Advertisment

ଅନୁଷ୍କାଙ୍କୁ ଅନୁରୋଧ କଲେ କ୍ୟାଟ୍ରିନା, କହିଲେ ଆପଣଙ୍କ ସ୍ୱାମୀଙ୍କ ହାତରେ ମୋର ଭାଗ୍ୟ

ମୁମ୍ବାଇ: କିଛି ଦିନ ପୂର୍ବରୁ ‘ଭାରତ’ ସେଟ୍‌ରେ ସଲମାନ୍‌ ଖାନ୍‌ଙ୍କର ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସଲମାନ୍‌ କ୍ରିକେଟ୍‌ ଖେଳୁଥିବା ନଜରକୁ ଆସିଥିଲେ। ଏଥିରେ ସଲମାନ୍‌ ଜବରଦସ୍ତ ଚୌକା ଛକା ଲଗାଉଥିବା ଦେଖିବାକୁ ମିଳିଥିଲା। ଏବେ ସେମିତି ଏକ ଭିଡିଓରେ ନଜରରେ ଆସିଛନ୍ତି କ୍ୟାଟ୍ରିନା। ଏହି ଭିଡିଓ ଖୋଦ୍‌ କ୍ୟାଟ୍ରିନା ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା  ସଲମାନ୍‌ଙ୍କ ଭଳି କ୍ରିକେଟ ଖେଳୁଛନ୍ତି। କ୍ୟାଟ୍ରିନାଙ୍କ ଏହି ଭିଡିଓ ଦେଖି […]

author-image
Tapas Behera
ଅନୁଷ୍କାଙ୍କୁ ଅନୁରୋଧ କଲେ କ୍ୟାଟ୍ରିନା, କହିଲେ ଆପଣଙ୍କ ସ୍ୱାମୀଙ୍କ ହାତରେ ମୋର ଭାଗ୍ୟ

cc-1

ମୁମ୍ବାଇ: କିଛି ଦିନ ପୂର୍ବରୁ ‘ଭାରତ’ ସେଟ୍‌ରେ ସଲମାନ୍‌ ଖାନ୍‌ଙ୍କର ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସଲମାନ୍‌ କ୍ରିକେଟ୍‌ ଖେଳୁଥିବା ନଜରକୁ ଆସିଥିଲେ। ଏଥିରେ ସଲମାନ୍‌ ଜବରଦସ୍ତ ଚୌକା ଛକା ଲଗାଉଥିବା ଦେଖିବାକୁ ମିଳିଥିଲା। ଏବେ ସେମିତି ଏକ ଭିଡିଓରେ ନଜରରେ ଆସିଛନ୍ତି କ୍ୟାଟ୍ରିନା। ଏହି ଭିଡିଓ ଖୋଦ୍‌ କ୍ୟାଟ୍ରିନା ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି।

Advertisment

ଏହି ଭିଡିଓରେ କ୍ୟାଟ୍ରିନା  ସଲମାନ୍‌ଙ୍କ ଭଳି କ୍ରିକେଟ ଖେଳୁଛନ୍ତି। କ୍ୟାଟ୍ରିନାଙ୍କ ଏହି ଭିଡିଓ ଦେଖି ଫିଲ୍ମ ଅପେକ୍ଷା ତାଙ୍କର କ୍ରିକେଟ ଫ୍ୟାନ ଅଧିକ ହୋଇଯାଇଥିବେ। କ୍ୟାଟ୍ରିନା ବି ଏଥିରେ ଧମାକାଦାର ଶଟ୍‌ ଲଗାଉଥିବା ଦୃଶ୍ୟ ରହିଛି। ଫ୍ଲଡ ଲାଇଟ୍‌ରେ କ୍ରିକେଟ ଖେଳୁଥିବା କ୍ୟାଟ୍ରିନା ବ୍ଲାକ ଟ୍ରାଉଜର ଏବଂ ଟି-ସାର୍ଟ ପିନ୍ଧିଥିବା ନଜରକୁ ଆସିଛନ୍ତି। ଏହି ଭିଡିଓ ଅପଲୋଡ଼ ହେବାର  କିଛି ସମୟ ମଧ୍ୟରେ ୧୨ ଲକ୍ଷରୁ ଅଧିକ ଭ୍ୟୁ ହେଲାଣି। ଏହି ଭିଡିଓକୁ ଶେଆର କରି ଏକ ମଜାଦାର କ୍ୟାପ୍ସନ୍‌ ଲେଖିଛନ୍ତି।

Advertisment

ଏହି ଭିଡିଓକୁ କ୍ୟାଟ୍ରିନା ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। କ୍ୟାଟ୍ରିନା ଲେଖିଛନ୍ତି ଯେ,‘ପ୍ୟାକଅପ୍‌ କେ ବାଦ୍‌ ଭାରତ କା ସେଟ୍‌, କ୍ୟୁଁକି ୱାର୍ଲଡ୍‌ କପ୍‌ ନଜଦୀକ ଆ ରହା ହୈ। ଅନୁଷ୍କା ଶର୍ମା ତୁମ୍‌ ଟିମ୍‌ କେ କପ୍ତାନ୍‌ ସେ ମେରୀ ସିଫାରିଶ୍‌ କର୍‌ ଦୋ’। ମେରୀ ସୁଇଙ୍ଗ୍‌ ମେଁ କୁଛ୍‌ ସୁଧାର ହୋ ସକ୍ତା ହୈ”। କ୍ୟଟ୍ରିନାଙ୍କ ଏହି ଭିଡିଓକୁ ନେଇ ଅନେକ ଫ୍ୟାନ୍‌ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି।  ଜଣେ ୟୁଜର ଲେଖିଛନ୍ତି ଭାଇ ହିଁ ଭାବିଙ୍କୁ ଶିଖାଇଛନ୍ତି। ଆଉ ଜଣେ ଲେଖିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଲ ରିପ୍ଲେସମେଣ୍ଟ ମିଳିଗଲା।