'ବୁଢ଼ି' କହିବାରୁ ରାଗିଗଲେ ବେବୋ

ମୁମ୍ବାଇ: ରାଗିଗଲେ ବଲିଉଡର ବେବୋ ଓରଫ୍‌ କରୀନା କପୁର ଖାନ୍‌। ଅଭିନେତ୍ରୀଙ୍କୁ ବୁଢ଼ି କହିବାରୁ ଦେଖାଇଲେ ନାଲିଆଖି। ଟ୍ରୋଲର୍ସଙ୍କ ଲଗାଇଲେ କ୍ଲାସ୍‌। କେବଳ କରୀନା ନୁହନ୍ତି ତାଙ୍କର ଦୁଇ ଜଣ ବେଷ୍ଟ ଫ୍ରେଣ୍ଡ ତଥା ଅଭିନେତ୍ରୀ ମଲାଇକା ଅରୋରା ଓ ଅମୃତା ଅରୋରା ମଧ୍ୟ ମିଶି ଟ୍ରୋଲର୍ସଙ୍କୁ ଦେଲେ ମୁହଁତୋଡ ଜବାବ। ନିକଟରେ କରୀନା କପୁର ଖାନ୍‌ ଫ୍ରସିଦ୍ଧ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁ […]

kareena Kapoor

Madhupriya Mistry
  • Published: Saturday, 28 May 2022
  • , Updated: 28 May 2022, 12:31 PM IST

ମୁମ୍ବାଇ: ରାଗିଗଲେ ବଲିଉଡର ବେବୋ ଓରଫ୍‌ କରୀନା କପୁର ଖାନ୍‌। ଅଭିନେତ୍ରୀଙ୍କୁ ବୁଢ଼ି କହିବାରୁ ଦେଖାଇଲେ ନାଲିଆଖି। ଟ୍ରୋଲର୍ସଙ୍କ ଲଗାଇଲେ କ୍ଲାସ୍‌। କେବଳ କରୀନା ନୁହନ୍ତି ତାଙ୍କର ଦୁଇ ଜଣ ବେଷ୍ଟ ଫ୍ରେଣ୍ଡ ତଥା ଅଭିନେତ୍ରୀ ମଲାଇକା ଅରୋରା ଓ ଅମୃତା ଅରୋରା ମଧ୍ୟ ମିଶି ଟ୍ରୋଲର୍ସଙ୍କୁ ଦେଲେ ମୁହଁତୋଡ ଜବାବ।

ନିକଟରେ କରୀନା କପୁର ଖାନ୍‌ ଫ୍ରସିଦ୍ଧ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁ ଅମୃତା ଅରୋରା ଓ ମଲାଇକା ଅରୋରା ମଧ୍ୟ ଏହି ପାର୍ଟିକୁ ଆସିଥିଲେ। ସେତେବେଳେର ଏକ ଫଟୋକୁ କରୀନା ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ଫଟୋରେ କରୀନା, ଅମୃତା, ମଲାଇକା ଏକାଠି ନଜର ଆସିଛନ୍ତି। ତିନି ଜଣ ବେଶ ବୋଲ୍ଡ ଅନ୍ଦାଜରେ ଫଟୋ ପୋଜ ମଧ୍ୟ ଦେଇଛନ୍ତି। ଏହି ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି, 'ୟେ ହୈ ହମ୍‌, ଔର୍‌ ଲୋଲୋ କାହାଁ ହୈ?'।

ତେବେ କରୀନା ଏହି ଫଟୋ ପୋଷ୍ଟ କରିବା ପରେ ତାଙ୍କ କିଛି ପ୍ରଶଂସକମାନେ ଏଥିରେ କମେଣ୍ଟ ଦେଇଛନ୍ତି। ଏଥିସହ କିଛି ପ୍ରଶଂସକ ଏହି ତିନି ଜଣଙ୍କ ଜୋରଦାର ଟ୍ରୋଲ୍‌ ମଧ୍ୟ କରିଛନ୍ତି। କମେଣ୍ଟରେ କରୀନା, ଅମୃତା ଓ ମଲାଇକାଙ୍କୁ 'ବୁଢ଼ି' ବୋଲି କୁହାଯାଇଛି। ବାସ୍‌ ଏତିକିରେ ଚିହିଁକି ଉଠିଛନ୍ତି ଏହି ତିନି ଅଭିନେତ୍ରୀ। ଟ୍ରୋଲର୍ସଙ୍କୁ ଦେଇଛନ୍ତି ମୁହଁତୋଡ ଜବାବ।

ପ୍ରଥମେ ଅମୃତା ଅରୋରା ନିଜ ଇନ୍‌ଷ୍ଟାଗ୍ରମ ଷ୍ଟୋରିରେ ଦୁଇ ନୋଟ୍‌ ଶେଆର କରିଛନ୍ତି। ଏଥିରେ ସେ ତାଙ୍କୁ 'ବୁଢ଼ି' ବୋଲି ଦିଆଯାଇଥିବା କମେଣ୍ଟକୁ ହାଇଲାଇଟ୍‌ କରି କହିଛନ୍ତି, 'ଏହି ଶବ୍ଦ କାହାକୁ ଅପମାନ କରିବା ପାଇଁ ବ୍ୟବହାର କରାଯାଏ କି? ମୋ ପାଇଁ ଏହି ଶବ୍ଦର ଅର୍ଥ କେବଳ ବୟସ୍କ। ହଁ ଆମେ ବୟସ୍କ। କିନ୍ତୁ ତୁମେ ନାମହୀନ। ତୁମ ପାଖରେ କୌଣସି ପରିଚୟ ନାହିଁ କି ଚେହେରା ନାହିଁ କି ବୟସ ନାହିଁ।' ଅମୃତାଙ୍କ ଏହି ଇନ୍‌ଷ୍ଟାଗ୍ରାମ ଷ୍ଟୋରିକୁ କରୀନା ଓ ମଲାଇକା ସମର୍ଥନ କରି ରି-ପୋଷ୍ଟ କରିଛନ୍ତି।

 

View this post on Instagram

 

A post shared by Kareena Kapoor Khan (@kareenakapoorkhan)

Related story