କାର୍ତ୍ତିକ ଆର୍ଯ୍ୟନଙ୍କୁ ପୁଣି କରୋନା

ମୁମ୍ବାଇ: ପୁଣି କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ସୋଶାଲ ମିଡିଆରେ ଏନେଇ ସେ ଖୋଦ ସୂଚନା ଦେଇଛନ୍ତି। ସେ ପୁଣି ଥରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ନେଇ ଏକ ଫଟୋ ଶେଆର କରି କହିଛନ୍ତି। କାର୍ତ୍ତିକ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଭୁଲ ଭୁଲୟା-୨’ର ସଫଳତା ଆଡୁକୁ ଇସାରା କରି କ୍ୟାପସନରେ ଲେଖିଛନ୍ତି- ‘ସବୁ କିଛି ଠିକ୍‌ ଚାଲିଥିଲା, […]

Kartik Aaryan

Madhupriya Mistry
  • Published: Saturday, 04 June 2022
  • , Updated: 04 June 2022, 05:16 PM IST

ମୁମ୍ବାଇ: ପୁଣି କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ସୋଶାଲ ମିଡିଆରେ ଏନେଇ ସେ ଖୋଦ ସୂଚନା ଦେଇଛନ୍ତି। ସେ ପୁଣି ଥରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ନେଇ ଏକ ଫଟୋ ଶେଆର କରି କହିଛନ୍ତି।

କାର୍ତ୍ତିକ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ଭୁଲ ଭୁଲୟା-୨'ର ସଫଳତା ଆଡୁକୁ ଇସାରା କରି କ୍ୟାପସନରେ ଲେଖିଛନ୍ତି- 'ସବୁ କିଛି ଠିକ୍‌ ଚାଲିଥିଲା, କିନ୍ତୁ କରୋନା ଏହା ଦେଖି ଆଉ ସହିପାରିଲା ନାହିଁ।' ଏଥିସହ ସେ ଏକ ଇମୋଜି ମଧ୍ୟ ଶେଆର କରିଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ କାର୍ତ୍ତିକଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ସମସ୍ତେ ତାଙ୍କ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି।

ଏହାପୂର୍ବରୁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଗତବର୍ଷ ମାର୍ଚ୍ଚ ୨୨ ତାରିଖରେ କରୋନା ହୋଇଥିଲା। ଏନେଇ ମଧ୍ୟ ସେ ନିଜେ ସୋଶାଲ ମିଡିଆରେ ଏକ ପ୍ଲସ୍‌ ଚିହ୍ନ ଶେଆର କରି ସୂଚନା ଦେଇଥିଲେ।

ନିକଟରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ 'ଭୁଲ ଭୁଲୟା-୨' ରିଲିଜ ହୋଇସାରିଛି। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ମଧ୍ୟ ହୋଇଛି। ରିଲିଜ ହେବାର ଦୁଇ ସପ୍ତାହ ମଧ୍ୟରେ ଫିଲ୍ମରେ ୧୦୦ କୋଟି କ୍ଲବରେ ଏଣ୍ଟ୍ରି କରିସାରିଛି। ଫିଲ୍ମରେ କାର୍ତ୍ତିକଙ୍କ ସହ କିଆରା ଆଡଭାନୀ ଓ ତବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

Related story