Advertisment

ପୁଣି ମା’ ହେବେ କରିନା

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା ଆଜି ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଦମ୍ପତି କହିଛନ୍ତି, ‘ପରିବାରକୁ ନୂଆ ସଦସ୍ୟ ଆସୁଥିବାରେ ଆମେ ବହୁତ ଖୁସି। ଆମ ପାଇଁ ପ୍ରାର୍ଥନା କରୁଥିବା ସମସ୍ତ ଫ୍ୟାନ୍ସ ଫଲୋୟର୍ସଙ୍କୁ ଧନ୍ୟବାଦ ଜଣାଉଛୁ।’ ସୂଚନାଯୋଗ୍ୟ, ୨୦୧୨ ମସିହାରେ କରିନା କପୁର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ପ୍ରେମ […]

ପୁଣି ମା’ ହେବେ କରିନା

karina

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା ଆଜି ଘୋଷଣା କରିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଦମ୍ପତି କହିଛନ୍ତି, ‘ପରିବାରକୁ ନୂଆ ସଦସ୍ୟ ଆସୁଥିବାରେ ଆମେ ବହୁତ ଖୁସି। ଆମ ପାଇଁ ପ୍ରାର୍ଥନା କରୁଥିବା ସମସ୍ତ ଫ୍ୟାନ୍ସ ଫଲୋୟର୍ସଙ୍କୁ ଧନ୍ୟବାଦ ଜଣାଉଛୁ।’

ସୂଚନାଯୋଗ୍ୟ, ୨୦୧୨ ମସିହାରେ କରିନା କପୁର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ପ୍ରେମ ବିବାହ କରିଥିଲେ। ଦୁହିଁଙ୍କର ତୈମୁର ନାମରେ ୩ ବର୍ଷର ପୁଅ ରହିଛି।

Advertisment

ଶେଷଥର ପାଇଁ କରିନାଙ୍କୁ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଦେଖିବାକୁ ମିଳିଥିଲା। ସେହିପରି ସୈଫ୍‌ ଅଲ୍ଲୀ ଖାନ୍‌ ଶେଷଥର ପାଇଁ ‘ଦିଲ୍‌ ବେଚାରା’ରେ ଅଭିନୟ କରିଥିଲେ। ଆଗକୁ ସେ ଫିଲ୍ମ ‘ବଣ୍ଟି’ ଓ ‘ଭୂତ୍‌ ପୁଲିସ’ରେ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe