍ରାୟତଃ ସବୁ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ନଜର ଆସନ୍ତି। ଦୁିହଁଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ଦୁହେଁ ଏକାଠି କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରନ୍ତି। ଏପରିକି ସୋଶାଲ ମିଡିଆରେ ମଧ୍ୟ ଏଦୁହେଁ ଏକାଠି ଅନେକ ଫଟୋ ମଧ୍ୟ ଶେଆର କରିଛନ୍ତି।

ନିକଟରେ କରଣଙ୍କ ପାର୍ଟିରେ କରୀନା ଓ ଅମୃତା ଏକାଠି ସାମିଲ ହୋଇଥିଲେ। ଏଥିସହ କରୋନା ନିୟମ ଉଲ୍ଲଙ୍ଘନ କରି ଏନୁହେଁ ଅନେକ ପାର୍ଟିରେ ମଧ୍ୟ ସାମିଲ ହୋଇଛନ୍ତି। ଏଥିଯୋଗୁଁ ଏଦୁଇ ଅଭିନେତ୍ରୀ ସୁପର ସ୍ପ୍ରେଡର ପାଲଟିବା ସମ୍ଭାବନା ରହିଛି। ସେପଟେ କରୋନା ପଜିଟିଭ ହୋଇଥିବା ନେଇ ଦୁଇ ଅଭିନେତ୍ରୀଙ୍କ ପକ୍ଷରୁ କିଛି କୌଣସି ସୂଚନା ମିଳିନାହିଁ।

https://twitter.com/ANI/status/1470345996362158083?s=20

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos