Advertisment

କାର୍ତ୍ତିକଙ୍କ ହାତ ଛାଡି ଦେଲେ କିଙ୍ଗ ଖାନ୍‌!

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହଙ୍କ କାର୍ତ୍ତିକ ଆର୍ଯ୍ୟନ। ସେ ଗୋଟିକ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ବି-ଟାଉନରେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। କିନ୍ତୁ ଏବେ ତାଙ୍କ ଦିନ ଆଉ ଭଲ ଚାଲିିନି। କରଣ ଜୋହରଙ୍କ ପାରେ ଏବେ କାର୍ତ୍ତିକଙ୍କୁ ଅଣଦେଖା କରିଛନ୍ତି କିଙ୍ଗ ଖାନ୍ ଶାହାରୁଖ। ସେ କାର୍ତ୍ତିକଙ୍କ ହାତ ଛାଡି ଦେଇଛନ୍ତି। ତାଙ୍କ ଅପ୍‌କମିଂ ପ୍ରୋଜେକ୍ଟରୁ ଶାହାରୁଖ କାର୍ତ୍ତିକଙ୍କୁ ଆଉଟ୍ କରିଦେଇଛନ୍ତି। ଏ ନେଇ ଚର୍ଚ୍ଚା ଜୋର ଧରିଛି। କରଣ ଜୋହରଙ୍କ […]

author-image
Madhupriya Mistry
କାର୍ତ୍ତିକଙ୍କ ହାତ ଛାଡି ଦେଲେ କିଙ୍ଗ ଖାନ୍‌!

sharuka khan-kartik

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହଙ୍କ କାର୍ତ୍ତିକ ଆର୍ଯ୍ୟନ। ସେ ଗୋଟିକ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ବି-ଟାଉନରେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। କିନ୍ତୁ ଏବେ ତାଙ୍କ ଦିନ ଆଉ ଭଲ ଚାଲିିନି। କରଣ ଜୋହରଙ୍କ ପାରେ ଏବେ କାର୍ତ୍ତିକଙ୍କୁ ଅଣଦେଖା କରିଛନ୍ତି କିଙ୍ଗ ଖାନ୍ ଶାହାରୁଖ। ସେ କାର୍ତ୍ତିକଙ୍କ ହାତ ଛାଡି ଦେଇଛନ୍ତି। ତାଙ୍କ ଅପ୍‌କମିଂ ପ୍ରୋଜେକ୍ଟରୁ ଶାହାରୁଖ କାର୍ତ୍ତିକଙ୍କୁ ଆଉଟ୍ କରିଦେଇଛନ୍ତି। ଏ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

କରଣ ଜୋହରଙ୍କ ‘ଦୋସ୍ତାନା-୨’ ଫିଲ୍ମ ପରେ ଏବେ କାର୍ତ୍ତିକଙ୍କ ହାତରୁ ଆଉ ଏକ ପ୍ରଜେକ୍ଟ ଛଡାଇ ନିଆଯାଇଛି। କିଙ୍ଗ ଖାନ୍‌ଙ୍କ ରେଡ୍ ଚିଲ୍ଲି ବ୍ୟାନର୍‌ରେ ତିଆରି ହେବାକୁ ଯାଉଥିବା ଫିଲ୍ମ ‘ଫ୍ରେଡି’ରୁ ତାଙ୍କୁ ଆଉଟ୍ କରିଦିଆଯାଛି। କେବଳ ସେତିକି ନୁହେଁ ଏହି ଫିଲ୍ମ ସାଇନ୍ ପାଇଁ କାର୍ତ୍ତିକଙ୍କୁ ମିଳିଥିବା ୨ କୋଟି ଟଙ୍କା ମଧ୍ୟ ସେ ଫେରାଇ ଦେଇଥିବା ଶୁଣିବାକୁ ମିଳିଛି।

କାର୍ତ୍ତିକଙ୍କୁ ଆଉଟ୍ କରିବା କାରଣ ହେଉଛି, ସେ ଫିଲ୍ମ ସାଇନ୍ କରିବା ପରେ ଏବଂ କାହାଣୀକୁ ଅପ୍ରୁଭାଲ ଦେବା ପରେ ସ୍କ୍ରିପ୍ଟରେ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଏହାପରେ ପ୍ରଡକ୍ସନ ହାଉସ ତାଙ୍କୁ ବାହାର କରିଦେଇଛି। ଏହି ଫିଲ୍ମ ପାଇଁ ଏବେ ନୂଆ ଲିଡ୍ ହିରୋ ଖୋଜା ଚାଲିଛି।

Advertisment

ସୂଚନା ମୁତାବକ ଶାହାରୁଖଙ୍କ ଏହି ଫିଲ୍ମରେ କାର୍ତ୍ତିକଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କାଷ୍ଟ କରାଯାଇଥିଲା । ସେପଟେ କାର୍ତ୍ତିକଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ୨ଟି ଫିଲ୍ମରୁ ଆଉଟ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଅନେକ ଲୋକେ ବି-ଟାଉନ୍‌ରେ ଚାଲିଥିବା ପରିବାରବାଦ କଥା ଉଠାଇଛନ୍ତି । ଆଉ କିଏ କିଏ ଏହା କରଣ ଜୋହରଙ୍କ ଗେମ୍ ପ୍ଲାନ ବୋଲି କହୁଛନ୍ତି । ତେବେ ପ୍ରକୃତ ସତ୍ୟ କ’ଣ ତାହା ଏଯାଏଁ ପଦାକୁ ଆସିନାହିଁ।