'କେଜିଏଫ୍‌' ଅଭିନେତାଙ୍କୁ କ୍ୟାନ୍‌ସର୍‌, କ୍ଷତ ଲୁଚାଇବା ପାଇଁ ବଢ଼ାଇଥିଲେ ଦାଢ଼ି

ହାଇଦ୍ରାବାଦ: ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ୍‌-୨’। ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ବକ୍ସ ଅଫିସରେ ସମସ୍ତଙ୍କ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ। କେଜିଏଫ୍‌-୨ର କାହଣୀ ଯେତିକି ଚମତ୍କାର ଥିଲା ଆକ୍ଟିଂ ମଧ୍ୟ ଦର୍ଶକଙ୍କୁ ସେତିକି ପସନ୍ଦ ଆସିଥିଲା। ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ଚକିତ କଲା ଭଳି ଖୁଲାସା ହୋଇଛି। ଫିଲ୍ମର ଜଣେ ଅଭିନେତା କ୍ୟାନ୍‌ସର୍‌ରେ ପୀଡିତ । ଆଉ ନିଜ କ୍ଷତ ଚିହ୍ନଟ ଲୁଚାଇବା ପାଇଁ ତାଙ୍କୁ ଫିଲ୍ମରେ ଦାଢ଼ି ବଢ଼ାଇବାକୁ ପଡିଥିଲା। […]

Yash and Harish

Madhupriya Mistry
  • Published: Saturday, 27 August 2022
  • , Updated: 27 August 2022, 12:36 PM IST

ହାଇଦ୍ରାବାଦ: ବ୍ଲକବଷ୍ଟର ଫିଲ୍ମ 'କେଜିଏଫ୍‌-୨'। ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ବକ୍ସ ଅଫିସରେ ସମସ୍ତଙ୍କ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ। କେଜିଏଫ୍‌-୨ର କାହଣୀ ଯେତିକି ଚମତ୍କାର ଥିଲା ଆକ୍ଟିଂ ମଧ୍ୟ ଦର୍ଶକଙ୍କୁ ସେତିକି ପସନ୍ଦ ଆସିଥିଲା। ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ଚକିତ କଲା ଭଳି ଖୁଲାସା ହୋଇଛି। ଫିଲ୍ମର ଜଣେ ଅଭିନେତା କ୍ୟାନ୍‌ସର୍‌ରେ ପୀଡିତ । ଆଉ ନିଜ କ୍ଷତ ଚିହ୍ନଟ ଲୁଚାଇବା ପାଇଁ ତାଙ୍କୁ ଫିଲ୍ମରେ ଦାଢ଼ି ବଢ଼ାଇବାକୁ ପଡିଥିଲା।

ରକିଂ ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମରେ ସହଯୋଗୀ ଥିବା ଅଭିନେତା ହରିଶ ରାୟ ଗଳା କ୍ୟାନ୍‌ସର୍‌ରେ ପୀଡିତ। ତେବେ କର୍କଟ ରୋଗରେ ପୀଡିତ ଥିବା ସତ୍ତ୍ୱେ ତାଙ୍କୁ କେଜିଏଫ୍‌-୨ର ଶୁଟିଂ କରିବାକୁ ପଡିଥିଲା। ଏକ ସାକ୍ଷାତକାର୍‌ରେ ଏହାର ଖୁଲାସା କରି ନିଜ ଯନ୍ତ୍ରଣା ବଖାଣିଛନ୍ତି ଅଭିନେତା ହରିଶ।

କନ୍ନଡ ଫିଲ୍ମର ଜଣାଶୁଣା ଅଭିନେତା ହରିଶ ରାୟ କହିଛନ୍ତି, 'ମୁଁ ତିନି ବର୍ଷ ହେବ କ୍ୟାନ୍‌ସର୍‌ରେ ପୀଡିତ। ଏହି ବଡ ରୋଗର ସାମ୍ନା କେଜିଏଫ୍‌-୨ର ଶୁଟିଂ ବେଳେ କରିବାକୁ ପଡିଥିଲା। ଗଳାରେ ହୋଇଥିବା କ୍ଷତ ଓ ଫୁଲା ଅଂଶକୁ ଲୁଚାଇବା ପାଇଁ ଲମ୍ବା ଦାଢ଼ି ବଢ଼ାଇବାକୁ ପଡିଥିଲା। ପାଖରେ ଟଙ୍କା ନଥିବାରୁ ସର୍ଜରୀରେ ବିଳମ୍ବ ହୋଇଥିଲା। କିନ୍ତୁ ଏବେ ମୋ ସ୍ଥିତି ଆହୁରି ଖରାପ ହୋଇଯାଇଛି। ସର୍ଜରୀ ବିଳମ୍ବ ହେବା ଯୋଗୁ ଏହି ରୋଗ ଏବେ ଚତୁର୍ଥ ଷ୍ଟେଜରେ ପହଞ୍ଚି ଯାଇଛି।'

ସେ ନିଜ ଫ୍ୟାନ୍‌ ଓ ଇଣ୍ଡଷ୍ଟ୍ରିର ଲୋକଙ୍କ ଠାରୁ ସାହାଯ୍ୟ ମାଗିବା ପାଇଁ ଏକ ଭିଡିଓ ମଧ୍ୟ ତିଆରି କରିଥିଲେ। କିନ୍ତୁ ତାକୁ ପୋଷ୍ଟ କରିବା ପାଇଁ ଆଉ ତାଙ୍କ ପାଖରେ ଏବେ ସାହାସ ନାହିଁ ବୋଲି କହିଛନ୍ତି।

ଫିଲ୍ମ 'କେଜିଏଫ୍‌' ଓ 'କେଜିଏଫ୍‌ ଚାପ୍ଟର-୨'ରେ ଅଭିନେତା ହରିଶ ରାୟ 'କାସିମ ଚାଚା'ଙ୍କ ଚରିତ୍ରରେ ଅଭିନୟ କରିଥିଲେ। କାସିମ, ରକି ଭାଇଙ୍କ ବାପା ଭଳି ଥିଲେ, ଯିଏ ତାଙ୍କୁ ପାଳିବା ସହ ତାଙ୍କର ସାହାଯ୍ୟ କରୁଥିଲେ। ୨୦୧୮ରେ 'କେଜିଏଫ୍‌'ର ପ୍ରଥମ ପାର୍ଟ ରିଲିଜ ହୋଇଥିଲା। ୨୦୨୨ରେ ଫିଲ୍ମର 'କେଜିଏଫ୍‌-୨' ରିଲିଜ ହୋଇଥିଲା। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ପ୍ରାୟ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। କେବଳ ଭାରତରେ ଏହା ୮୬୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

Related story