ପୁଣି ଅକ୍ଷୟଙ୍କ ଫିଲ୍ମ ଛଡ଼ାଇନେଲେ କାର୍ତ୍ତିକ

ମୁମ୍ବାଇ: ପୁଣି ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ହାତରୁ ଫିଲ୍ମ ଛଡାଇ ନେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ‘ଭୁଲ ଭୁଲୟା’ ପରେ ଏବେ ‘ହେରା ଫେରି-୩’ରେ ଅକ୍ଷୟଙ୍କୁ ରିପ୍ଲେସ କରିବେ କାର୍ତ୍ତିକ। ଏନେଇ ଖୋଦ୍ ହେର୍‌ଫେରି ଫିଲ୍ମରେ ବାବୁରାଓ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଭର୍ସଟାଇଲ ଅଭିନେତା ପରେଶ ରାୱଲ ସୂଚନା ଦେଇଛନ୍ତି। ‘ହେରା ଫେରି’ ଏବଂ ‘ଫିର ହେରା ଫେରି’ ଫିଲ୍ମ ବକ୍ସ ଅଫିସରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ଏହି ଫିଲ୍ମକୁ […]

kartik-aaryan-akshay-kumar

Madhupriya Mistry
  • Published: Saturday, 12 November 2022
  • , Updated: 12 November 2022, 03:13 PM IST

ମୁମ୍ବାଇ: ପୁଣି ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ହାତରୁ ଫିଲ୍ମ ଛଡାଇ ନେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ‘ଭୁଲ ଭୁଲୟା’ ପରେ ଏବେ ‘ହେରା ଫେରି-୩’ରେ ଅକ୍ଷୟଙ୍କୁ ରିପ୍ଲେସ କରିବେ କାର୍ତ୍ତିକ। ଏନେଇ ଖୋଦ୍ ହେର୍‌ଫେରି ଫିଲ୍ମରେ ବାବୁରାଓ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଭର୍ସଟାଇଲ ଅଭିନେତା ପରେଶ ରାୱଲ ସୂଚନା ଦେଇଛନ୍ତି।

‘ହେରା ଫେରି’ ଏବଂ ‘ଫିର ହେରା ଫେରି’ ଫିଲ୍ମ ବକ୍ସ ଅଫିସରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ଏହି ଫିଲ୍ମକୁ ଦର୍ଶକ ବେଶ୍ ଭଲପାଇବା ମଧ୍ୟ ଦେଇଥିଲେ। ଏଭଳି ସ୍ଥିତିରେ ଏବେ ଫ୍ୟାନ୍‌ମାନେ ଏହି ଫିଲ୍ମର ପାର୍ଟ-୩କୁ ଦୀର୍ଘ ଦିନ ଧରି ବେଶ୍ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଏବେ କିନ୍ତୁ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତା ବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିିଳିଛି। ତେବେ ହେରା ଫେରି-୩ରେ ଏଥର କାର୍ତ୍ତିକ ଆର୍ଯ୍ୟନ ଏଣ୍ଟ୍ରି ମାରିବାକୁ ଯାଉଥିବା ନେଇ ଅଭିନେତା ପରେଶ ରାୱଲ କହିଛନ୍ତି।

କାର୍ତ୍ତିକ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ରିପ୍ଲେସ କରିଛନ୍ତି। ସେ ଏଥିରେ ରାଜୁ ଭୂମିକାରେ ଅଭିନୟ କରିବେ। ପୂର୍ବରୁ ଏହି ଭୂମିକାରେ ଅକ୍ଷୟ କୁମର ଥିଲେ। ତେବେ ଏହି ଖବର ଅକ୍ଷୟ କୁମାରଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ଟ୍ୱିଟରରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଯଦି ଅକ୍ଷୟ ନୁହନ୍ତି ତେବେ ଫିଲ୍ମ ବି ନାହିଁ ବୋଲି କହିଛନ୍ତି। ଅକ୍ଷୟ କୁମାରଙ୍କ ବିନା ହେରା ଫେରି ଫିଲ୍ମ ପୂରା ବେକାର ୟୁଜର୍ସମାନେ କମେଣ୍ଟ କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର ଫିଲ୍ମର ସ୍କ୍ରିପ୍ଟରେ ଖୁସି ନଥିଲେ। ନିର୍ମାତାମାନଙ୍କ ସହ ଅନେକ ଥର ସାକ୍ଷାତ ପରେ ମଧ୍ୟ କିଛି କାମ ବଦଳାଗଲା ନାହିଁ। ତେଣୁ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଥିବା କୁହାଯାଉଛି।

ଫିରୋଜ ନାଦିଆଦୱାଲାଙ୍କ ପ୍ରଡକ୍ସନରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମର ନାଁ ହେରା ଫେରି-୩ ଅଥବା ହେରା ଫେରି ରିବୁଟ୍ ରଖାଯିବ। ତେବେ ଫିଲ୍ମର ନାଁ ପ୍ରକୃତରେ କ’ଣ ରହିବ ସେ ନେଇ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। ପୂର୍ବ ଭଳି ଏହି ଫିଲ୍ମରେ ପରେଶ ରାୱଲ ଓ ସୁନୀଲ ଶେଟ୍ଟୀ ମଧ୍ୟ ରହିବେ ବୋଲି କୁହାଯାଉଛି।

Related story