Advertisment

ଭୁଲ ଭୁୁଲୟା-୩: ପୁଣି ଆସୁଛନ୍ତି ‘ରୁହ ବାବା’

ଏହି ଫିଲ୍ମର ଘୋଷଣା ହେବା ପରେ ଫ୍ୟାନ୍‌ମାନେ ପୁଣି ଥରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ମନେ ପକାଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Kartik Aaryan

ଟିକେ ହସ ଆଉ ଟିକେ ଭୟ। ପୁଣି ଥରେ ଦେଖିବାକୁ ମିଳିବ ‘ରୁହ ବାବା’ଙ୍କ କମାଲ। ଆଉ ପୁଣି ଶୁଣିବାକୁ ମିଳିବ ଆମି ଯେ ତୋମାର୍‌... ଗୀତର ଧୁନ୍। ଭୁଲ୍ ଭୁଲୟା-୨ର ସଫଳତା ପରେ ଏବେ ଆସିବାକୁ ଯାଉଛି ଏହାର ଆଉ ଏକ ସିକ୍ୱେଲ। 

Advertisment

ଖୁବଶୀଘ୍ର ଆସୁଛି ଭୁଲ୍ ଭୁଲୟା-୩। ପୁଣି ଥରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ରୁହ ବାବା ହୋଇ ଲୋକଙ୍କ ମନରଞ୍ଜନ କରିବେ। ଏନେଇ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ଖୋଦ୍ ସୂଚନା ଦେଇଛନ୍ତି କାର୍ତ୍ତିକ। 

କାର୍ତ୍ତିକ ଆର୍ଯ୍ୟନ୍ ଇନ୍‌ଷ୍ଟାଗ୍ରାମରେ ଯେଉଁ ଭିଡିଓ ଶେଆର କରିଛନ୍ତି, ସେଥିରେ ଭବାନୀଗଡର ହବେଲୀର ଝଲ୍‌କ ଦେଖିବାକୁ ମିଳିଛି। ଭିଡିଓରେ କାର୍ତ୍ତିକଙ୍କ ଭଏସ୍ ମଧ୍ୟ ଶୁଣିବାକୁ ମିଳିଛି। ଏଥିରେ ସେ କହୁଛନ୍ତି, ‘କ୍ୟା ଲଗା କାହାନୀ ଖତମ୍ ହୋଗୟୀ? ଆତ୍ମାଏ ସିର୍ଫ ବାତ ନହିଁ କରତି, ବୋ ମେରେ ଅନ୍ଦର ଆ ଭି ଯାତି ହୈ।’ ଏଥିସହ କାର୍ତ୍ତିକ ବେଶ୍ ଭୟାନକ ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କୁ ରୁହ ବାବା ଚରିତ୍ରରେ ଦେଖିବାକୁ ମିଳିଛି। ସେ ଚେୟାର୍‌ରେ ବସି ଆମି ଯେ ତୋମାର୍‌... ଗୀତ ଗାଉଥିବା ମଧ୍ୟ ଶୁଣିବାକୁ ମିଳିଛି। 

Advertisment

ଏହି ଫିଲ୍ମର ଘୋଷଣା ହେବା ପରେ ଫ୍ୟାନ୍‌ମାନେ ପୁଣି ଥରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ମନେ ପକାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଆମେ ଅକ୍ଷୟଙ୍କୁ ଏହି ଫିଲ୍ମରେ ଦେଖିବାକୁ ଚାହୁଁ। 

ସୂଚନା ମୁତାବକ, ୨୦୦୭ରେ ଫିଲ୍ମ ଭୁଲ ଭୁଲୟା ରିଲିଜ ହୋଇଥିଲା। ଏଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଗତ ବର୍ଷ ଏହି ଫିଲ୍ମର ପାର୍ଟ-୨ ଆସିଥିଲା। ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌, ତବୁ ଓ କିଆରା ଆଡଭାନୀ ନଜର ଆସିଥିଲେ। ଏବେ ଭୁଲ ଭୁଲୟା-୩ ଆସନ୍ତା ବର୍ଷ ତଥା ୨୦୨୪ରେ ରିଲିଜ ହେବ। ଏହାକୁ ଅନିସ ବଜମି ନିର୍ଦ୍ଦେଶନା ଦେବେ। 

Bollywood News Bollywood Kartik Aryan