Advertisment

ଆମିରଙ୍କ ଫିଲ୍ମରେ କରିନା

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପୁଣିଥରେ ମା’ ହେବା ଖବର ସମସ୍ତଙ୍କୁ ସରପ୍ରାଇଜ୍‌ କରିଥିଲା। ଏହି ଖୁସି ଖବରକୁ ଘୋଷଣା କରି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା ଚର୍ଚ୍ଚାରେ ରହିଥିଲେ। ମା’ ହେବା ନେଇ ଘୋଷଣା କରିବା ପରେ କର୍ମକ୍ଷେତ୍ରକୁ ଫେରିଛନ୍ତି କରିନା କପୁର। ସୋଶାଲ ମିଡିଆରେ କରିନାଙ୍କ ମେକଅପ୍‌ ଆର୍ଟିଷ୍ଟ ଏକ ଫଟୋ ଶେଆର୍‌ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,‘ ଟିମ୍‌ ସହିତ ପୁଣିଥରେ ଫେରିଛି। ଏହି ସମୟକୁ […]

ଆମିରଙ୍କ ଫିଲ୍ମରେ କରିନା

k222

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପୁଣିଥରେ ମା’ ହେବା ଖବର ସମସ୍ତଙ୍କୁ ସରପ୍ରାଇଜ୍‌ କରିଥିଲା। ଏହି ଖୁସି ଖବରକୁ ଘୋଷଣା କରି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା ଚର୍ଚ୍ଚାରେ ରହିଥିଲେ। ମା’ ହେବା ନେଇ ଘୋଷଣା କରିବା ପରେ କର୍ମକ୍ଷେତ୍ରକୁ ଫେରିଛନ୍ତି କରିନା କପୁର।

Advertisment

ସୋଶାଲ ମିଡିଆରେ କରିନାଙ୍କ ମେକଅପ୍‌ ଆର୍ଟିଷ୍ଟ ଏକ ଫଟୋ ଶେଆର୍‌ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,‘ ଟିମ୍‌ ସହିତ ପୁଣିଥରେ ଫେରିଛି। ଏହି ସମୟକୁ ବହୁତ ମିସ୍‌ କରୁଥିଲି।’ ଫଟୋରେ କରିନାଙ୍କୁ ବିନା ମାସ୍କରେ ଟିମ୍‌ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

https://www.instagram.com/p/CD1SVlSpS_q/?utm_source=ig_web_copy_link

ରିପୋର୍ଟ ଅନୁସାରେ ଆମିର୍‌ ଖାନ୍‌ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲାଲ୍‌ ସିଂହ ଚଡ୍ଡା’ରେ କରିନାଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଆମିର ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ଫିଲ୍ମରେ କରିନା ଆମିରଙ୍କ ଅଭିନେତ୍ରୀ ଭୂମିକାରେ ନଜର ଆସିବେ। ଖ୍ରୀଷ୍ଟମାସ୍‌ ୨୦୨୧ରେ ଫିଲ୍ମଟି ରିଲିଜ୍ ହେବ।

Advertisment

ସୂଚନାଯୋଗ୍ୟ, ଶେଷଥର ପାଇଁ କରିନାଙ୍କୁ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ନଜର ଆସିଥିଲେ। ଏଥିରେ ଅକ୍ଷୟ କୁମାର ଓ କରିନାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe