Advertisment

କେଜିଏଫ୍‌ ଷ୍ଟାର୍‌ ୟଶ୍‌ଙ୍କ ଜନ୍ମଦିନରେ ଅଘଟଣ, ୩ ମୃତ

ଜନ୍ମଦିନ ପ୍ରସ୍ତୁତି ବେଳେ ଅଜିନେତା ୟଶ୍‌ଙ୍କ ତିନି ଜଣ ଫ୍ୟାନ୍‌ଙ୍କ ମୃତ୍ୟୁ ହୋଇଛି।

author-image
Madhupriya Mistry
yash

yash

କେଜିଏଫ୍‌ ଷ୍ଟାର୍‌ ୟଶ୍‌ଙ୍କ ଆଜି ହେଉଛି ଜନ୍ମ ଦିନ। ସେ ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି କନ୍ନଡ ଅଭିନେତାଙ୍କ ଜନ୍ମଦିନ ପାଇଁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କ ଜନ୍ମଦିନର ପ୍ରସ୍ତୁତି ପାଇଁ ଫ୍ୟାନ୍‌ମାନେ ଲାଗି ପଡିଛନ୍ତି। ଏହାରି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଏକ ଅଘଟଣ ଘଟିଛି।  ଜନ୍ମଦିନ ପ୍ରସ୍ତୁତି ବେଳେ ୟଶ୍‌ଙ୍କ ତିନି ଜଣ ଫ୍ୟାନ୍‌ଙ୍କ ମୃତ୍ୟୁ ହୋଇଛି।

Advertisment

ଜନ୍ମଦିନ ଅବସରରେ ଶଂସକମାନେ କେଜିଏଫ୍ ଷ୍ଟାର୍‌ ୟଶ୍‌ଙ୍କ ଏକ ବଡ କଟ୍‌ଆଉଟ୍‌ ଲଗାଉଥିଲେ। ଏହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡିଛି।

ସୂଚନାନୁସାରେ, କଟ ଆଉଟ୍ଟି ଇଲେକ୍ଟ୍ରିକ୍ ତାରକୁ ଛୁଇଁବା ପରେ ତିନିଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କର୍ଣ୍ଣାଟକର ଗଦଗ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମେଶ୍ୱର ତାଲୁକାର ସୁରଙ୍ଗି ଗାଁରେ ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସମସ୍ତ ତିନି ମୃତ ଯୁବକଙ୍କ ବୟସ ୧୯, ୨୦ , ୨୧ ଥିବା ଜଣାପଡିଛି। ସେପଟେ ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ୟଶଙ୍କୁ ଶେଷ ଥର ପାଇଁ ସୁପରହିଟ୍ ଫିଲ୍ମ କେଜିଏଫ୍-୨ରେ ଦେଖିବାକୁ ମିଳିଥିଲା। ଚାପ୍ଟର-୨ ରିଲିଜ୍ ହେବା ଦିନଠାରୁ, ପ୍ରଶଂସକମାନେ ଉତ୍ସାହର ସହିତ କେଜିଏଫ୍‌ର ତୃତୀୟ ପାର୍ଟକୁ ଅପେକ୍ଷା କରି ରହିଛନ୍ତି। ଚଳଚ୍ଚିତ୍ରର ଉଭୟ ଅଂଶ ପାନ-ଇଣ୍ଡିଆ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏହା ପରେ ଏବେ ଯାଏଁ ୟଶ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିନାହାଁନ୍ତି। କିନ୍ତୁ ଗୁଜବ ହେଉଛି ଯେ ସେ ଚଳଚ୍ଚିତ୍ର ନିର୍ମାତା ନୀତୀଶ ତିୱାରୀଙ୍କ 'ରାମାୟଣ'ରେ ରାବଣ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ।

Bollywood News KGF Yash South