Advertisment

ଭୁଲ୍‌ କରିଦେଲେ ଅଜା, ଲିକ୍‌ ହେଲା ସାନ ନାତିର ଫଟୋ

ମୁମ୍ବାଇ: ଛୋଟେ ନୱାବଙ୍କୁ ନେଇ ବଲିଉଡର ବେବୋ ଓରଫ କରୀନା କପୁର ବେଶ୍‌ ସଜାଗ। ସାନ ପୁଅ ଜନ୍ମ ହେବା ପରେ ସୈଫ୍‌ ଅଲ୍ଲି ଖାନ୍‌ ଏବଂ କରୀନା ପୁରା ସତର୍କ ଅଛନ୍ତି। ପୁଅକୁ ମିଡିଆ ସାମ୍ନାକୁ ଛାଡୁନାହାନ୍ତି। କରୀନା ତାଙ୍କ ସାନ ପୁଅକୁ ଗଣମାଧ୍ୟମଠାରୁ ପୁରାପୁରି ଦୂରଇ ରଖିଛନ୍ତି। ଏପରିକି ସୋଶାଲ ମିଡିଆରେ ଆକ୍ଟିଭ ଥିବା କରୀନା ଛୋଟେ ନୱାବଙ୍କ ଚେହେରା କାହାକୁ ଦେଖଉ ମଧ୍ୟ ନାହାନ୍ତି। ପ୍ରଶଂସକମାନେ ତାଙ୍କ ସାନ ପୁଅର ଗୋଟିଏ ଲୁକ୍‌ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭୁଲ୍‌ କରିଦେଲେ ଅଜା, ଲିକ୍‌ ହେଲା ସାନ ନାତିର ଫଟୋ

Kareena's second baby boy Photo leak

ମୁମ୍ବାଇ: ଛୋଟେ ନୱାବଙ୍କୁ ନେଇ ବଲିଉଡର ବେବୋ ଓରଫ କରୀନା କପୁର ବେଶ୍‌ ସଜାଗ। ସାନ ପୁଅ ଜନ୍ମ ହେବା ପରେ ସୈଫ୍‌ ଅଲ୍ଲି ଖାନ୍‌ ଏବଂ କରୀନା ପୁରା ସତର୍କ ଅଛନ୍ତି। ପୁଅକୁ ମିଡିଆ ସାମ୍ନାକୁ ଛାଡୁନାହାନ୍ତି। କରୀନା ତାଙ୍କ ସାନ ପୁଅକୁ ଗଣମାଧ୍ୟମଠାରୁ ପୁରାପୁରି ଦୂରଇ ରଖିଛନ୍ତି। ଏପରିକି ସୋଶାଲ ମିଡିଆରେ ଆକ୍ଟିଭ ଥିବା କରୀନା ଛୋଟେ ନୱାବଙ୍କ ଚେହେରା କାହାକୁ ଦେଖଉ ମଧ୍ୟ ନାହାନ୍ତି। ପ୍ରଶଂସକମାନେ ତାଙ୍କ ସାନ ପୁଅର ଗୋଟିଏ ଲୁକ୍‌ ପାଇବା ପାଇଁ ଅପେକ୍ଷା କରି ବସିଛନ୍ତି।

Advertisment

[caption id="attachment_633464" align="aligncenter" width="650"]Kareena Kapoor Bollywood Actress Kareena Kapoor[/caption]

ଏହାରି ଭିତରେ କରୀନାଙ୍କ ବାପା ତଥା ଛୋଟେ ନୱାବଙ୍କ ଅଜା ରଣଧୀର କପୁର ଏକ ଭୁଲ୍‌ କରିଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମର ଅଜାଣତରେ କରୀନାଙ୍କ ସାନ ପୁଅର ଫଟୋକୁ ପୋଷ୍ଟ କରିଦେଇଛନ୍ତି। ଏହି ଫୋଟକୁ ପୋଷ୍ଟ କରି ସେ ସଙ୍ଗେ ସଙ୍ଗେ ଡିଲିଟ୍‌ ମଧ୍ୟ କରିଦେଇଛନ୍ତି। କିନ୍ତୁ ତାହ ଅଳ୍ପ ସମୟ ମଧ୍ୟରେ ସୋଶାଲ ମିଡିଆରେ ଭାଇରାଲ ହୋଇଯାଇଛି।

Advertisment

ରଣଧୀର କପୁର ଶେଆର କରିଥିବା ଏହି ଫଟୋକୁ କରୀନାଙ୍କ ସାନ ପୁଅର ବୋଲି କୁହାଯାଉଛି। ଛୋଟେ ନୱାବ ପୁରାପୁରି ତୈମୁର ଭଳି ଦେଖାଯାଉଛନ୍ତି। ରଣଧୀର କପୁର ତୈମୁର ଓ ସାନ ନାତିର ଫଟୋକୁ ଏକାଠି କରି ନିଜ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବ୍ରୁଆରୀରେ ଦ୍ୱିତୀୟ ପୁଅର ମା' ହୋଇଛନ୍ତି କରୀନା କପୁର ଖାନ୍‌।

Bollywood