ବିକ୍କିଙ୍କୁ ଛାଡି ହ୍ରିତିକଙ୍କ ଉପରେ ଫିଦା କ୍ୟାଟ୍ରିନା

ମୁମ୍ବାଇ: ଗତବର୍ଷ ବଲିଉଡ ଅଭିନେତା ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ହୋଇଥିଲା। ତେବେ ବିବାହକୁ ବର୍ଷେ ନପୂରୁଣୁ ଏବେ ବିକ୍କିଙ୍କୁ ଛାଡି ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିଙ୍କ ଉପରେ ଫିଦା ହୋଇଛନ୍ତି କ୍ୟାଟ୍ରିନା। ସେ ହ୍ରିତିକ ଲୁକ୍‌କୁ ଦେଖି ପାଗଳ ହୋଇଯାଇଛନ୍ତି। ତାଙ୍କୁ ପ୍ରଶଂସା ନକରି ସେ ଆଉ ରହିପାରି ନାହାନ୍ତି। ହ୍ରିତିକ ରୋସନଙ୍କ ଲୁକ୍ସ ଆଉ ଡ୍ୟାନ୍ସକୁ ପସନ୍ଦ କରୁଥିବା ଲୋକଙ୍କ ତାଲିକା ବେଶ୍‌ ଲମ୍ବା। ଏହି ତାଲିକାରେ ଫ୍ୟାନ୍‌ମାନଙ୍କ ସମେତ ଅନେକ […]

hrithik roshan and Katrina

Madhupriya Mistry
  • Published: Friday, 01 July 2022
  • , Updated: 01 July 2022, 04:43 PM IST

ମୁମ୍ବାଇ: ଗତବର୍ଷ ବଲିଉଡ ଅଭିନେତା ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ହୋଇଥିଲା। ତେବେ ବିବାହକୁ ବର୍ଷେ ନପୂରୁଣୁ ଏବେ ବିକ୍କିଙ୍କୁ ଛାଡି ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିଙ୍କ ଉପରେ ଫିଦା ହୋଇଛନ୍ତି କ୍ୟାଟ୍ରିନା। ସେ ହ୍ରିତିକ ଲୁକ୍‌କୁ ଦେଖି ପାଗଳ ହୋଇଯାଇଛନ୍ତି। ତାଙ୍କୁ ପ୍ରଶଂସା ନକରି ସେ ଆଉ ରହିପାରି ନାହାନ୍ତି।

ହ୍ରିତିକ ରୋସନଙ୍କ ଲୁକ୍ସ ଆଉ ଡ୍ୟାନ୍ସକୁ ପସନ୍ଦ କରୁଥିବା ଲୋକଙ୍କ ତାଲିକା ବେଶ୍‌ ଲମ୍ବା। ଏହି ତାଲିକାରେ ଫ୍ୟାନ୍‌ମାନଙ୍କ ସମେତ ଅନେକ ସେଲେବ୍ରିଟି ମଧ୍ୟ ସାମିଲ ଅଛନ୍ତି। ହ୍ରିତିକ ରୋସନଙ୍କ ପ୍ରତିଟି ଅନ୍ଦାଜ ଫ୍ୟାନ୍‌ମାନଙ୍କୁ ପସନ୍ଦ ଆସେ। ନିକଟରେ ହ୍ରିତିକ ତାଙ୍କର ଏକ ବିଜ୍ଞାପନ ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଥିଲେ। ଏହି ବିଜ୍ଞାପନରେ ତାଙ୍କ ଲୁକ୍‌କୁ ଦେଖି ଏବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଫିଦା ହୋଇଯାଇଛନ୍ତି। ସେ ନିଜକୁ ତାଙ୍କ ପ୍ରଶଂସା କରିବାକୁ ଅଟକାଇ ପାରି ନାହାନ୍ତି।

 ହ୍ରିତିକଙ୍କ ଦାଢ଼ି ତଥା ବିୟର୍ଡ ଲୁକ୍‌ କ୍ୟାଟ୍ରିନାଙ୍କୁ ଘାଇଲା କରିଛି। ସେ ହ୍ରିତିକଙ୍କ ବିୟର୍ଡ ଲୁକ୍‌ର ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। କେବଳ ସେତିକି ନୁହେଁ ଏହି ଭିଡିଓରେ କ୍ୟାଟ୍ରିନା ନିଜ ସ୍ୱାମୀ ବିକ୍କିଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, 'ଲଭିଂ ଦିସ୍‌ ବିୟର୍ଡ ଭାଇବ୍‌'। ହ୍ରିତିକ ରୋସନଙ୍କୁ କ୍ୟାଟ୍ରିନାଙ୍କ ଏଭଳି ପ୍ରଶଂସା ଦେଖି ବିକ୍କି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ହ୍ରିତିକଙ୍କ ଏହି ଭିଡିଓରେ କେବଳ 'ହଁ' ବୋଲି ରିଆକ୍ସନ ଦେଇଛନ୍ତି। ହ୍ରିତିକ ରୋସନଙ୍କ ଏହି ଲୁକ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ହ୍ରିତିକ ରୋସନ ଓ କ୍ୟାଟ୍ରିନା କୈଫ 'ବ୍ୟାଙ୍ଗ ବ୍ୟାଙ୍ଗ' ଓ 'ଜିନ୍ଦଗି ନା ମିଲେଗି ଦୋବୋରା' ଫିଲ୍ମରେ ଏକାଠି ନଜର ଆସିଥିଲେ। ଏହି ଯୋଡିକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଏହାପର ଠାରୁ ଉଭୟଙ୍କ ଏକାଠି ଆଉ କୌଣସି ଫିଲ୍ମ ଆସିନାହିଁ।

 

View this post on Instagram

 

A post shared by K A T R I N A K A I F (@gorgeous_katrina)

Related story