ରାଗିଗଲେ କ୍ୟାଟ୍ରିନା, ମିଡିଆକୁ ଦେଲେ ଧମକ

ମୁମ୍ବାଇ: ମିସେସ୍ କୌଶଲ ଓରଫ୍ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସର୍ବଦା ଶାନ୍ତଶିଷ୍ଟ ରହୁଥିବା ଏହି ଅଭିନେତ୍ରୀ ହଠାତ୍ ଚିହିଁକି ଉଠିଛନ୍ତି। ସେ ଗଣମାଧ୍ୟମ ଉପରେ ରାଗି ଯାଇଛନ୍ତି । ତାଙ୍କୁ ଖୋଲାଖୋଲି ଦେଇଛନ୍ତି ଧମକ। ତେବେ କାହିଁକି? ଗଣମାଧ୍ୟମଙ୍କ କ୍ୟାମେରାରୁ ବର୍ତ୍ତିବା ସେଲେବ୍ରିଟିଙ୍କ ପାଇଁ କଷ୍ଟକର। ଏୟାରପୋର୍ଟ ହେଉ ଅବା ଜିମ୍‌, ସବୁଠୁ ଗଣମାଧ୍ୟମ କର୍ମୀମାନେ ସେଲେବ୍ରିଟିଙ୍କୁ ନିଜ କ୍ୟାମେରାରେ କଏଦ୍ କରିବା ପାଇଁ ପ୍ରୟାସ କରନ୍ତି। ଏଥିପାଇଁ କିଛି ସେଲେବ୍ରିଟି ରାଜି ହୁଅନ୍ତି ତ […]

katrina-kaif

Madhupriya Mistry
  • Published: Saturday, 19 November 2022
  • , Updated: 19 November 2022, 03:14 PM IST

ମୁମ୍ବାଇ: ମିସେସ୍ କୌଶଲ ଓରଫ୍ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସର୍ବଦା ଶାନ୍ତଶିଷ୍ଟ ରହୁଥିବା ଏହି ଅଭିନେତ୍ରୀ ହଠାତ୍ ଚିହିଁକି ଉଠିଛନ୍ତି। ସେ ଗଣମାଧ୍ୟମ ଉପରେ ରାଗି ଯାଇଛନ୍ତି । ତାଙ୍କୁ ଖୋଲାଖୋଲି ଦେଇଛନ୍ତି ଧମକ। ତେବେ କାହିଁକି?

ଗଣମାଧ୍ୟମଙ୍କ କ୍ୟାମେରାରୁ ବର୍ତ୍ତିବା ସେଲେବ୍ରିଟିଙ୍କ ପାଇଁ କଷ୍ଟକର। ଏୟାରପୋର୍ଟ ହେଉ ଅବା ଜିମ୍‌, ସବୁଠୁ ଗଣମାଧ୍ୟମ କର୍ମୀମାନେ ସେଲେବ୍ରିଟିଙ୍କୁ ନିଜ କ୍ୟାମେରାରେ କଏଦ୍ କରିବା ପାଇଁ ପ୍ରୟାସ କରନ୍ତି। ଏଥିପାଇଁ କିଛି ସେଲେବ୍ରିଟି ରାଜି ହୁଅନ୍ତି ତ ଆଉ କିଛି ଫଟୋଗ୍ରାଫର୍‌ଙ୍କ ଉପରେ ରାଗି ଯାଆନ୍ତି। ଏଭଳି ହିଁ କିଛି କରିଛନ୍ତି କ୍ୟାଟ୍ରିନା କୈଫ।

କ୍ୟାଟ୍ରିନା ମିଡିଆ କର୍ମୀଙ୍କ ଉପରେ ଟିକିଏ ଚିଡ଼ିଯାଇଛନ୍ତି। ଏକ ଜିମ୍‌ରେ କସରତ କରିବା ସମୟରେ ମିଡିଆ କର୍ମୀଙ୍କ ନଜର ତାଙ୍କ ଉପରେ ପଡିଥିଲା। ସେମାନେ ତାଙ୍କର ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ। ଏଥିପାଇଁ କ୍ୟାଟ୍ରିନା ତାଙ୍କୁ ବାରଣ କରିଥିଲେ। ହେଲେ ତାଙ୍କ ବାରଣକୁ କେହି ଖାତିର କରିନଥିଲେ। ଏହାଦେଖି କ୍ୟାଟ୍ରିନା ଫଟୋଗ୍ରାଫରଙ୍କ ଉପରେ ଭଡିକି ଯାଇଥିଲେ। କ୍ୟାମେରା ବନ୍ଦ କର ବୋଲି କହି ନାଲି ଆଖି ଦେଖାଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କ୍ୟାଟ୍ରିନାଙ୍କ ଏଭଳି ତାଗିଦ ପରେ ମିଡିଆ କର୍ମୀମାନେ ନିଜ କ୍ୟାମେରା ତଳକୁ କରିଦେଇଥିଲେ। ଏହାପରେ ସେମାନେ ସମସ୍ତେ କ୍ୟାଟ୍ରିନାଙ୍କୁ କ୍ଷମା ମାଗିଥିଲେ। କ୍ୟାଟ୍ରିନା ଓ ବିକିଙ୍କ ଗତବର୍ଷ ବିବାହ ସରିଛି। ଏହାରି ଭିତରେ କ୍ୟାଟ୍ରିନା କୁଆଡେ ଗର୍ଭବତୀ ଥିବା ନେଇ ଗୁଜବ ଆରମ୍ଭ ହୋଇଯାଇଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବାରେ ଲାଗିଛି। ତେବେ ପ୍ରକୃତ ସତ କ’ଣ ତାହା କ୍ୟାଟ୍ରିନା ହିଁ କହିପାରିବେ।

Related story