kareena
ମୁମ୍ବାଇ: ସାରା ବିଶ୍ୱ ଆଜି ପାଳୁଛି ଯୋଗ ଦିବସ। ବି-ଟାଉନ୍ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ବଲିଉଡର ଅନେକ ଷ୍ଟାର ଆଜି ସକାଳୁ ସକାଳୁ ଯୋଗ କରିଛନ୍ତି। ଅନେକ ସେଲେବ୍ରିଟିଙ୍କ ଯୋଗ ମୁଦ୍ରାର ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି। ତେବେ ଏସବୁ ଭିତରେ ବଲିଉଡର ବେବୋ ଓରଫ କରିନା କପୁର ଖାନ୍ଙ୍କ ଏକ ନିଆରା ଯୋଗ କରୁଥିବା ଫଟୋ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି।
ଯୋଗ ଦିବସ ଅବସରରେ କରିନା ପୁରାପୁରି ହଟ୍ ଅନ୍ଦାଜରେ ଯୋଗ କରିଛନ୍ତି। ସେ କରିଛନ୍ତି ବିକିନି ଯୋଗ। ସମୁଦ୍ର କୂଳେ ବିକିନି ପିନ୍ଧି ଯୋଗ ମୁଦ୍ରାରେ ଠିଆ ହୋଇଛନ୍ତି ପଟୌଦି ବଂଶର ବେଗମ୍। ଏହି ଫଟୋକୁ କରିନା ନିଜେ ତାଙ୍କ ଇନ୍ଷ୍ଟାଗ୍ରାମରେ ସେଆର କରିଛନ୍ତି।
କରିନାଙ୍କ ଏହି ଫଟୋଟି ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ କରିନାଙ୍କ ଏହା ହେଉଛି ଏକ ପୁରୁଣା ଫଟୋ। ଏହି ଫଟୋକୁ ସେଆର କରି ସେ ଯୋଗ ଦିବସ ଅବସରରେ ପ୍ରଶଂସକଙ୍କୁ ଶୁଭକାମନା ଜଣାଇଛନ୍ତି।
[caption id="attachment_652797" align="aligncenter" width="650"]
ବିକିନି ପିନ୍ଧି ଯୋଗ ମୁଦ୍ରାରେ କରିନା[/caption]
ବେବୋଙ୍କ ଏହି ବୋଲ୍ଡ ଲୁକ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସୋଶାଲ ମିଡିଆରେ ହଟନେସ୍ ବଢ଼ାଇ ଦେଇଛନ୍ତି କରିନା। ତାଙ୍କ ପ୍ରଶଂସକଙ୍କୁ ବେବୋଙ୍କ ଏଭଳି ଅନ୍ଦାଜ ଖୁବ ପସନ୍ଦ ମଧ୍ୟ ଆସିଛି।
ସୂଚନା ମୁତାବକ କରିନା କପୁର ବି-ଟାଉନ ସବୁଠୁ ଫିଟ୍ନେସ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଏଥିପାଇଁ ତ ଦୁଇ ଛୁଆଙ୍କ ମା’ ହେବା ପରେ ମଧ୍ୟ ତାଙ୍କ ଫିଟ୍ନେସ୍କୁ ଦେଖି ସମସ୍ତେ ଚକିତ ହୋଇଯା’ନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/kareena-2.jpg)