Advertisment

ଅନନ୍ୟା-ଇସାନଙ୍କ ‘ଖାଲି ପିଲି’ରେ କଇଁଚି ଚଳାଇଲା ସେନସର ବୋର୍ଡ

ମୁମ୍ୱାଇ : ଇଶାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତି ବଲିଉଡ୍‌ ଫିଲ୍ମ ‘ଖାଲି ପିଲି’ ଆଜି ଓଟିଟି ପ୍ଲାଟ୍‌ଫର୍ମ ଏବଂ ଗୁରୁଗ୍ରାମ ଓ ବାଙ୍ଗାଲୋରର କିଛି ସିନେମା ଘରେ ରିଲିଜ୍‌ ହୋଇଛି। ଫିଲ୍ମକୁ ସେନସର ବୋର୍ଡର ସାର୍ଟିଫିକେଟ ମିଳିଛି ସତ ହେଲେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମରେ ସେନସର ବୋର୍ଡର କଇଁଚି ଚାଲିଛି। ଫିଲ୍ମରେ ଗାଳି ଓ ଭର୍ଜିନ୍‌ ଶବ୍ଦର ପ୍ରୟୋଗ ହୋଇଥିବା ସିନ୍‌କୁ ସେନସର ବୋର୍ଡ କାଟି ଦେଇଛି। ଏପରିକି ଅନନ୍ୟା ପାଣ୍ଡେଙ୍କ ଚରିତ୍ରକୁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଅନନ୍ୟା-ଇସାନଙ୍କ ‘ଖାଲି ପିଲି’ରେ କଇଁଚି ଚଳାଇଲା ସେନସର ବୋର୍ଡ

khali

ମୁମ୍ୱାଇ : ଇଶାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତି ବଲିଉଡ୍‌ ଫିଲ୍ମ ‘ଖାଲି ପିଲି’ ଆଜି ଓଟିଟି ପ୍ଲାଟ୍‌ଫର୍ମ ଏବଂ ଗୁରୁଗ୍ରାମ ଓ ବାଙ୍ଗାଲୋରର କିଛି ସିନେମା ଘରେ ରିଲିଜ୍‌ ହୋଇଛି। ଫିଲ୍ମକୁ ସେନସର ବୋର୍ଡର ସାର୍ଟିଫିକେଟ ମିଳିଛି ସତ ହେଲେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମରେ ସେନସର ବୋର୍ଡର କଇଁଚି ଚାଲିଛି।

Advertisment

ଫିଲ୍ମରେ ଗାଳି ଓ ଭର୍ଜିନ୍‌ ଶବ୍ଦର ପ୍ରୟୋଗ ହୋଇଥିବା ସିନ୍‌କୁ ସେନସର ବୋର୍ଡ କାଟି ଦେଇଛି। ଏପରିକି ଅନନ୍ୟା ପାଣ୍ଡେଙ୍କ ଚରିତ୍ରକୁ ଖରାପ ନଜରରେ ଦେଖିବା ଏବଂ ଆଇଟମର ଶବ୍ଦର ପ୍ରୟୋଗକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ‘ତେହସ ନେହସ’ ଗୀତରେ କିଛି ଅଶ୍ଳୀଳ ଦୃଶ୍ୟକୁ ବାଦ୍‌ ଦିଆଯାଇଛି।

ସେହିପରି ନଲ୍ଲା ହୈ ତୁ, ଫଟ୍ଟୁ ହୈ, ଦସ୍‌ ସାଲ୍‌ ତକ୍‌ ଭର୍ଜିନ୍‌ ରହା, ହୋଲ୍ଡ କରକେ ବୈଠା ଥା, ଭର୍ଜିନ୍‌ ବ୍ରହ୍ମଚାରୀ, ହାରାମୀ ପରି ଅଶ୍ଳୀଳ ଶବ୍ଦକୁ ଡାଏଲଗ୍‌ରୁ ହଟାଯାଇଛି।
ଆହୁରି ମଧ୍ୟ ଫିଲ୍ମ ଡାଏଲଗ୍‌ରେ କିଛି ପରିବର୍ତ୍ତନ କରାଯାଇ ମାଁ କି ଆଁଖ୍‌କୁ ଭେଁସ୍‌ କି ଆଖ୍‌, ମାଁ କିକୁ ଭେଁସ୍‌ କି, ଆଇଟମ୍‌କୁ ଲଡ୍‌କି ଏବଂ ଗାଳିକୁ ଆଣ୍ଟି କରାଯାଇଛି।

Advertisment

ଏହା ବ୍ୟତୀତ ସେନସର ବୋର୍ଡ ନିର୍ମାତାଙ୍କୁ ଫିଲ୍ମ ପୂର୍ବରୁ ଏକ ଡିସକ୍ଲାଇମର୍‌ ଲଗାଇବାକୁ କହିଛନ୍ତି। ଯେଉଁଥିରେ ଏହା ସ୍ପଷ୍ଟ କରାଯିବ ଯେ ଛୋଟ ପିଲା ଓ ମହିଳାଙ୍କ ଶୋଷଣ ଏବଂ ବସ୍ତୁକରଣକୁ ସମର୍ଥନ କରାଯାଉନାହିଁ। ଏହା ସହିତ ତମାଖୁର ବ୍ୟବହାର ଉପରେ ଦିଆଯାଉଥିବା ସର୍ତ୍ତାବଳୀର ଫ୍ରଣ୍ଟ ସାଇଜ୍‌କୁ ବଡ଼ କରିବା ପାଇଁ କୁହାଯାଇଛି।

‘ଖାଲି ପିଲି’ ଫିଲ୍ମର ନିର୍ଦ୍ଦେଶକ ମକବୁଲ୍‌ ଖାନ୍‌ କହିଛନ୍ତି ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଯାହାର ପରିଚାଳନା ଦାୟିତ୍ୱ ଅଲ୍ଲୀ ଅବ୍ବାସ ଜାଫର, ହିମାଂଶୁ ମେହରା ଓ ଜି ଷ୍ଟୁଡିଓ ତୁଲାଇଛି। ଫିଲ୍ମରେ ଇସାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ବ୍ୟତୀତ ‘ପାତାଳ ଲୋକ’ର ଅଭିନେତା ଜୟଦୀପ ଅହଲାବତ ମଧ୍ୟ ରହିଛନ୍ତି।

ସେପ୍ଟେମ୍ୱର ୨୦୧୯ରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା। ୨୨ ଜୁନ୍‌ ୨୦୨୦ରେ ଫିଲ୍ମଟି ରିଲିଜ୍‌ ହେବାର ଥିଲା କିନ୍ତୁ କରୋନା ପାଇଁ ସିନେମା ହଲ୍‌ ବନ୍ଦ ରହିବାରୁ ଆଜି ଏହାକୁ ଓଟିଟି ପ୍ଲାଟଫର୍ମ ଓ କିଛି ସିନେମା ଘରେ ରିଲିଜ୍‌ କରାଯାଇଛି।