/odisha-reporter/media/post_attachments/uploadimage/library/16_9/16_9_0/IMAGE_1674477238.jpg)
ବଏକଟ୍ ଟ୍ରେଣ୍ଡକୁ ନେଇ ମୁହଁ ଖୋଲିଲେ କରୀନା
ଗତବର୍ଷ ଠାରୁ ବଲିଉଡରେ ଆରମ୍ଭ ହୋଇଛି ବଏକଟ୍ ଟ୍ରେଣ୍ଡ। ଗତବର୍ଷ ବଲିଉଡ ଜଗତ ପାଇଁ କିଛି ଭଲ ନଥିଲା। ସାଉଥ ଫିଲ୍ମ ଆଗରେ ଫିକା ପଡିଥିଲା ବଲିଉଡର ବଡ ବଡ ବଜେଟ୍ର ଫିଲ୍ମ। ବଏକଟ୍ ଟ୍ରେଣ୍ଡ ଯୋଗୁ ଅନେକ ଫିଲ୍ମ ଫ୍ଲପ୍ ମଧ୍ୟ ହୋଇଥିଲା। ଏବେ ଶାହରୁଖ ଖାନ୍ଙ୍କ ଅପ୍କମିଂ ଫିଲ୍ମ ‘ପଠାନ’କୁ ନେଇ ମଧ୍ୟ ବଏକଟ୍ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହା ଏବେ ଫିଲ୍ମ ନିର୍ମାତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାରି ଭିତରେ ବଏକଟ୍ ଟ୍ରେଣ୍ଡକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡର ବେବୋ ଓରଫ୍ କରୀନା କପୁର।
କରୀନା କହିଛନ୍ତି, ‘ବଏକଟ୍ ଟ୍ରେଣ୍ଡକୁ ମୁଁ ସମର୍ଥନ କରୁନି। ଯଦି ସବୁ ଫିଲ୍ମକୁ ବଏକଟ କରାଯାଏ, ତେବେ ଆମେ ଆପଣଙ୍କର ମନୋରଞ୍ଜନ କିପରି କରିବୁ। ଆପଣଙ୍କ ଜୀବନରେ ସୁଖ ଏବଂ ମଜା କିପରି ଆସିବ। ବଏକଟ ପାଇଁ ଯଦି କୌଣସି ଫିଲ୍ମ ନିର୍ମାଣ ହେବ ନାହିଁ ତେବେ ମନୋରଞ୍ଜନ କିପରି ହେବ।’ କୋଲକାତାରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ଯୋଗ ଦେଇ କରୀନା ଏହା କହିଛନ୍ତି।
ଗତ ବର୍ଷ ରିଲିଜ ହୋଇଥିବା କରୀନା କପୁର ଖାନ୍ ଏବଂ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ମଧ୍ୟ ବଏକଟ ଟ୍ରେଣ୍ଡର ଶିକାର ହୋଇଥିଲା। ଏହା ପରେ ଫିଲ୍ମଟି ଫ୍ଲପ ହୋଇଥିଲା। ରିଲିଜ୍ ପୂର୍ବରୁ କରୀନା କହିଥିଲେ, ‘ଏହା ଏକ ଭଲ ଚଳଚ୍ଚିତ୍ର ଏବଂ ମୁଁ ଚାହେଁ ଲୋକମାନେ ମୋତେ ଏବଂ ଆମୀରଙ୍କୁ ଏକାଠି ଦେଖନ୍ତୁ। ଫିଲ୍ମକୁ ବଏକକଟ କରନ୍ତୁ ନାହିଁ।’ କିନ୍ତୁ କୌଣସି ସୁଫଳ ମିଳିନଥିଲା।
ଉଲ୍ଲେଖଯୋଗ୍ୟ, ଅପ୍କମିଂ ଫିଲ୍ମ ପଠାନ୍କୁ ନେଇ ଏବେ ପୁଣିଥରେ ଆରମ୍ଭ ହୋଇଛି ବଏକଟ୍ ଟ୍ରେଣ୍ଡ। ଫିଲ୍ମର ଗୀତ ବେସରମ୍ ରଙ୍ଗକୁ ବିରୋଧ କରି ଲୋକେ ଏହାକୁ ବୟକଟ୍ କରିବାକୁ ଦାବି କରିଛନ୍ତି। ଗତବର୍ଷ ମଧ୍ୟ ଅନେକ ଫିଲ୍ମକୁ ବୟକଟ୍ କରାଯାଇଥିଲା। ସେଥିମଧ୍ୟରେ ବ୍ରହ୍ମାସ୍ତ୍ରୀ ଓ ରକ୍ଷା ବନ୍ଧନ ଭଳି ଅନେକ ବଡ ବଡ ଫିଲ୍ମ ସାମିଲ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
