ବିକ୍କି ଓ କ୍ୟାଟ୍ରିନାଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ବିକ୍କି କୌଶଲଙ୍କୁ ହତ୍ୟା ଧମକ। ସୋଶାଲ ମିଡିଆରେ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ମୁମ୍ବାଇ ପୁଲିସ ସାନ୍ତାକ୍ରୁଜ ଥାନାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏଏନ୍ଆଇ ମୁତାବକ, ଜଣେ ଅଜଣା ବ୍ୟକ୍ତି ସୋଶାଲ ମିଡିଆ ଜରିଆରେ କ୍ୟାଟ୍ରିନା କୈଫଙ୍କୁ ବହୁଦିନ ଧରି ଷ୍ଟକ୍ କରୁଥିଲେ। ଅଶ୍ଳୀଳ କମେଣ୍ଟ କରୁଥିଲେ। ଏନେଇ ବିକ୍କି କୌଶଲ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସତ୍ତ୍ୱ ସେ ଶୁଣି ନଥିଲେ। ଉକ୍ତ ବ୍ୟକ୍ତି ଜଣକ ଇନ୍ଷ୍ଟାଗ୍ରାମରେ ଉଭୟ ବିକ୍କି ଓ କ୍ୟାଟ୍ରିନାଙ୍କୁ ହତ୍ୟା ଧମକ ଦେଇଥିଲେ। ଏହାପରେ ବିକ୍କି ସାନ୍ତାକ୍ରୁଜ ଥାନାରେ ମାମଲା ରୁଜୁ କରିଛନ୍ତି। ମୁମ୍ବାଇ ପୁଲିସର ସାଇବର ସେଲ୍ ଏବେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ କ୍ୟାଟ୍ରିନା ଓ ବିକ୍କି ଉଭୟଙ୍କ ଫ୍ୟାନ୍ମାନେ ଚକିତ ହୋଇପଡିଛନ୍ତି।
କ୍ୟାଟ୍ରିନା ଓ ବିକ୍କିଙ୍କ ବିବାହକୁ ଏକ ବର୍ଷ ପୂରିନି। ଗତ ବର୍ଷ ଡିସେମ୍ବରରେ ଉଭୟ ବିବାହ କରିଥିଲେ। ଏହାପରେ ଦୁହେଁ ପରସ୍ପର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ନିକଟରେ କ୍ୟାଟ୍ରିନା କୁଆଡେ ମା’ ହେବାକୁ ଯାଉଥିବା ନେଇ ମଧ୍ୟ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଥିଲା। ତେବେ ପ୍ରକୃତ ସତ କ’ଣ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।
Case registered at Santacruz PS on complaint of Vicky Kaushal u/s 506(2),354(D) IPC r/w sec 67 IT Act. He complained that one person has been threatening&posting threat messages on Instagram. He stated that the accused has also been stalking his wife&threatening her:Mumbai Police
— ANI (@ANI) July 25, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।