Advertisment

'ଯେଉଁ ହାତ ପାଳୁଥିଲା, ସିଏ ହିଁ ଶୋଷଣ କରୁଥିଲା'

ଜଷ୍ଟିସ୍ ହେମା କମିଟି ରିପୋର୍ଟ ମଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼ ସୃଷ୍ଟି କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Khushbu Sundar

Khushbu Sundar

'ଯେଉଁ ହାତ ମୋତେ ଲାଳନ ପାଳନ କରୁଥିଲା। ସିଏ ହିଁ ମୋର ଶୋଷଣ କୁରଥିଲା।' ନିଜ ସହ ହୋଇଥିବା ଯୌନ ନିର୍ଯାତନାକୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦର। ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି।

Advertisment

ଜଷ୍ଟିସ୍ ହେମା କମିଟି ରିପୋର୍ଟ ମଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼ ସୃଷ୍ଟି କରିଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଚୁପ୍‌ ହୋଇ ରହିଥିବା ଅନେକ ଅଭିନେତ୍ରୀ ଆଗକୁ ଆସିଛନ୍ତି। ସେମାନେ ସମ୍ମୁଖୀନ ହୋଇଥିବା ଅସଦାଚରଣ ଓ ଯୌନ ଶୋଷଣ ବିଷୟରେ ଖୋଲାଖୋଲି ସ୍ୱର ଉଠାଇଛନ୍ତି। ଏବେ ଏହି ତାଲିକାରେ ଖୁସବୁ ସୁନ୍ଦରଙ୍କ ନାଁ ମଧ୍ୟ ସାମିଲ ହୋଇଛି।

ମାଲାୟାଲମ୍ ଇଣ୍ଡଷ୍ଟ୍ରିରେ ପ୍ରଚଳିତ ଯୌନ ଉତ୍ପୀଡ଼ନ ବିଷୟରେ ଖୋଲାଖୋଲି ଭାବେ ସେ କହିଛନ୍ତି। ଏଥିସହ ତାଙ୍କ ସହ ଘଟିଥିବା ଏପରି କିଛି ବିଷୟରେ ସେ ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଅଭିନେତ୍ରୀ ସୋଶାଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସେୟାର କରି ପିଲା ଦିନେ ନିଜ ବାପାଙ୍କ ଦ୍ୱାରା ହୋଇଥିବା ଯୌନ ଶୋଷଣ ଶିକାର ବିଷୟରେ ବଖାଣିଛନ୍ତି।

Advertisment

ଖୁସବୁ ସୁନ୍ଦର ନିଜ ପୋଷ୍ଟରେ କହିଛନ୍ତି ଯେ, ସେ ଯେତେବେଳେ ଛୋଟ ଥିଲେ, ସେତେବେଳେ ସେ ତାଙ୍କ ବାପାଙ୍କ ଦ୍ୱାରା ଅସଦାଚରଣ ଓ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ଯେଉଁ ହାତ ତାଙ୍କୁ ପାଳୁଥିଲା, ସେହି ହାତ ହିଁ ଶୋଷଣ କରୁଥିଲା।' ଏଥିସହ ସେ ସେହି ମହିଳାଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ଏହି ପ୍ରକାର ନିର୍ଯାତନା ଭୋଗୁଛନ୍ତି ଏବଂ ଏହା ବିରୋଧରେ ଲଢ଼ିବା ପାଇଁ ସାହସ ସଂଗ୍ରହ କରିଛନ୍ତି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଖୁସବୁ ସୁନ୍ଦର ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଆମ ଇଣ୍ଡଷ୍ଟ୍ରିରେ #MeToo ଆନ୍ଦୋଳନ ଆମକୁ ଭାଙ୍ଗି ଦେଇଛି। ଏହିପରି ଦୁର୍ବ୍ୟବହାରକୁ ରୋକିବା ପାଇଁ ହେମା କମିଟି ରିପୋର୍ଟ ବେଶ୍‌ ଆବଶ୍ୟକ ଥିଲା। ଦୁର୍ବ୍ୟବହାର, ଯୌନ ଶୋଷଣ ଏବଂ କ୍ୟାରିୟରରେ ଆଗକୁ ବଢ଼ିବାକୁ ଆପୋଷ ବୁଝାମଣାର ଆଶା ପ୍ରତ୍ୟେକ କ୍ଷେତ୍ରରେ ଘଟେ। କାହିଁକି ଜଣେ ମହିଳା ହିଁ ଏକୁଟିଆ ଏହି ଯନ୍ତ୍ରଣା ଭୋଗିବା? ଯଦିଓ ପୁରୁଷମାନଙ୍କୁ ମଧ୍ୟ ଏହାର ସାମ୍ନା କରିବାକୁ ପଡେ, କିନ୍ତୁ ମହିଳାମାନଙ୍କୁ ଅଧିକ ପରିମାଣରେ ଏହା ସହିବାକୁ ପଡିବ।'

Tollywood Justice Hema Committee Report Khushbu Sundar