/odisha-reporter/media/media_files/2026/02/19/kerala-2026-02-19-14-30-30.jpg)
ମୁଖ୍ୟମନ୍ତ୍ରୀ ବିଜୟନ ଓ କେରଳ ଷ୍ଟୋରୀ ୨ର ପୋଷ୍ଟର
Kerala Story 2ର ଟ୍ରେଲର ରିଲିଜ ହେବା କ୍ଷଣୀ ଏହାକୁ ନେଇ ବିବାଦ ତୀବ୍ର ହୋଇଛି। କେଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟ ଫିଲ୍ମକୁ ସମାଲୋଚନା କରିବା ସହ ଏହା ରାଜ୍ୟର ଧର୍ମନିରପେକ୍ଷ ମୂଲ୍ୟବୋଧ ପ୍ରତି ବିପଦ ବୋଲି କହିଛନ୍ତି।
ଟ୍ରେଲର ରିଲିଜ ହେବା ପରେ ବିଜୟନ ଗୋଟିଏ ବିବୃତି ଜାରି ଧାର୍ମିକ ସଦଭବନା ହେଉଛି କେରଳ ମୌଳିକ ପରିଚୟ। ଆଗାମୀ ସିନେମା କେରଳର ପାରମ୍ପରିକ ଧାର୍ମିକ ସୌହାର୍ଦ୍ଦ୍ୟକୁ ଦୁର୍ବଳ କରିବ ବୋଲି କହିଛନ୍ତି।
ବିଜୟନଙ୍କ କହିବା କଥା ଯେ ଫିଲ୍ମର ପ୍ରଥମ ଭାଗର ଉଦ୍ଦେଶ୍ୟ ଥିଲା କେରଳ ବିରୋଧରେ ଘୃଣା ଭାବକୁ ପ୍ରଚାର କରିବା ଓ ଏହାର ଧାର୍ମିକ ସଦଭାବନାକୁ ଦୁର୍ବଳ କରିବା। ଫିଲ୍ମର ପ୍ରଥମ ଭାଗ କେବଳ ମିଛ, ଘୃଣା ଓ କେରଳ ବିରୋଧୀ ଅପ୍ରଚାରରେ ଭର୍ତ୍ତି ରହିଥିବା ବେଳେ ଏହାକୁ ସାଂପ୍ରଦାୟିକ ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ପୂରା ଦେଶ ବୁଝିଥିଲା।
ଦ୍ୱିତୀୟ ଭାଗରେ ବଳପୂର୍ବକ ଧର୍ମ ପରିବର୍ତ୍ତନ ଘଟଣାକୁ ପ୍ରଦର୍ଶନ କରାଯାଇଥିବା ଦାବି କରାଯାଇଛି। ଏହାପରେ ଅନେକ ପକ୍ଷ ଅପ୍ରଚାରର ଅଭିଯୋଗ ଆଣିଥିବା ମଧ୍ୟ କହିଛନ୍ତି ବିଜୟନ। ସମାଜରେ ବିଭାଜନ ଓ ଘୃଣାର ପ୍ରଚାର କରିବା ପାଇଁ ନିର୍ମିତ ବିଷାକ୍ତ ଷଡ଼ଯନ୍ତ୍ର ଭରା କାମକୁ କାହିଁକି ସାର୍ବଜନୀନ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଉଛି? ଏପରି ସ୍ଥିତିରେ କେବଳ ଶୀର୍ଷକ ବିଫ (ସ୍ପାଇନିଶ ସିନେମା) ଥିବାରୁ ଫିଲ୍ମ ସମାରୋହରେ ଉକ୍ତ ସିନେମା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଉଛି ବୋଲି ଫେସବୁକରେ ନିଜ ବିବୃତିକୁ ଶେୟାର କରି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୟନ ଆହୁରି ଲେଖିଛନ୍ତି ଯେ “ସେମାନେ ସହମତି ଭିତିରେ ହେଉଥିବା ଦୁଇ ସଂପ୍ରଦାୟର ବାହାଘରକୁ ମଧ୍ୟ ବଳପୂର୍ବତନ ଧର୍ମ ପରିବର୍ତ୍ତନର ନାଁ ଦେଇ ମିଛର ପ୍ରଚାର କରିଛନ୍ତି। ଏପରି ତତ୍ତ୍ୱ କେରଳ ପାଇଁ ବିପଦ। କେରଳ ଏମିତି ଏକ ରାଜ୍ୟ ଯେଉଁ ଠାରେ ସାଂପ୍ରଦାୟିକ ହିଂସା ଦେଖା ଯାଏ ନାହିଁ।
ବିଭିନ୍ନ ସଂପ୍ରଦାୟର ପରସ୍ପରର ପରମ୍ପରାକୁ ସମ୍ମାନ ଦିଅନ୍ତି। ହେଲେ ଏହାକୁ ଏବେ ଖରାପ କରିବାକୁ ଚେଷ୍ଟା କରାଯାଇଛି। ଏପରି କରୁଥିବା ଲୋକମାନେ ରାଜ୍ୟର ଶତ୍ରୁ। ସେମାନେ ଶାନ୍ତିକୁ ଧ୍ୱଂସ କରିବାକୁ ଏପରି ସିନେମା କରୁଛନ୍ତି।” ମୁଖ୍ୟମନ୍ତ୍ରୀ ବିଜୟନ ସମସ୍ତଙ୍କୁ ସତର୍କ ରହିବା ସହ ଫିଲ୍ମ ବିରୋଧରେ ଏକାଠି ହେବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।
ଏହି ସିରିଜର ପ୍ରଥମ ସିନେମା ଥିଲା The Kerala Story। ଏଥିରେ ଆଦା ଶର୍ମା, ସୋନିଆ ବାଲାନି, ଯୋଗିତା ଭିହାନ ଓ ସିଦ୍ଧି ଇଦଦାନିନି ପ୍ରମୁଖ ଅଭିନୟ କରିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା।
ତଥାପି ସୁଦିପ୍ତୋ ସେନ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ଫିଲ୍ମ ପୁରସ୍କାର ଜିତିଥିଲେ। ପ୍ରଶାନ୍ତନୁ ମହାପାତ୍ରଙ୍କୁ ଶ୍ରେଷ୍ଠ ସିନେମାଟୋଗ୍ରାଫୀ ପୁରସ୍କାର ମିଳିଥିଲା। The Kerala Story 2 ଫେବୃଆରୀ ୨୭ରେ ରିଲିଜ ହେବାର ଅଛି। ଏଥିରେ ଉଲକା ଗୁପ୍ତା, ଐଶ୍ୱର୍ଯ୍ୟା ଓଝା ଓ ଆଦିତି ଭାଟିଆ ପ୍ରମୁଖ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
