Advertisment

କରୋନାରୁ ସୁସ୍ଥ ହେବା ପରେ ଖର୍ଚ୍ଚ କରିଦେଲେ ସାଢ଼େ ୪ କୋଟି

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ କାର୍ତ୍ତିକ ଆର୍ଯ୍ୟନ୍‌। ନିକଟରେ ସେ କରୋନାର ୧୪ ଦିନିଆ ବନବାସ ପୂରଣ କରିଛନ୍ତି। କରୋନାରୁ ସୁସ୍ଥ ହୋଇଛନ୍ତି କାର୍ତ୍ତିକ। ମହାମାରୀ ସହ ଲିଢ଼ିବା ପରେ ପରେ ସେ ଖର୍ଚ୍ଚ କରିଦେଇଛନ୍ତି ସାଢ଼େ ୪ କୋଟି ଟଙ୍କା । ନିଜ ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଏଭଳି କରିଛନ୍ତି। ପ୍ରକୃତରେ ଗାଡିର ସଉକ ରଖୁଥିବା କାର୍ତ୍ତିକ ଏକ ଦାମୀ ଗାଡି କିଣିଛନ୍ତି। ଦୀର୍ଘ ଦିନରୁ କିଣିବାକୁ ସ୍ୱପ୍ନ ରଖିଥିବା […]

କରୋନାରୁ ସୁସ୍ଥ ହେବା ପରେ ଖର୍ଚ୍ଚ କରିଦେଲେ ସାଢ଼େ ୪ କୋଟି

Kartik Aaryan

Advertisment

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ କାର୍ତ୍ତିକ ଆର୍ଯ୍ୟନ୍‌। ନିକଟରେ ସେ କରୋନାର ୧୪ ଦିନିଆ ବନବାସ ପୂରଣ କରିଛନ୍ତି। କରୋନାରୁ ସୁସ୍ଥ ହୋଇଛନ୍ତି କାର୍ତ୍ତିକ। ମହାମାରୀ ସହ ଲିଢ଼ିବା ପରେ ପରେ ସେ ଖର୍ଚ୍ଚ କରିଦେଇଛନ୍ତି ସାଢ଼େ ୪ କୋଟି ଟଙ୍କା । ନିଜ ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଏଭଳି କରିଛନ୍ତି।

Advertisment

ପ୍ରକୃତରେ ଗାଡିର ସଉକ ରଖୁଥିବା କାର୍ତ୍ତିକ ଏକ ଦାମୀ ଗାଡି କିଣିଛନ୍ତି। ଦୀର୍ଘ ଦିନରୁ କିଣିବାକୁ ସ୍ୱପ୍ନ ରଖିଥିବା ଲମ୍ବରଗିନି କାର୍‌କୁ ଶେଷରେ ସେ ନିଜ ଘରକୁ ଆଣିଛନ୍ତି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି।

କାର୍ତ୍ତିକଙ୍କ ଏହି ଲଗ୍‌ଜୁରୀ କାର୍‌ର ଦାମ ୪ କୋଟି ରହିଛି। ଏହି କାର୍‌ଟିକୁ ସେ ଇଟାଲୀରୁ ମଗାଇଛନ୍ତି। ତେବେ ଇଟାଲୀରୁ ମୁମ୍ବାଇ ଆଣିବା ପାଇଁ ଏହି କାର୍‌ ପିଛା କାର୍ତ୍ତିକଙ୍କୁ ଅତିରିକ୍ତ ଆଉ ୫୦ ଲକ୍ଷ ଟଙ୍କା ଦେବାକୁ ପଡିଛି। ଦୀର୍ଘ ୩ ମାସର ଅପେକ୍ଷା ପରେ ଯାଇ ତାଙ୍କ ସ୍ୱପ୍ନର କାର୍‌କୁ ସେ ନିଜ ପାଖରେ ପାଇପାରିଛନ୍ତି। ଏହି କାର୍‌କୁ ପାଇବା ପରେ କାର୍ତ୍ତିକଙ୍କ ଖୁସି କହିଲେ ନସରେ। କାର୍‌କୁ ଦେଖିବା ପରେ ସେ ଖୁସିରେ ନାଚିଛନ୍ତି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କାର୍ତ୍ତିକଙ୍କ ପାଖରେ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଅଛି। ଏହି କାର୍‌ଟିକୁ ସେ ୨୦୧୭ରେ କିଣିଥିଲେ।

Advertisment

ନିକଟରେ କାର୍ତ୍ତିକ ଆର୍ଯ୍ୟନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ସେ ନିଜେ ସୂଚନା ଦେଇଥିଲେ। ଏହାପରେ ହୋମ୍‌ ଆଇସୋଲେସନରେ ରହି ଚିକିତ୍ସା ହେଉଥିଲେ। ଏବେ ସେ ସୁସ୍ଥ ହେବା ପରେ ପୁଣି ଥରେ ଶୁଟିଂକୁ ଫେରିବେ ବୋଲି ଜଣାପଡିଛି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe