କ୍ୟାଟ୍ରିନା ଶିଖାଇଲେ ଷ୍ଟେପ୍, ନାଚିଲେ ବିଗ୍-ବି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅକ୍ଷୟ କୁମାର ଷ୍ଟାରର୍ ‘ସୂର୍ଯ୍ୟବଂଶୀ’ ଫିଲ୍ମ ଶୁକ୍ରବାର ରିଲିଜ୍ ହୋଇଛି। ଫିଲ୍ମର ପ୍ରମୋସନ୍ ପାଇଁ ରୋହିତ ସେଟ୍ଟୀ, ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା କୈଫ୍ ପହଞ୍ଚିଥିଲେ ‘କୌନ୍ ବନେଗା କରୋଡପତି’ ଶୋ’ରେ। ଶୁକ୍ରବାର ‘କୌନ୍ ବନେଗା କରୋଡପତି’ ଶୋରେ ‘ସୂର୍ଯ୍ୟବଂଶୀ’ ଟିମ୍ ଧମାକା ମଚାଇଥିଲେ। ଶୋ’ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବିଗ୍-ବି ତଥା ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ସହ କ୍ୟାଟ୍ରିନାଙ୍କ ଠୁମକା। ସୁପରହିଟ୍ ଗୀତ ‘ଟିପ୍ ଟିପ୍’ ବରଷା ପାନୀ […]

amitabh-bachchan-and-katrina-kaif

amitabh-bachchan-and-katrina-kaif

Ranjit Kumar Jena
  • Published: Saturday, 06 November 2021
  • Updated: 06 November 2021, 04:43 PM IST

Sports

Latest News

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅକ୍ଷୟ କୁମାର ଷ୍ଟାରର୍ 'ସୂର୍ଯ୍ୟବଂଶୀ' ଫିଲ୍ମ ଶୁକ୍ରବାର ରିଲିଜ୍ ହୋଇଛି। ଫିଲ୍ମର ପ୍ରମୋସନ୍ ପାଇଁ ରୋହିତ ସେଟ୍ଟୀ, ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା କୈଫ୍ ପହଞ୍ଚିଥିଲେ 'କୌନ୍ ବନେଗା କରୋଡପତି' ଶୋ'ରେ। ଶୁକ୍ରବାର 'କୌନ୍ ବନେଗା କରୋଡପତି' ଶୋରେ 'ସୂର୍ଯ୍ୟବଂଶୀ' ଟିମ୍ ଧମାକା ମଚାଇଥିଲେ। ଶୋ'ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବିଗ୍-ବି ତଥା ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ସହ କ୍ୟାଟ୍ରିନାଙ୍କ ଠୁମକା।

ସୁପରହିଟ୍ ଗୀତ 'ଟିପ୍ ଟିପ୍' ବରଷା ପାନୀ ଗୀତରେ କ୍ୟାଟ୍ରିନାଙ୍କ ସହ ନାଚିବା ପାଇଁ ଅମିତାଭଙ୍କୁ ଅନୁରୋଧ କରି କହିଥିଲେ ରୋହିତ ସେଟ୍ଟୀ। ଶୋ'ରେ କ୍ୟାଟ୍ରିନା ଏକ ସହଜ ଷ୍ଟେପରେ ନାଚି ଥିଲେ ତା ପରେ ପାଳି ଆସିଲା ଅମିତାଭଙ୍କର। କ୍ୟାଟ୍ରିନାଙ୍କର ଡାନ୍ସ ଷ୍ଟେପକୁ ଅନୁସରଣ କରି ଅମିତାଭ ଖୁବ୍ ନାଚିଥିଲେ। କିନ୍ତୁ ଅମିତାଭଙ୍କୁ ଡାନ୍ସର ଷ୍ଟେପ ବହୁତ କଷ୍ଟ ଲାଗିଥିଲା। ସେଥିପାଇଁ ବିଗ-ବି ରୋହିତ ଏବଂ ଅକ୍ଷୟଙ୍କୁ କହିଲେ ଯେ କେଉଁଠି ମୋତେ ଫସେଇଦେଲେ। ରୋହିତ ଓ ଅକ୍ଷୟ ମଧ୍ୟ ଶୋ'ରେ ବହୁତ ମସ୍ତି କରିଥିବା ଦେଖିବାକୁ ମିଳିଛି।

ଶୋ'ରେ କ୍ୟାଟ୍ରିନା 'ସୂର୍ଯ୍ୟବଂଶୀ' ସେଟର କିଛି ସ୍ମରଣୀୟ କଥା ଶେଆର୍ କରିଥିଲେ। ଫିଲ୍ମର ଶୁଟିଂ ସେଟରେ ସେମାନେ କ୍ରିକେଟ ଖେଳୁଥିବାର କ୍ୟାଟ୍ରିନା କହିଥିଲେ। ସେହିପରି ଶୋ'ରେ କ୍ୟାଟ୍ରିନା ଅମିତାଭଙ୍କର ହିଟ୍ ଫିଲ୍ମର ଏକ ଡାଇଲଗ ମଧ୍ୟ କହିଥିଲେ। ଯେଉଁଥିରେ ଅମିତାଭ ମଜାକିଆ ଢଙ୍ଗରେ କହିଥିଲେ କି ଆପଣ ମୋ ପେଟରେ ଗୋଇଠା ମାରୁଛନ୍ତି। ଶ୍ରୀ ବଚ୍ଚନ ରୋହିତ ଓ କ୍ୟାଟ୍ରିନାଙ୍କୁ ଖୁବ୍ ପ୍ରଶଂସା କରି କହିଥିଲେ ସେମାନେ ବହୁତ ପରିଶ୍ରମୀ। ଏହାସହ କ୍ୟାଟ୍ରିନାଙ୍କର ସଫେଇ କରିବାର ଭିଡିଓ ମଧ୍ୟ ଶୋ'ରେ ଦେଖାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos