Advertisment

ବିବାଦରେ ବେବୋ, କରୀନାଙ୍କୁ ମିଳିଲା କୋର୍ଟ ନୋଟିସ୍‌

୭ ଦିନ ଭିତରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Kareena-Kapoor-Khan

Kareena-Kapoor-Khan

Advertisment

ବିବାଦରେ ବଲିଉଡର ବେବୋ ଓରଫ୍‌ କରୀନା କପୁର ଖାନ୍‌। ତାଙ୍କୁ ମିଳିଲା କୋର୍ଟ ନୋଟିସ୍‌। ଦୁଇ ବର୍ଷ ତଳେ ନିଜର ଏକ ପୁସ୍ତକ ଲଞ୍ଚକୁ ନେଇ ସେ ବିବାଦରେ ଫସିଛନ୍ତି। ଏହି ବହିର ଟାଇଟେଲ୍‌ରେ ସେ 'ବାଇବେଲ୍‌' ଶବ୍ଦ ବ୍ୟବହାର କରିବାକୁ ନେଇ ଅଡୁଆ ବଢ଼ିଛି। ତାଙ୍କୁ ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ୍‌ ପଠାଇ ଜବାବ ମାଗିଛନ୍ତି।

Advertisment
kareena-kapoor-pregnancy-bookକରୀନା କପୁର ଲଞ୍ଚ କରିଥିବା ବହି

ନିକଟରେ କରୀନା କପୁର ନିଜର ପ୍ରେଗ୍‌ନେନ୍ସି ଯାତ୍ରାକୁ ନେଇ ଏକ ବହି ଲଞ୍ଚ କରିଥିଲେ। ଏହି ବହିର ଟାଇଟେଲ ଥିଲା 'କରୀନା କପୁର ପ୍ରେଗ୍‌ନାନ୍ସି ବାଇବେଲ'। ଏହି ବାଇବେଲ ଶବ୍ଦର ବ୍ୟବହାରକୁ ନେଇ ବିବାଦ ଉପୁଜିଛି। ସେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ଜବଲପୁର ସିଭିଲ ଲାଇନର ବାସିନ୍ଦା ଖ୍ରୀଷ୍ଟୋଫର ଆନ୍ଥୋନୀ ହାଇକୋର୍ଟରେ ଏନେଇ ଆବେଦନ କରିଛନ୍ତି।

ଓକିଲ ଖ୍ରୀଷ୍ଟୋଫେର୍‌ ଆନ୍ଥୋନୀଙ୍କ ଅଭିଯୋଗ ଆଧାରରେ ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ୍‌ ଗୁରୁପାଲ ସିଂହ ଆଲୁୱାଲିଆଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ କରୀନାଙ୍କ ଉକ୍ତ ପୁସ୍ତକ ବିକ୍ରି ଉପରେ ରୋକ୍‌ ଲଗାଇବା ତାଙ୍କୁ ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୁହାଯାଇଛି। ତାଙ୍କ ସହ ଉକ୍ତ ବହି ବିକ୍ରେତାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି।

Advertisment

ଜବଲପୁରର ସାମାଜିକ କର୍ମୀ ଆନ୍ଥୋନୀ ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ ବହିର ଶୀର୍ଷକରେ “ବାଇବେଲ” ଶବ୍ଦର ବ୍ୟବହାର କରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାବନାକୁ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ଯେ ବାଇବେଲ୍‌ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ଏବଂ କରୀନା କପୁର ଖାନଙ୍କ ଗର୍ଭଧାରଣକୁ ବାଇବେଲ୍‌ ସହିତ ତୁଳନା କରିବା ଭୁଲ। ଅଭିନେତ୍ରୀ ତାଙ୍କ ପୁସ୍ତକର ଶସ୍ତା ପ୍ରଚାର ପାଇଁ ଏହି ଶବ୍ଦ ବ୍ୟବହାର କରିଛନ୍ତି।

୨୦୨୧ ମସିହାରେ ପ୍ରକାଶିତ ଏହି ପୁସ୍ତକରେ ୪୩ ବର୍ଷୀୟା ଅଭିନେତ୍ରୀ ତାଙ୍କର ଗର୍ଭଧାରଣ ତଥା ପ୍ରେଗ୍‌ନାନ୍ସି ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ପୁସ୍ତକରେ ସେ ଗର୍ଭବତୀ ମହିଳାଙ୍କ ପାଇଁ କିଛି ସୂଚନା ମଧ୍ୟ ଦେଇଛନ୍ତି।

Bollywood Kareena Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe